ଓଡ଼ିଶା-ଝାରଖଣ୍ଡ ସୀମାନ୍ତରେ ବିସ୍ଫୋରଣ: ଜଣେ ଯବାନ ଆହତ, ଡାକ୍ତରଖାନାରେ ଭର୍ତ୍ତି

Advertisment

ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ ବିସ୍ଫୋରଣ ହୋଇଥିବାର ଖବର ମିଳିଛି। ଏଥିରେ ଆହତ ସିଆରପିଏଫ ଯବାନ ବିଶ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ ବିସ୍ଫୋରଣ ହୋଇଥିବାର ଖବର ମିଳିଛି। ଏଥିରେ ଆହତ ସିଆରପିଏଫ ଯବାନ ବିଶ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଖଞ୍ଜିଥିଲେ ଲ୍ୟାଣ୍ଡମାଇନ: ବିସ୍ଫୋରଣରେ ଗଲା ମହିଳାଙ୍କ ଜୀବନ

ରାଉରକେଲା: ଓଡ଼ିଶା-ଝାରଖଣ୍ଡ ସୀମାନ୍ତ ସରଣ୍ଡା ଜଙ୍ଗଲ ବରଖେରା ନିକଟରେ ବିସ୍ଫୋରଣ ହୋଇଥିବାର ଖବର ମିଳିଛି। ଏଥିରେ ଆହତ ସିଆରପିଏଫ ଯବାନ ବିଶ୍ରା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସିଆରପିଏଫ ୧୭୪ ବାଟାଲିୟନର ଦିଗମ୍ବର ଦେଓ ନାମକ ଜଣେ ଯବାନ ଆଜି ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଯବାନ ଜଣଙ୍କୁ ଚିକିତ୍ସା ପାଇଁ ଦୁଇଟି ବାଇକ ଯୋଗେ ନିକଟସ୍ଥ ବିଶ୍ରା ହସ୍ପିଟାଲକୁ ଆଣୁଥିଲେ।

ସିଆରପିଏଫ ୧୭୪ ବାଟାଲିୟନର ଦିଗମ୍ବର ଦେଓ ନାମକ ଜଣେ ଯବାନ ଆଜି ମହୁମାଛି ଆକ୍ରମଣର ଶିକାର ହୋଇଥିଲେ। ଯବାନ ଜଣଙ୍କୁ ଚିକିତ୍ସା ପାଇଁ ଦୁଇଟି ବାଇକ ଯୋଗେ ନିକଟସ୍ଥ ବିଶ୍ରା ହସ୍ପିଟାଲକୁ ଆଣୁଥିଲେ। ବରଖେରା କ୍ୟାମ୍ପରୁ ପ୍ରାୟ ୪ କିଲୋମିଟର ଦୂରରେ ପ୍ରଥମ ବାଇକରେ ଥିବା ଦୁଇ ଜଣ ଯବାନ ଏକ ସଂକୀର୍ଣ୍ଣ ପୋଲକୁ ଅତିକ୍ରମ କଲା ପରେ ହଠାତ୍ ପୋଲରେ ବିସ୍ଫୋରଣ ହୋଇଥିଲା। ଅନ୍ୟ ଏକ ବାଇକରେ ଦୁଇ ଜଣ ଯବାନ ପଛରେ ରହି ଯାଇଥିଲେ।

ସୂଚନା ମୁତାବକ, ବରଖେରା କ୍ୟାମ୍ପରୁ ପ୍ରାୟ ୪ କିଲୋମିଟର ଦୂରରେ ପ୍ରଥମ ବାଇକରେ ଥିବା ଦୁଇ ଜଣ ଯବାନ ଏକ ସଂକୀର୍ଣ୍ଣ ପୋଲକୁ ଅତିକ୍ରମ କଲା ପରେ ହଠାତ୍ ପୋଲରେ ବିସ୍ଫୋରଣ ହୋଇଥିଲା। ଅନ୍ୟ ଏକ ବାଇକରେ ଦୁଇ ଜଣ ଯବାନ ପଛରେ ରହି ଯାଇଥିଲେ। ସୋଭାଗ୍ୟବଶତଃ ଉଭୟ ଯବାନଙ୍କର କୌଣସି କ୍ଷତି ହେଇନଥିବାର ଜଣା ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe