ଭୁବନେଶ୍ବର: ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ବସ୍ତି ବସ୍ତି ଭିତରେ ବୋମାମାଡ଼ ହୋଇଥିବାର ଖବର ମିଳିଛି। ଗୌତମ ନଗର ବସ୍ତି ଏବଂ ଅଶୋକ ନଗର ଫାଳିକିଆ ବସ୍ତି ଭିତରେ ବୋମାମାଡ଼ ହୋଇଛି। ବୋମାମାଡ଼ ପରେ ଦୁର୍ବୃତ୍ତମାନେ ଘରର କବାଟକୁ ହାଣିଛନ୍ତି।
ସୂଚନାଯୋଗ୍ୟ, ଗତଦୁଇ ମାସରେ ଭିତରେ ଭରତପୁର ପଣ୍ଡା କୁଦିଆ ବସ୍ତି ଏବଂ ପୁଲେଶ୍ୱରୀ ବସ୍ତିରେ ବୋମା ଫୁଟିଥିଲା। ଗତକାଲି ବିଳମ୍ବିତ ରାତିରେ ପୁଣି ଦେଖିବାକୁ ମିଳିଛି ବସ୍ତି ବସ୍ତି ଭିତରେ ବୋମାମାଡ଼। କମିସନରେଟ ପୁଲିସକୁ ବାରମ୍ବାର ଚ୍ୟାଲେଞ୍ଜ ଦେଉଛନ୍ତି ଅପରାଧୀ।
ପୂର୍ବ ଶତ୍ରୁତାକୁ ନେଇ ରାଜଧାନୀରେ ବୋମାମାଡ଼
Advertisment
Follow Us