ଖନ୍ତାପଡ଼ାରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଆଜି ଭୋର ସମୟରେ ଖନ୍ତାପଡ଼ା ଥାନା ପଣପଣା ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବସରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି।

bh

ଖନ୍ତାପଡ଼ା: ଆଜି ଭୋର ସମୟରେ ଖନ୍ତାପଡ଼ା ଥାନା ପଣପଣା ନିକଟ ୧୬ ନଂ ଜାତୀୟ ରାଜପଥରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି। 

କଟକରୁ କଲିକତା ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ (ଓଡି ୦୫ ବିବି ୬୨୦୭) ଭାରସାମ୍ୟ ହରାଇ ଏକ ବ୍ରିଜକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବସରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଚାଳକ ଏବଂ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣା ପଡ଼ିଛି। ସେହିପରି ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଛି।

ସୂଚନା ଅନୁଯାୟୀ, କଟକରୁ କଲିକତା ଅଭିମୁଖେ ଯାଉଥିବା ମଲ୍ଲିକ ନାମକ ଏକ ଯାତ୍ରୀବାହୀ ବସ (ଓଡି ୦୫ ବିବି ୬୨୦୭) ଭାରସାମ୍ୟ ହରାଇ ଏକ ବ୍ରିଜକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ବେଳେ ବସରେ ଥିବା ସମସ୍ତ ୪୧ ଜଣ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଚାଳକ ଏବଂ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇ ନ ଥିବା ଜଣା ପଡ଼ିଛି। ସେହିପରି ଖନ୍ତାପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଛି।

accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe