‘କରୋନା ୟୁଗା’ ନାମରେ ଏକ ଖେଳ ଆବିଷ୍କାର କରି ୧୦ବର୍ଷର ବାଳକ ପାଇଲେ ଜାତୀୟ ବାଲ୍ ପୁରସ୍କାର

Advertisment
‘କରୋନା ୟୁଗା’ ନାମରେ ଏକ ଖେଳ ଆବିଷ୍କାର କରି ୧୦ବର୍ଷର ବାଳକ ପାଇଲେ ଜାତୀୟ ବାଲ୍ ପୁରସ୍କାର

ନୂଆଦିଲ୍ଲୀ: ବୀର କଶ୍ୟପଙ୍କ ବୟସ ୧୦ବର୍ଷ। ବୀର ଏତେ କମ ବୟସରୁ ଯେଉଁ କାମ କରିଛନ୍ତି ସେଥିପାଇଁ ସେ ଚର୍ଚ୍ଚାରେ ରହିବା ସହିତ ପ୍ରଧାନମନ୍ତ୍ରୀ ରାଷ୍ଟୀୟ ବାଲ ପୁରସ୍କାରରେ ପୁରସ୍କୃତ ହୋଇଛନ୍ତି।

କର୍ଣ୍ଣାଟକର ବେଙ୍ଗାଲୁରୁରେ ସହରୀ ଜିଲ୍ଲାରେ ରହୁଥିବା ବୀର କଶ୍ୟପ ତାଙ୍କ ପରିବାର ସହିତ ବସବାସ କରନ୍ତି। ବୀର କୋଚ୍ଚିର ନେଭି ଚିଲଡ୍ରେନ ସ୍କୁଲରେ ପାଠପଢ଼ନ୍ତି। କୋଭିଡ-୧୯ ମହାମାରୀ ସମୟରେ ଲୋକମାନଙ୍କୁ ଘରେ ରହିବାକୁ ବାଧ୍ୟ କରାଯାଇଥିଲା। ଏଭଳି ପରିସ୍ଥିତିରେ କଶ୍ୟପ ସମୟ ନଷ୍ଟ ନକରି ଏକ କାର୍ଡବୋର୍ଡ ଖେଳର ଆବିଷ୍କାର କରିଥିଲେ।

ଏହି ଖେଳ ଖେଳିଲେ କେବଳ ଯେ ସମୟ କାଟିହେବ ତାହା ନୁହେଁ ଦୁନିଆ ବିଷୟରେ ବି ଅନେକ କିଛି ଶିକ୍ଷା ମିଳିବ । ବୀର ଏହି ଖେଳକୁ ‘କରୋନା ୟୁଗ’ ବୋର୍ଡ ଗେମର ନାମ ଦେଇଛନ୍ତି। ସେ ଘରେ ଉପଲବ୍ଧ ଥିବା ସାମଗ୍ରୀ ବ୍ୟବହାର କରି ଏକ ବୋର୍ଡରେ ମହାମାରୀ କରୋନା ଭାଇରସ ଡିଜାଇନ କରିଥିଲେ। ସେ ଅନେକ ଥର ଏହି ଖେଳର ପରୀକ୍ଷଣ କରିଛନ୍ତି। ଏଥିସହିତ ୟୁଟୁବରେ ଏହାକୁ ପୋଷ୍ଟ କରିଥିଲେ, ଯାହାକି ଭାଇରାଲ ହୋଇଯାଇଛି।

କରୋନା ୟୁଗ ମହାମାରୀରୁ ରକ୍ଷା ପାଇବା ପାଇଁ ସୁରକ୍ଷା ବିଷୟରେ ବି ଶିଖାଉଛି। ଏହାକୁ ବୀର କୋଭିଡ ଯୋଦ୍ଧାଙ୍କୁ ସମର୍ପିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe