ଆରମ୍ଭ ହେଲା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ

Advertisment
ଆରମ୍ଭ ହେଲା ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ

ଭୁବନେଶ୍ୱର : ପଞ୍ଚଦଶ ବିଧାନସଭାର ଶେଷ ଅଧିବେଶନ ଆଜି ଠାରୁ ଆରମ୍ଭ ହୋଇଛି।ଏହା ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବଜେଟ୍‌ ଅଧିବେଶନର ଆରମ୍ଭରେ ଅଭିଭାଷଣ ପ୍ରଦାନ କରି ସରକାରଙ୍କ ସଫଳତାର ବୟାନ କରିଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବିଧାନସଭରେ ଅଭିଭାଷଣ ଦେଇ କହିଛନ୍ତି ଯେ ବିଜୁ କଲ୍ୟାଣ ଯୋଜନାରେ ଲୋକେ ଉପକୃତ ହେଉଛନ୍ତି । ପୋଲାଭରମ ଓ ମହାନଦୀ ପାଇଁ ସରକାରଙ୍କ ଲଢ଼େଇ ଜାରି ରହିଥିବା ବେଳେ ସାଧରଣ ବଣ୍ଟନ ବ୍ୟବସ୍ଥାରେ ଓଡ଼ିଶା ରାଜ୍ୟରେ ଏକନମ୍ବର ସ୍ଥାନ ପାଇ ପାରିଛି। ସେହିପରି ଚାଷୀଙ୍କ ଆୟ ଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ଦୁଇଗୁଣ ହୋଇଥିବା ବେଳେ ଆସନ୍ତା ଏପ୍ରିଲରୁ ଶୂନ୍ୟ ପ୍ରତିଶତ ସୁଧରେ ଚାଷୀମାନଙ୍କୁ ଋଣ ପ୍ରଦାନ କରାଯିବ। ସେହିପରି କାଳିଆ ଯୋଜନାରେ ରାଜ୍ୟର ଲକ୍ଷଲକ୍ଷ ଚାଷୀ ଉପକୃତ ହେଉଥିବା ରାଜ୍ୟପାଳ ପ୍ରଫେସର ଲାଲ କହିବା ସହିତ ହିତାଧୀକାରୀଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ କ୍ଷେତ୍ରରେ ପିଠା କାର୍ଯ୍ୟକ୍ରମ ବେଶ୍‌ ସଫଳ ହୋଇଛି ବୋଲି ରାଜ୍ୟପାଳ ପ୍ରଫେସର ଲାଲ କହିଛନ୍ତି।

publive-image
ଚଳିତ ବର୍ଷ ନିର୍ବାଚନ ବର୍ଷ ହୋଇଥିବାରୁ ୪ ମାସ ପାଇଁ ୭ ତାରିଖରେ ଅର୍ଥ ମନ୍ତ୍ରୀ ଶଶିଭୂଷଣ ବେହେରା ୨୦୧୯-୨୦ ମସିହାର ବଜେଟ୍‌ (ଲେଖାନୁଦାନ) ଉପସ୍ଥାପନ କରିବେ। ୮ ତାରିଖରେ ଏହି ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରି ବିଲ୍‌ ଗୃହୀତ ହେବ। ୯ ଓ ୧୦ ତାରିଖରେ ଦ୍ଵିତୀୟ ଶନିବାର ଓ ରବିବାର ପଡ଼ୁଥିବାରୁ ଗୃହ ଚାଲିବ ନାହିଁ।୧୧ ତାରିଖରେ ସରକାରୀ କାର୍ଯ୍ୟଦିବସ ଓ ୧୨ ତାରିଖରେ ବେସରକାରୀ ସଭ୍ୟଙ୍କ କାର୍ଯ୍ୟଦିବସ ରହିଛି।ଏହି ଅଧିବେଶନର ଅବଧି କମ୍‌ ଥିଲେ ବି ଆଗକୁ ନିର୍ବାଚନ ଥିବାରୁ ଗୃହ ସରଗରମ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe