ଭୋଟ୍‌ ପାଇଁ ଭଦ୍ରକ ପ୍ରଚାର ମୈଦାନରେ ପହଞ୍ଚିଲେ ଅଶୀ ଦଶକର ବଲିଉଡ୍‌ ଷ୍ଟାର୍‌ ରାଜ ବବର

Advertisment
ଭୋଟ୍‌ ପାଇଁ ଭଦ୍ରକ ପ୍ରଚାର ମୈଦାନରେ ପହଞ୍ଚିଲେ ଅଶୀ ଦଶକର ବଲିଉଡ୍‌ ଷ୍ଟାର୍‌ ରାଜ ବବର

ଭଦ୍ରକ: ଭଦ୍ରକ ପ୍ରଚାର ମଇଦାନରେ ବଲିଉଡ ଷ୍ଟାର ଦେଖିବାକୁ ମିଳିଛନ୍ତି। ଭଦ୍ରକର କଂଗ୍ରେସ ବିଧାୟକ ପ୍ରାର୍ଥୀ ନଳିନୀ ମହାନ୍ତି ଓ ସାଂସଦ ପ୍ରାର୍ଥୀ ମଧୁମିତା ସେଠୀଙ୍କ ପାଇଁ ରୋଡ ସୋ କରି ପ୍ରଚାର କରିଛନ୍ତ ଅଶୀ ଦଶକର ବଲିଉଡ୍‌ ଅଭିନେତା ରାଜ୍‌ ବବର। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭଦ୍ରକ ପାଇଁ ଭୋଟ ପଡ଼ିବ। ରାଜ ବବର ହେଲିକପ୍ଟର ଯୋଗେ ଭଦ୍ରକ ପୁରୁଣା ବଜାର ସ୍ଥିତ ମହାବୀର ପଡ଼ିଆରେ ପହଂଚିଥିଲେ। ଏହାପରେ କଂଗ୍ରେସ ପକ୍ଷରୁ ବିରାଟ ରୋଡ ସୋ’ କରାଯାଇଛି। ପୁରୁଣା ବଜାରରୁ ରୋଡ ସୋ ଆରମ୍ଭ ହୋଇ ସହର ପରିକ୍ରମା କରିବା ପରେ ପାର୍ଟି ଅଫିସର ପହଂଚିଥିଲା।

ସେପଟେ ଭଦ୍ରକ ଲୋକସଭା ଆସନରେ ବି ଏଥର ରୋଚକ ଲଢ଼େଇ ଦେଖିବାକୁ ମିଳୁଛି। ଏଠାରେ ଅଭିମନ୍ୟୁ ବନାମ ମଂଜୁଲତା ବନାମ ମଧୁମିତାଙ୍କ ମଧ୍ୟରେ ଲଢେଇ ହେବ। ବିଜେପିରୁ ଅଭିମନ୍ୟୁ ସେଠୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡିରୁ ଲଢୁଛନ୍ତି ମଂଜୁଲତା ମଣ୍ଡଳ ଓ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ମଧୁମିତା ସେଠୀ। ଅଭିମନ୍ୟୁ ସେଠୀ ହେଉଛନ୍ତି ବର୍ତ୍ତମାନ ସାଂସଦ ଅର୍ଜୁନ ସେଠୀଙ୍କ ପୁଅ। ସେ ନିକଟରେ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି। ଅଭିମନ୍ୟୁ ଭଦ୍ରକରେ ପ୍ରଚାରକୁ ଜୋରଦାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe