ଧାନ ଅମଳ ମେସିନ ଓଲଟି ବାଳକ ମୃତ, ଜଣେ ଆହତ 

Advertisment
ଧାନ ଅମଳ ମେସିନ ଓଲଟି ବାଳକ ମୃତ,  ଜଣେ ଆହତ 

ବ୍ରଜରାଜନଗର :  ଝାରସୁଗୁଡା ଜିଲ୍ଲା  ବ୍ରଜରାଜନଗର ଥାନା ଅନ୍ତର୍ଗତ  ଚିଚିଣ୍ଡା ଗ୍ରାମରେ  ଆଜି ଅପରାହ୍ଣରେ ଏକ ଧାନ ଅମଳ ମେସିନ ଓଲଟି ପଡିବା ଫଳରେ  ସେଥିରେ ଚାପିହୋଇ ସୁଜଳ ଭୋଇ (୯) ନାମକ ବାଳକର ମୃତ୍ୟୁ ହୋଇଥିବାବେଳେ   ପିୟୂଷ ପଟେଲ(୧୧) ନାମକ ବାଳକ ଗୁରୁତର ଆହତ ହୋଇଛି । ଆହତକୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

ମିଳିଥିବା ସୂଚନା ଅନୁସାରେ  ଚିଚିଣ୍ଡାର  ମୁରାରି ଭୋଇଙ୍କର ଏକ ଧାନ ଅମଳ ମେସିନ ଅଛି । ଆଜି ଏହି ମେସିନ ଧରି ମୁରାରୀ ଧାନ ଅମଳ ପାଇଁ  ବାସୁଦେବ ପଟେଲଙ୍କ କହିବା ଅନୁସାରେ ତାଙ୍କ କିଆରୀକୁ ଯାଇଥିଲା । ସେଠାରେ କଟାହୋଇଥିବା ଧାନ କୁ ମେସିନ ସାହାଯ୍ୟରେ ଅମଳ କରିବା ପରେ  ବାସୁଦେବ ପଟେଲଙ୍କର ନିକଟରେ ଥିବା ଅନ୍ୟ ଏକ ଧାନ କ୍ଷେତକୁ ଯାଇଥିଲା। ମେସିନ ସହିତ  ମୁରାରୀଙ୍କ ପୁଅ ସୁଜଳ ଓ ବାସୁଦେବଙ୍କ ପୁଅ ପୀୟୂଷ  ମଧ୍ୟ ଚାଲି ଚାଲି ଯାଉଥିଲେ । ହଠାତ ଧାନ କଟା ମେସିନଟି ଓଲଟି ପଡିବାରୁ  ସୁଜଳ ମେସିନ ଦ୍ୱାରା ଚାପି ହୋଇ ଭିତରେ ରହି ଯାଇଥିବା ସମୟରେ ପିୟୂଷ ଆହତ ହୋଇଥିଲା ।  ଦୁର୍ଘଟଣାପରେ ମେସିନକୁ ଉଠାଇ ସୁଜଳକୁ ବାହାର କରାଯାଇଥିଲେ ମଧ୍ୟ ସେତେବେଳକୁ ତାର ମୃତ୍ୟୁ ହୋଇସାରିଥିଲା । ଖବର ପାଇ ବ୍ରଜରାଜନଗର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଅନୁସନ୍ଧନ ଚଳାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe