ନବବଧୂଙ୍କ ଆତ୍ମହତ୍ୟା, ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ପରିବାର

Advertisment

ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଜଣେ ନବବଧୂ ବିଷପାନ କରି ଆତ୍ମହତ୍ୟା କରିଛନ୍ତି | ଏହା ଯୌତୁକ ନିର୍ଯାତନାର କରୁଣ ପରିଣତି ବୋଲି ମୃତ ମହିଳାଙ୍କ ଭାଇ ଶୁକଦେବ ବୁରାଣ୍ଡି ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି |

dead woman

ଜହ୍ନ।ପଙ୍କ: ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଜଣେ ନବବଧୂ ବିଷପାନ କରି ଆତ୍ମହତ୍ୟା କରିଛନ୍ତି | ଏହା ଯୌତୁକ ନିର୍ଯାତନାର କରୁଣ ପରିଣତି ବୋଲି ମୃତ ମହିଳାଙ୍କ ଭାଇ ଶୁକଦେବ ବୁରାଣ୍ଡି ବୌଦ୍ଧ ଥାନାରେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ବାଉଁଶୁଣୀ ଥାନା ତାଳସରଡ଼ା ଗ୍ରାମ ପଞ୍ଚାୟତ ପୋଢଖାଲ ଗ୍ରାମର ଅରୁନ୍ଧତୀ ଗତ ୬ ମାସ ତଳେ ଜଗନ୍ନାଥପୁର ଗ୍ରାମର ପ୍ରଫୁଲ୍ଲ ଗିରୀଙ୍କୁ ବୈଦିକ ରୀତିନୀତି ଅନୁଯାୟୀ ବିବାହ କରିଥିଲେ |

 ଗତ ରାତିରେ କୌଣସି କାରଣରୁ ଅରୁନ୍ଧତୀ ବିଷପାନ କରି ଦେଇଥିବା ଓ ଶ୍ୱଶୁର ଘର ଲୋକେ ସକାଳେ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ | ଚିକିତ୍ସlଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା | ତାଙ୍କ ଶାଶୂଘର ଲୋକଙ୍କ ଅତ୍ୟାଚାର ସହିନପାରି ସେ ଆତ୍ମହତ୍ୟା କରିଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe