ବ୍ରାହ୍ମଣୀ ଓ କୋଏଲନଦୀ ଉପରେ ନିର୍ମାଣ ହେବ ପୋଲ, ହଟିବ ସ୍ଥାନୀୟ ବାସିନ୍ଦାଙ୍କ ସମସ୍ୟା

Advertisment

ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଇଛନ୍ତି। ବ୍ରାହ୍ମଣୀ ଓ କୋଏଲନଦୀ ଉପରେ ଆଉ ଦୁଇଟି ପୋଲ ନିର୍ମାଣ ହେବାକୁ ଯାଉଛି। ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରରୋଡ ଉପରେ ପୋଲ ମଧ୍ୟ ନିର୍ମାଣ କରିବାକୁ ସରକାର ଅର୍ଥ ମଞ୍ଜୁର କରିଛନ୍ତି।

ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଇଛନ୍ତି। ବ୍ରାହ୍ମଣୀ ଓ କୋଏଲନଦୀ ଉପରେ ଆଉ ଦୁଇଟି ପୋଲ ନିର୍ମାଣ ହେବାକୁ ଯାଉଛି। ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରରୋଡ ଉପରେ ପୋଲ ମଧ୍ୟ ନିର୍ମାଣ କରିବାକୁ ସରକାର ଅର୍ଥ ମଞ୍ଜୁର କରିଛନ୍ତି।

xc

ରାଉରକେଲା: ରଘୁନାଥପାଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ପ୍ରସ୍ତାବକୁ ସରକାର ମଞ୍ଜୁରି ଦେଇଛନ୍ତି। ବ୍ରାହ୍ମଣୀ ଓ କୋଏଲନଦୀ ଉପରେ ଆଉ ଦୁଇଟି ପୋଲ ନିର୍ମାଣ ହେବାକୁ ଯାଉଛି। ଏଥିସହ ରଘୁନାଥପାଲୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାରରୋଡ ଉପରେ ପୋଲ ମଧ୍ୟ ନିର୍ମାଣ କରିବାକୁ ସରକାର ଅର୍ଥ ମଞ୍ଜୁର କରିଛନ୍ତି। ସେକ୍ଟର-୧୩ ଲୁଆକେରାରୁ କୁଆରମୁଣ୍ଡା ବ୍ଲକର ସାନଦଲକୀ ମଧ୍ୟରେ  କୋଏଲନଦୀ ଉପରେ ପ୍ରାୟ ୩୦୦ ମିଟର ଲମ୍ବର ପୋଲ ନିର୍ମାଣ ହେବାକୁ ଦୀର୍ଘଦିନରୁ ଦାବି ହୋଇ ଆସୁଥିଲା।

କୁଆରମୁଣ୍ଡାର ସାନଦଲକି ଓ ଏହାର ଆଖପାଖର ଅଧିକାଂଶ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ସ୍ଥାନୀୟବାସିନ୍ଦା ଏ ସମସ୍ୟା ସମ୍ପର୍କରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ଜଣାଇଥିଲେ। ସେମିତି ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦାର କଂସରୁ ଢ଼ିପାଟୋଲ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଯାତାୟତରେ ବହୁ ସମସ୍ୟା ଭୋଗୁଥିଲେ। ବ୍ରାହ୍ମଣୀପୋଲ ଉପରେ ପୋଲ ନିର୍ମାଣ କରିବାକୁ ସେମାନେ ବିଧାୟକ ଶ୍ରୀ ତନ୍ତୀଙ୍କୁ ଅନୁ‌ରୋଧ କରିଥିଲେ। ବ୍ରାହ୍ମଣୀ ପୋଲ ଉପରେ ୫୦୦ ମିଟର ଦୂର ‌ପୋଲ ପାଇଁ ମଧ୍ୟ  ଦୀର୍ଘଦିନ ଧରି ଦାବି କରି ଆସୁଥିଲେ। ବିଧାୟକ ଶ୍ରୀ  ତନ୍ତୀଙ୍କ ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମ୍ପର୍କରେ  ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଇସ୍ପାୟ ସହରାଞ୍ଚଳର ଲୁଆକେରା ନିକଟସ୍ଥ  କୋଏଲ ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ମନ୍ତ୍ରୀ ସମ୍ପୃକ୍ତ ବିଭାଗକୁ ଅର୍ଥ ମଞ୍ଜୁର କରିଛନ୍ତି। ଅନୁରୂପ ଭାବେ ବ୍ରାହ୍ମଣୀ ଓ ଲାଠିକଟା ବ୍ଲକର ବାରିବେଡ଼ା ରାସ୍ତା ଉପରେ ପୋଲ ନିର୍ମାଣ କରିବାକୁ ମଧ୍ୟ ଅର୍ଥ ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ତିନିଟି ପୋଲ ନିର୍ମାଣ ହେବ ବୋଲି ବିଧାୟକ କହିଛନ୍ତି। ପୋଲ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟତ ସମସ୍ୟା ଦୂର ହେବ।

କୁଆରମୁଣ୍ଡାର ସାନଦଲକି ଓ ଏହାର ଆଖପାଖର ଅଧିକାଂଶ ଅଞ୍ଚଳବାସୀ ଯାତାୟତରେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। ସ୍ଥାନୀୟବାସିନ୍ଦା ଏ ସମସ୍ୟା ସମ୍ପର୍କରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ଜଣାଇଥିଲେ। ସେମିତି ଲାଠିକଟା ବ୍ଲକ ଅନ୍ତର୍ଗତ ଜଲଦାର କଂସରୁ ଢ଼ିପାଟୋଲ ଓ ଏହାର ଆଖପାଖ ଅଞ୍ଚଳର ଲୋକମାନେ ମଧ୍ୟ ଯାତାୟତରେ ବହୁ ସମସ୍ୟା ଭୋଗୁଥିଲେ। ବ୍ରାହ୍ମଣୀପୋଲ ଉପରେ ପୋଲ ନିର୍ମାଣ କରିବାକୁ ସେମାନେ ବିଧାୟକ ଶ୍ରୀ ତନ୍ତୀଙ୍କୁ ଅନୁ‌ରୋଧ କରିଥିଲେ। ବ୍ରାହ୍ମଣୀ ପୋଲ ଉପରେ ୫୦୦ ମିଟର ଦୂର ‌ପୋଲ ପାଇଁ ମଧ୍ୟ  ଦୀର୍ଘଦିନ ଧରି ଦାବି କରି ଆସୁଥିଲେ।

ବିଧାୟକ ଶ୍ରୀ  ତନ୍ତୀଙ୍କ ନିଜ ନିର୍ବାଚନମଣ୍ଡଳୀ ସମସ୍ୟା ସମ୍ପର୍କରେ  ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ଇସ୍ପାୟ ସହରାଞ୍ଚଳର ଲୁଆକେରା ନିକଟସ୍ଥ  କୋଏଲ ନଦୀ ଉପରେ ଏକ ପୋଲ ନିର୍ମାଣ କରିବାକୁ ମନ୍ତ୍ରୀ ସମ୍ପୃକ୍ତ ବିଭାଗକୁ ଅର୍ଥ ମଞ୍ଜୁର କରିଛନ୍ତି। ଅନୁରୂପ ଭାବେ ବ୍ରାହ୍ମଣୀ ଓ ଲାଠିକଟା ବ୍ଲକର ବାରିବେଡ଼ା ରାସ୍ତା ଉପରେ ପୋଲ ନିର୍ମାଣ କରିବାକୁ ମଧ୍ୟ ଅର୍ଥ ମଞ୍ଜୁର ହୋଇଛି। ଖୁବ୍‌ଶୀଘ୍ର ତିନିଟି ପୋଲ ନିର୍ମାଣ ହେବ ବୋଲି ବିଧାୟକ କହିଛନ୍ତି। ପୋଲ ନିର୍ମାଣ ହେଲେ ସ୍ଥାନୀୟ ଅଞ୍ଚଳବାସୀଙ୍କ ଯାତାୟତ ସମସ୍ୟା ଦୂର ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe