ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଲଗା ହୋଇଯାଇଥିବା ସ୍ବାମୀ-ସ୍ତ୍ରୀ ଭେଟାଭେଟି ହେବା ପରେ ଏହି କାରଣରୁ ପୁଣିଥ‌ରେ କଲେ ବିବାହ

ରୁଷ ଓ ୟୁକ୍ରେନ ଯୁଦ୍ଧ ମଧ୍ୟରେ ଅଲଗା ହୋଇଯାଇଥିବା ସ୍ବାମୀ-ସ୍ତ୍ରୀ ଭେଟାଭେଟି ହେବା ପରେ ଏହି କାରଣରୁ ପୁଣିଥ‌ରେ କଲେ ବିବାହ

ନୂଆଦିଲ୍ଲୀ: ୟୁକ୍ରେନ ଦମ୍ପତି ୨୨ବର୍ଷ ଧରି ଏକାଠି ରହିବା ପରେ  ଗତ ରବିବାର କିଭ ସୀମାନ୍ତରେ ଆଉ ଥରେ ବିବାହ କରିଛନ୍ତି। ଏପରି କରିବା ପଛରେ ଦମ୍ପତିଙ୍କ ଉଦ୍ଦେଶ୍ୟ ହେଉଛି ନିଜର ସମ୍ପର୍କକୁ ଆହୁରି ମଜବୁତ କରିବା।

ଗତ ମାସରେ ରୁଷ ସହିତ ଯୁଦ୍ଧ ଆରମ୍ଭ ହେବାପରେ  ଲେସିଆ ଇଭାଶେଙ୍କୋ ଚାକିରି ଛାଡି ଦେଇଥିଲେ ଏବଂ କିଭର ବାହ୍ୟ ଅଞ୍ଚଳକୁ ରକ୍ଷା କରିବା ପାଇଁ ଆଞ୍ଚଳିକ ପ୍ରତିରକ୍ଷା ବାହିନୀରେ ଯୋଗ ଦେଇଥିଲେ। ଗତ ରବିବାର ଦିନ ସେ ୟୁକ୍ରେନ ସେନାଙ୍କ ଉପସ୍ଥିତିରେ ତାଙ୍କ ସ୍ବାମୀଙ୍କୁ ପୁଣିଥରେ ବିବାହ କରିିଛନ୍ତି।

ଏହି ଘଟଣାକୁ ନେଇ ଲେସିଆ କହିଛନ୍ତି, ‘ରୁଷ ଆକ୍ରମଣ ପରଠାରୁ ମୁଁ ମୋର ସାଥୀ/ସ୍ବାମୀ ଭେଲେରୀ ଫିଲିମୋନୋଭଙ୍କୁ ଦେଖି ନଥିଲି। ଯେମିତି ହିଁ ମୁଁ ତାଙ୍କୁ ଭେଟଥିଲି ଆନୁଷ୍ଠାନିକ ଭାବେ ବିବାହ କରିଥିଲି। ଦ୍ବିତୀୟ ଥର ବିବାହ କରି ଯେତିକି ଖୁସି, ତା’ଠାରୁ ଅଧିକ ଖୁସି ଆମେ ଦୁହେଁ ଜୀବତ ଅଛୁ। ଆଉ ଭେଲେରୀ ମୋ ସହିତ ଅଛନ୍ତି। କିଏ ଜାଣିଲା ଆସନ୍ତା କାଲି କ’ଣ ହେବ। ତେଣୁ ଆମେ ସ୍ଥିର କରିଥିଲୁ ଯେ ଭଗବାନଙ୍କ ସାମ୍ନାରେ, ସମଗ୍ର ଦେଶ ସାମ୍ନାରେ ବିବାହ କରି ନେବା ଉଚିତ୍ । ବିବାହ ସମୟରେ ଆମ ପରିବାର ଆମ ସହିତ ନଥିଲେ ସେଥିପାଇଁ ଦୁଃଖ ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe