ରାଉରକେଲାରେ ବ୍ରାଉନସୁଗାର ଜବତ, ବେପାରୀ ଗିରଫ

ରାତ୍ରି‌ ପାଟ୍ରୋଲିଂ ବେଳେ ପ୍ଳାଣ୍ଟସାଇଟ୍‌ ପୁଲିସ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ଖଡଗପୁର ନୂଆବସ୍‌ଷ୍ଟାଣ୍ଡ କମଲନଗରର ଏସ୍‌କେ ଜାକିର (୨୧)। ତା’ ନିକଟରୁ ପୁଲିସ ୧୬ ଗ୍ରାମ୍‌ ୨୭ ମିଲିଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଓ ଗୋଟିଏ ମୋବାଇଲ ଜବତ କରିଛି। 

zx

ରାଉରକେଲା: ରାତ୍ରି‌ ପାଟ୍ରୋଲିଂ ବେଳେ ପ୍ଳାଣ୍ଟସାଇଟ୍‌ ପୁଲିସ ଜଣେ ବ୍ରାଉନ୍‌ସୁଗାର ବେପାରୀକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ପଶ୍ଚିମବଙ୍ଗ ଖଡଗପୁର ନୂଆବସ୍‌ଷ୍ଟାଣ୍ଡ କମଲନଗରର ଏସ୍‌କେ ଜାକିର (୨୧)। ତା’ ନିକଟରୁ ପୁଲିସ ୧୬ ଗ୍ରାମ୍‌ ୨୭ ମିଲିଗ୍ରାମ୍‌ ଓଜନର ବ୍ରାଉନ୍‌ ସୁଗାର ଓ ଗୋଟିଏ ମୋବାଇଲ ଜବତ କରିଛି। 

ପ୍ଲାଣ୍ଟସାଇଟ୍‌ ପୁଲିସ ରାତ୍ରୀ ପେଟ୍ରୋଲିଂ କରୁଥିଲା। ବିର୍ସା ମୁଣ୍ଡା ଛକ ଯାତ୍ରୀ ପ୍ରତୀକ୍ଷାଳୟ ନିକଟରେ ଜାକିର୍‌ ବ୍ରାଉନ୍‌ ସୁଗାର ବିକିବାକୁ ଛିଡା ହୋଇଥିବା ସୂଚନା ପାଇଥିଲା। ସୂଚନା ଆଧାରରେ ପୁଲିସ ଟିମ୍‌ ଯାତ୍ରୀ ପ୍ରତୀକ୍ଷାଳୟ ନିକଟରେ ଛିଡା ହୋଇଥିବା ଜାକିରକୁ ଧରି ଯାଞ୍ଚ କରିଥିଲା। ପକେଟରୁ ବ୍ରାଉନ୍‌ସୁଗାର ବାହାରିବା ପରେ  ପୁଲିସ ତାକୁ ଥାନାକୁ ଉଠାଇ ନେଇଥିଲା। ଜାକିର କୋଲାକାତାରୁ ବ୍ରାଉନ୍‌ ସୁଗାର ଆଣି ରାଉରକେଲାରେ ଏଜେଣ୍ଟ ଜରିଆରେ ବିକୁଥିବା ପୁଲିସ ପ୍ରାମିକ ତଦନ୍ତରୁ ଜାଣିବାକୁ ପାଇଛି। ଜାକିର ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ? କେତେ ଦିନ ଧରି ରାଉରକେଲାରେ ଏଭଳି ବ୍ରାଉନ୍‌ସୁଗାର କାରବାର କରୁଛି, ପୁଲିସ ତା’ର ଖୋଳତାଡ କରୁଛି।

ବିଳମ୍ବିତ ରାତିରେ ପ୍ଲାଣ୍ଟସାଇଟ୍‌ ପୁଲିସ ରାତ୍ରୀ ପେଟ୍ରୋଲିଂ କରୁଥିଲା। ବିର୍ସା ମୁଣ୍ଡା ଛକ ଯାତ୍ରୀ ପ୍ରତୀକ୍ଷାଳୟ ନିକଟରେ ଜାକିର୍‌ ବ୍ରାଉନ୍‌ ସୁଗାର ବିକିବାକୁ ଛିଡା ହୋଇଥିବା ସୂଚନା ପାଇଥିଲା। ସୂଚନା ଆଧାରରେ ପୁଲିସ ଟିମ୍‌ ଯାତ୍ରୀ ପ୍ରତୀକ୍ଷାଳୟ ନିକଟରେ ଛିଡା ହୋଇଥିବା ଜାକିରକୁ ଧରି ଯାଞ୍ଚ କରିଥିଲା। ପକେଟରୁ ବ୍ରାଉନ୍‌ସୁଗାର ବାହାରିବା ପରେ  ପୁଲିସ ତାକୁ ଥାନାକୁ ଉଠାଇ ନେଇଥିଲା। ଜାକିର କୋଲାକାତାରୁ ବ୍ରାଉନ୍‌ ସୁଗାର ଆଣି ରାଉରକେଲାରେ ଏଜେଣ୍ଟ ଜରିଆରେ ବିକୁଥିବା ପୁଲିସ ପ୍ରାମିକ ତଦନ୍ତରୁ ଜାଣିବାକୁ ପାଇଛି। ଜାକିର ଗ୍ୟାଙ୍ଗରେ ଅନ୍ୟ କେଉଁମାନେ ଅଛନ୍ତି ? କେତେ ଦିନ ଧରି ରାଉରକେଲାରେ ଏଭଳି ବ୍ରାଉନ୍‌ସୁଗାର କାରବାର କରୁଛି, ପୁଲିସ ତା’ର ଖୋଳତାଡ କରୁଛି।

crime

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe