ମାଲକାନଗିରି: ଏକଦା ମାଲକାନଗିରି ଜିଲ୍ଲା ବାଉଁଶ ବଣରେ ପରିପୂର୍ଣ୍ଣ ଥିଲା। ଏଠାରୁ ହିଁ ପ୍ରତିଦିନ ଶହ ଶହ ଟ୍ରକ ବାଉଁଶ ବାହାରକୁ ଚାଲାଣ ହେଉଥିଲା। ଏବେ ଆଉ ଜିଲ୍ଲାରେ ବାଉଁଶ ବଣ ଦେଖିବାକୁ କମ୍ ମିଳୁଛି। ଜିଲ୍ଲାର ସାତୋଟି ବ୍ଲକ ମଧ୍ୟରୁ କାଲିମେଳା ଏବଂ ଚିତ୍ରକୋଣ୍ଡା ବ୍ଲକରେ ହିଁ କାଁ ଭାଁ ଜଂଗଲରେ ବାଉଁଶ ବଣ ରହିଛି। ତେବେ ଏହା ଜିଲ୍ଲାରୁ ବିଲୁପ୍ତ ହେବା ପଛରେ କରଡି ଅର୍ଥାତ ବାଉଁଶ ଗଜା ରହିଛି। ବର୍ଷା ଦିନେ ଆସିଲେ ବାଉଁଶ ଗଜା ହୁଏ। ଏହି ଗଜା(କରଡି)ଲୋକଙ୍କ ପାଇଁ ବ୍ୟଞ୍ଜନ ପାଲଟିଛି। କାହିଁ କେଉଁ କାଳରୁ ଲୋକେ ବାଉଁଶ କରଡି ଖାଦ୍ୟ ରୂପେ ଗ୍ରହଣ କରିଆସୁଛନ୍ତି। କିନ୍ତୁ ଏବେ ଏହାର ଚାହିଦା ବେଶ ଅଧିକା ରହିଥିବାରୁ ବେଧଡକ ବାଉଁଶ ଗଜାକୁ କାଟି ବଜାରରେ ଚଢା ଦରରେ ବିକ୍ରି କରାଯାଉଛି।

Advertisment

ଏହି ଖବର ପଢ଼ନ୍ତୁ: ରାଜ୍ୟର ଖାଦ୍ୟ ସୁରକ୍ଷା ସମ୍ପର୍କିତ ସହଭାଗିତା ଉପରେ ଆଲୋଚନା

ଏହା କେବଳ ଆଦିବାସୀଙ୍କ ପ୍ରିୟ ଖାଦ୍ୟ ଥିଲା। କିନ୍ତୁ ଏବେ ଏହାକୁ ସମସ୍ତେ ନିଜର ଖାଦ୍ୟରେ ସାମିଲ କଲେଣି। ଫଳରେ ବାଉଁଶ ଜଂଗଲ କ୍ରମାଗତ ଦ୍ରୁତଗତିରେ କମିବାରେ ଲାଗିଛି। ବାଉଁଶ ଯେ କେବଳ କାଗଜ ତିଆରି କାମରେ ଲାଗୁନାହିଁ। ବରଂ ଘରର ସମସ୍ତ ପ୍ରକାର କାର୍ଯ୍ୟରେ ଏହା ବ୍ୟବହୃତ ହେଉଛି। ଦିନ ଥିଲା ଜିଲ୍ଲାରେ ଏକ ଲକ୍ଷରୁ ଊର୍ଦ୍ଧ୍ବ ହେକ୍ଟର ଜମିରେ ବାଉଁଶ ଜଂଗଲ ରହିଥିଲା। ଏବେ କାଗଜ କଲମରେ ମାତ୍ର ୫୦ ହଜାର ହେକ୍ଟର ରହିଥିବା ଜଣାପଡିଛି। ବନ ବିଭାଗ ପାଖରେ ସଠିକ ରିପୋର୍ଟ ନଥିଲେ ମଧ୍ୟ ଜିଲ୍ଲା ବନ ଅଧିକାରୀଙ୍କ କହିବା ହେଲା ପ୍ରାୟ ୫୦ ହଜାର ହେକ୍ଟର ରହିଥିବ। ବାଉଁଶ କରଡି ଯୋଗୁଁ ଏବେ ବାଉଁଶ ବିଲୁପ୍ତ ପ୍ରାୟ।

ମାଲକାନଗିରି ଜିଲ୍ଲାର ସାତୋଟି ବ୍ଲକ ମଧ୍ୟରୁ କାଲିମେଳା ଏବଂ ଚିତ୍ରକୋଣ୍ଡା ବ୍ଲକରେ ହିଁ କାଁ ଭାଁ ଜଂଗଲରେ ବାଉଁଶ ବଣ ରହିଛି। ତେବେ ଏହା ଜିଲ୍ଲାରୁ ବିଲୁପ୍ତ ହେବା ପଛରେ କରଡି ଅର୍ଥାତ ବାଉଁଶ ଗଜା ରହିଛି। ବର୍ଷା ଦିନେ ଆସିଲେ ବାଉଁଶ ଗଜା ହୁଏ।

ବନ ବିଭାଗ ରୋକିବାରେ ବିଫଳ ହୋଇଛି। ବାଉଁଶ ଯୋଗୁଁ ଜିଲ୍ଲା ଏବଂ ଜିଲ୍ଲା ବାହାର କିଛି କୁଶଳି କାରିଗର ଘରର ଆସବାବପତ୍ର ଓ ସୌନ୍ଦର୍ଯ୍ୟ ବୃଦ୍ଧି କରୁଥିବା ସାମଗ୍ରୀଗୁଡିକ ତିଆରି କରି ବଜାରରେ ବିକ୍ରି ବେଶ ଲାଭ ପାଉଥିଲେ। ଏବେ ବାଉଁଶର ଅଭାବ ଯୋଗୁଁ ଏହି କୁଶଳି କାରିଗରମାନେ ମଧ୍ୟ ଖାଲି ହାତରେ ବସିଛନ୍ତି। ଏବେ ବନ ବିଭାଗ ମଧ୍ୟ କୋଟି କୋଟି ଟଂକା ଖର୍ଚ୍ଚ କରି ବାଉଁଶ ଜଂଗଲ ପୁଣି ତିଆରି କରିବା ଏକ ପ୍ରକାର ଅସମ୍ଭବ ବୋଲି କୁହାଯାଇଛି।

kardi1

ବାଉଁଶ ଜଂଗଲ ନଷ୍ଟ ପାଇଁ କରଡି ବ୍ୟବହାରକୁ ତୁରନ୍ତ ରୋକିବା ପାଇଁ ଭାରତୀୟ ଜୀବ କଲ୍ୟାଣ ବୋର୍ଡର ଜୀବ ମଙ୍ଗଳ ଅଧିକାରୀ ରାମ କୃଷ୍ଣ ଚୌଧୁରୀ ଏବେ ବିଡା ଉଠାଇଛନ୍ତି।କରଡି ବ୍ୟବସାୟକୁ ତୁରନ୍ତ ବନ୍ଦ କରିବାକୁ ସେ ଜିଲ୍ଲା ବନ ଅଧିକାରୀ ସମେତ ସରକାରଙ୍କୁ ପତ୍ର ମଧ୍ୟ ଦେଇଛନ୍ତି। ଜିଲ୍ଲାର ମାଲକାନଗିରି, ଖଇରପୁଟ, ମାଥିଲି ଏବଂ କୋରକୋଣ୍ଡା ବ୍ଲକରେ ଆଉ ବାଉଁଶ ଜଂଗଲ ନାହିଁ କହିଲେ ଚଳେ। କେବଳ ଦୁଇଟି ବ୍ଲକରେ କିଛି ସ୍ଥାନରେ ହିଁ ଅଳ୍ପ ଜଂଗଲ ରହିଛି। ବନ ବିଭାଗ ମଧ୍ୟ ବାଉଁଶ ଜଂଗଲ ସୃଷ୍ଟି ନେଇ ସେଭଳି ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି। ଫଳରେ ଦିନେ ଯେଉଁ ଜଂଗଲ ଜିଲ୍ଲାର ପରିଚୟ ପ୍ରଦାନ କରୁଥିଲା ଆଜି ସଂପୂର୍ଣ୍ଣ ବିଲୁପ୍ତ ଅବସ୍ଥାରେ।

ଏହି ଖବର ପଢ଼ନ୍ତୁ: ଘୋଡା ୬ ଟଙ୍କାକୁ ଦାନା ୯ ଟଙ୍କା