ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର, ଯୋଜନାବଦ୍ଧ ହତ୍ୟା ନା ଆତ୍ମହତ୍ୟା !

Advertisment

ସେକ୍ଟର-୧୫ ଥାନା ଅଧୀନ ସେକ୍ଟର-୭/୧୭ ଛକ ନିକଟସ୍ଥ ଆମ୍ବେଦକର ପାର୍କ ପଛପଟ ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃ୍ତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହ ଜବତ କରି ରାଉରକେଲା ସରକାରୀ ହସ୍‌ପିଟାଲ ମର୍ଗରେ ରଖିଛି।

ସେକ୍ଟର-୧୫ ଥାନା ଅଧୀନ ସେକ୍ଟର-୭/୧୭ ଛକ ନିକଟସ୍ଥ ଆମ୍ବେଦକର ପାର୍କ ପଛପଟ ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃ୍ତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହ ଜବତ କରି ରାଉରକେଲା ସରକାରୀ ହସ୍‌ପିଟାଲ ମର୍ଗରେ ରଖିଛି।

nb

ରାଉରକେଲା: ସେକ୍ଟର-୧୫ ଥାନା ଅଧୀନ ସେକ୍ଟର-୭/୧୭ ଛକ ନିକଟସ୍ଥ ଆମ୍ବେଦକର ପାର୍କ ପଛପଟ ଜଙ୍ଗଲରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃ୍ତଦେହ ଉଦ୍ଧାର ହୋଇଛି। ପୁଲିସ ମୃତଦେହ ଜବତ କରି ରାଉରକେଲା ସରକାରୀ ହସ୍‌ପିଟାଲ ମର୍ଗରେ ରଖିଛି। ମୃତକଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ ବୋଲି ସୂଚନା ମିଳିଛି। ମୃତକଙ୍କ ଦେହ ଜଳିଯାଇଥିବାବେଳେ ତାଙ୍କ ପାଖରେ ଥିବା ବ୍ୟାଗ୍‌, ମୋବାଇଲ୍‌ ଓ ଅନ୍ୟାନ୍ୟ କାଗଜପତ୍ର ପୋଡ଼ି ନଷ୍ଟ ହୋଇଛି। 

ଗୁରୁବାର ସକାଳ ପ୍ରାୟ ୧୦ଟାବେଳେ ୨ ଜଣ ମହିଳା ଆମ୍ବେଦକର ପାର୍କ ପଛ ଜଙ୍ଗଲକୁ ଜାଳେଣିକାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖି ସେକ୍ଟର-୧୭ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଥିବା ଏକ ଚା’ ଦୋକାନୀଙ୍କୁ ଜଣାଇଥିଲେ। ସେ ତୁରନ୍ତ ସେକ୍ଟର-୧୫ ଥାନାକୁ ଏ ବିଷୟରେ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲା। ଯୁବକଙ୍କ ଦେହ ଓ ସମସ୍ତ କାଗଜପତ୍ର ପୋଡ଼ି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ। ତାଙ୍କୁ ହତ୍ୟା କରି ଜଳାଇ ଫିଙ୍ଗି ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଉଭୟଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ଥାନାଧିକାରୀ କହିଛନ୍ତି। ପରିବାରଲୋକଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଜାରି ରହିଛି। ୯୬ ଘଣ୍ଟା ପରେ ଶବ ବ୍ୟବଚ୍ଛେଦ କରାଯିବ। ଯୁବକଙ୍କ ମୃତ୍ୟୁ ପ୍ରାୟ ୩-୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ୁଛି। ତାଙ୍କ ଦେହସାରା ପୋକ ଲାଗିଯାଇଥିବା ଥାନାଧିକାରୀ କହିଛନ୍ତି। ଏହି ଘଟଣାପରେ ପୁଲିସ ପାଟ୍ରୋଲିଂକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ସହରର ଏକ ବ୍ୟସ୍ତବହୁଳ ଅଞ୍ଚଳ ହେଉଛି ସେକ୍ଟର- ୭/୧୭ ଛକ। ଛକର ମାତ୍ର ୫୦ ମିଟର ଦୂରରୁ ମିଳିଛି ଯୁବକଙ୍କ ମୃତଦେହ। ​ରାଉରକେଲା ପୁଲିସ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଥିବାବେଳେ କେଉଁ ପରିସ୍ଥିତିରେ ଜଙ୍ଗଲ ଭିତରେ ଯୁବକଙ୍କ ମୃତ୍ୟୁହେଲା ତାହା ଅନେକ ସନ୍ଦେହ ସୃଷ୍ଟି କରୁଛି।

ସୂଚନାନୁଯାୟୀ, ଗୁରୁବାର ସକାଳ ପ୍ରାୟ ୧୦ଟାବେଳେ ୨ ଜଣ ମହିଳା ଆମ୍ବେଦକର ପାର୍କ ପଛ ଜଙ୍ଗଲକୁ ଜାଳେଣିକାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଏକ ମୃତଦେହ ପଡ଼ିଥିବା ଦେଖି ସେକ୍ଟର-୧୭ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଥିବା ଏକ ଚା’ ଦୋକାନୀଙ୍କୁ ଜଣାଇଥିଲେ। ସେ ତୁରନ୍ତ ସେକ୍ଟର-୧୫ ଥାନାକୁ ଏ ବିଷୟରେ ଜଣାଇଥିଲେ। ଘଟଣାସ୍ଥଳରେ ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ମୃତଦେହ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲା। ଯୁବକଙ୍କ ଦେହ ଓ ସମସ୍ତ କାଗଜପତ୍ର ପୋଡ଼ି ଯାଇଥିବାରୁ ତାଙ୍କର ପରିଚୟ ମିଳିପାରିନାହିଁ। ତାଙ୍କୁ ହତ୍ୟା କରି ଜଳାଇ ଫିଙ୍ଗି ଦିଆଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଉଭୟଦିଗକୁ ଦୃଷ୍ଟିରେ ରଖି ତଦନ୍ତ କରାଯିବ ବୋଲି ଥାନାଧିକାରୀ କହିଛନ୍ତି। ପରିବାରଲୋକଙ୍କ ପରିଚୟ ଖୋଜିବାକୁ ଚେଷ୍ଟା ଜାରି ରହିଛି। ୯୬ ଘଣ୍ଟା ପରେ ଶବ ବ୍ୟବଚ୍ଛେଦ କରାଯିବ। ଯୁବକଙ୍କ ମୃତ୍ୟୁ ପ୍ରାୟ ୩-୪ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ୁଛି। ତାଙ୍କ ଦେହସାରା ପୋକ ଲାଗିଯାଇଥିବା ଥାନାଧିକାରୀ କହିଛନ୍ତି। ଏହି ଘଟଣାପରେ ପୁଲିସ ପାଟ୍ରୋଲିଂକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି ସହରବାସୀ। ସହରର ଏକ ବ୍ୟସ୍ତବହୁଳ ଅଞ୍ଚଳ ହେଉଛି ସେକ୍ଟର- ୭/୧୭ ଛକ। ଛକର ମାତ୍ର ୫୦ ମିଟର ଦୂରରୁ ମିଳିଛି ଯୁବକଙ୍କ ମୃତଦେହ। ​ରାଉରକେଲା ପୁଲିସ ୨୪ ଘଣ୍ଟିଆ ପାଟ୍ରୋଲିଂ କରୁଥିବାବେଳେ କେଉଁ ପରିସ୍ଥିତିରେ ଜଙ୍ଗଲ ଭିତରେ ଯୁବକଙ୍କ ମୃତ୍ୟୁହେଲା ତାହା ଅନେକ ସନ୍ଦେହ ସୃଷ୍ଟି କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe