Bumra : ବୁମ୍‌ରାଙ୍କୁ ଜ୍ବର, ଖେଳିବେନି ଆମେରିକା ବିପକ୍ଷ ମ୍ୟାଚ୍‌

Advertisment

ଶନିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ଦିନରେ ଭାରତର ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆମେରିକା (ୟୁଏସଏ) ସହ ହେବ। ତେବେ ଏହି ମ୍ୟାଚ୍‌ରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି।

ଶନିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ଦିନରେ ଭାରତର ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆମେରିକା (ୟୁଏସଏ) ସହ ହେବ। ତେବେ ଏହି ମ୍ୟାଚ୍‌ରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି।

07bbs_1_07022026_112

ମୁମ୍ବାଇ : ଶନିବାରଠାରୁ ଆରମ୍ଭ ହେଉଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ପ୍ରଥମ ଦିନରେ ଭାରତର ମୁକାବିଲା ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମ୍‌ରେ ଆମେରିକା (ୟୁଏସଏ) ସହ ହେବ। ତେବେ ଏହି ମ୍ୟାଚ୍‌ରେ ଭାରତର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ରହିଛି। ଶୁକ୍ରବାରଠାରୁ ତାଙ୍କୁ ଜ୍ବର ହେଉଥିବାରୁ ତାଙ୍କୁ ବିଶ୍ରାମ ଦେଇ ମହମ୍ମଦ ସିରାଜଙ୍କୁ ଖେଳାଯିବାର ସମ୍ଭାବନା ରହିଛି।

ଶୁକ୍ରବାର ଭାରତୀୟ ଦଳ ଅଭ୍ୟାସ କରିଥିଲେ ବି ବୁମ୍‌ରା ବିଶ୍ରାମ ନେଇଥିଲେ। ଗତକାଲି ଆଣ୍ଠୁରେ ଯନ୍ତ୍ରଣା କାରଣରୁ ହର୍ଷିତ ରାଣାଙ୍କୁ ବିଶ୍ରାମ ଦିଆଯାଇ ତାଙ୍କ ସ୍ଥାନରେ ମହମ୍ମଦ ସିରାଜଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା। ଫେବ୍ରୁଆରି ୪ରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଅଭ୍ୟାସ ମ୍ୟାଚରେ ବୋଲିଂ କରୁଥିବା ସମୟରେ ହର୍ଷିତଙ୍କ ଆଣ୍ଠୁରେ ଯନ୍ତ୍ରଣା ହୋଇଥିଲା ଓ ଏହି କାରଣରୁ ସେ ପଡ଼ିଆ ଛାଡ଼ିଥିଲେ। ବିସିସିଆଇର ଡାକ୍ତରୀ ଦଳ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ସମଗ୍ର ବିଶ୍ବକପରୁ ବିଶ୍ରାମ ଦେବାକୁ ନିଷ୍ପତ୍ତି ନିଆଯାଇଥିଲା।

ଆହୁରି ପଢନ୍ତୁ: villain: ଧୀରେନ୍ ବନିଲେ ଭିଲେନ୍

ହର୍ଷିତଙ୍କ ବିଦାୟ ଓ ବୁମରାଙ୍କ ବିଶ୍ରାମ ପରେ ଭାରତୀୟ ଦଳରେ ଏବେ ୧୩ ଜଣ ଫିଟ୍ ଖେଳାଳି ଅଛନ୍ତି। ଅଲରାଉଣ୍ଡର ଓ୍ବାସିଂଟନ ସୁନ୍ଦର ଏବେ ବି ବେଙ୍ଗାଲୁରୁସ୍ଥିତ ବିସିସିଆଇର ଉତ୍କର୍ଷ କେନ୍ଦ୍ରରେ ଅଛନ୍ତି ଓ ଫିଟନେସ୍ ମଂଜୁରୀ ପାଇବାକୁ ଅପେକ୍ଷା କରିଛନ୍ତି। ତେବେ ଜ୍ବର ଉପସମ ହେଲେ ଭାରତର ଦ୍ବିତୀୟ ମ୍ୟାଚ ବେଳକୁ ବୁମ୍‌ରା ଫିଟ୍‌ ହୋଇ ଦଳକୁ ଫେରିବାର ସମ୍ଭାବନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe