ୱାୟନାଡ଼ରେ କମାଲ୍‌ କଲା ବ୍ରହ୍ମପୁର ସନ୍ଧାନୀ କୁକୁର: ୧୫ ଶବ ଠାବ କଲା ‘‌ଷ୍ଟର୍ମ’

Advertisment

ୱାୟନାଡ଼ରେ ପ୍ରାୟ ୧୮ଦିନର ରହଣି ମଧ୍ୟରେ ସର୍ଚ୍ଚ ଅପରେସନ୍‌ ବେଳେ ‘ଷ୍ଟର୍ମ’ ୧୫ ମୃତକଙ୍କ ଶବ ଠାବ କରିଥିବା ଟ୍ରେନର୍‌ ତଥା ହେଡ୍‌ କନ୍‌ଷ୍ଟେବଲ୍‌ ପ୍ରହଲ୍ଲାଦ ନାୟକ କହିଛନ୍ତି।

ୱାୟନାଡ଼ରେ ପ୍ରାୟ ୧୮ଦିନର ରହଣି ମଧ୍ୟରେ ସର୍ଚ୍ଚ ଅପରେସନ୍‌ ବେଳେ ‘ଷ୍ଟର୍ମ’ ୧୫ ମୃତକଙ୍କ ଶବ ଠାବ କରିଥିବା ଟ୍ରେନର୍‌ ତଥା ହେଡ୍‌ କନ୍‌ଷ୍ଟେବଲ୍‌ ପ୍ରହଲ୍ଲାଦ ନାୟକ କହିଛନ୍ତି।

fsfsfs

ବ୍ରହ୍ମପୁର: କେରଳ ୱାୟନାଡ଼ ଭୂସ୍ଖଳନରେ ଶବ ଠାବ ପାଇଁ ସର୍ଚ୍ଚ ଅପରେସନ୍‌ରେ ସାମିଲ ହୋଇଥିଲା ବ୍ରହ୍ମପୁର ପୁଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’। ଇତିମଧ୍ୟରେ ଷ୍ଟର୍ମ ବ୍ରହ୍ମପୁର ଫେରିଛି। ୱାୟନାଡ଼ରେ ପ୍ରାୟ ୧୮ଦିନର ରହଣି ମଧ୍ୟରେ ସର୍ଚ୍ଚ ଅପରେସନ୍‌ ବେଳେ ‘ଷ୍ଟର୍ମ’ ୧୫ ମୃତକଙ୍କ ଶବ ଠାବ କରିଥିବା ଟ୍ରେନର୍‌ ତଥା ହେଡ୍‌ କନ୍‌ଷ୍ଟେବଲ୍‌ ପ୍ରହଲ୍ଲାଦ ନାୟକ କହିଛନ୍ତି। ‘ଷ୍ଟର୍ମ’ର ଏଭଳି କାର୍ଯ୍ୟକୁ ସେଠାକାର ଆଇଜି ବେଶ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଥିବା ଶ୍ରୀ ନାୟକ କହିଛନ୍ତି।

ୱାୟନାଡ଼ ଭୂସ୍ଖଳନ ପରେ ମାଟି ତଳେ ପୋତି ହୋଇଥିବା ଶବ ଠାବ କରିବାକୁ ଓଡ଼ିଶା ଓଡ଼ିଶାରୁ ବ୍ରହ୍ମପୁରର ସନ୍ଧାନୀ କୁକୁର ‘ଷ୍ଟର୍ମ’କୁ ପଠାଯାଇଥିଲା। ଗତ ୪ ତାରିଖରେ ଶ୍ରୀ ନାୟକଙ୍କ ନେତୃତ୍ବରେ ୫ଜଣିଆ ଟିମ୍‌ ‘ଷ୍ଟର୍ମ’ ସହିତ ସେଠାକୁ ଯାଇ ଭୂସ୍ଖଳନ ସ୍ଥାନରେ ସର୍ଚ୍ଚ ଅପରେସନ୍‌ରେ କରିଥିଲେ। ‘ଷ୍ଟର୍ମ’ ଯେଉଁ ସ୍ଥାନରେ ମାଟିତଳେ ମୃତଦେହ ଥିବା ସନ୍ଦେହ କରୁଥିଲା, ସେଠାରେ ଭୋକିବା ଆରମ୍ଭ କରୁଥିଲା। ଏହା ପରେ ଏନ୍‌ଡିଆର୍‌ଏଫ୍‌ ଜେସିବିରେ ମାଟିସ୍ତୂପ ଖୋଳି ଶବ ବାହାର କରୁଥିଲା। ପଥର, ଘର ଭଗ୍ନାବଶେଷ, ମାଟି ତଳେ ଦବି ଯାଇଥିବା ମୃତଦେହ ଠାବ କରିବାରେ ‌‘ଷ୍ଟର୍ମ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା। ‘ଷ୍ଟର୍ମ’ର ଏଭଳି କାର୍ଯ୍ୟକୁ ସେଠାକାର ଅଧିକାରୀମାନେ ମଧ୍ୟ ବେଶ୍‌ ପ୍ରଶଂସା କରିଥିଲେ ବୋଲି ତାଲିମଦାତା ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe