ଆୟୁଷ୍ମାନ ଯୋଜନା ପାଇଁ କଟକ ଯାଉଥିବା ବସ ଦୁର୍ଘଟଣାଗ୍ରସ୍ତ, ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ

ଆଠଗଡ ଥାନା ଆଠଗଡ ମୁଣ୍ଡଳୀ ରାସ୍ତାର ଛତାବର ଛକ ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିରିଶରୁ ଅଧିକ ଆହତ ହେବା ସହ ଦଶରୁ ଅଧିକ ଗୁରୁତର ହୋଇଛନ୍ତି |

bus

କଟକ: ଆଠଗଡ ଥାନା ଆଠଗଡ ମୁଣ୍ଡଳୀ ରାସ୍ତାର ଛତାବର ଛକ ନିକଟରେ ବସ ସହ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି | ଏହି ଦୁର୍ଘଟଣା ଯୋଗୁଁ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ତିରିଶରୁ ଅଧିକ ଆହତ ହେବା ସହ ଦଶରୁ ଅଧିକ ଗୁରୁତର ହୋଇଛନ୍ତି | ସମସ୍ତ ଆହତଙ୍କୁ ଆଠଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ଆଠଗଡ଼ ପୋଲିସ୍ ଓ ଆଠଗଡ଼ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କରିଛନ୍ତି | ମିଳିଥିବା ସୂଚନା ମୁତାବକ ଆଠଗଡ଼ରୁ ବସଟି କଟକ ଅଭିମୁଖେ ଯାଉଥିବାବେଳେ ଟ୍ରକ ସହ ଧକ୍କା ହୋଇଥିଲା | କଟକ ବାଲିଯାତ୍ରା ପଡିଆରେ ଆୟୋଜିତ ଆୟୁଷ୍ମାନ କାର୍ଯ୍ୟକ୍ରମ ପାଇଁ ଆଠଗଡ଼ରୁ କିଛି ଲୋକ ବସ ଯୋଗେ କଟକ ଯାଉଥିଲେ |

 ଏହି ବସଟି ଛତାବର ନିକଟରେ ଟ୍ରକକୁ ଧକ୍କା ଦେଇଥିଲା | ସମସ୍ତ ଆହତମାନେ ଆଠଗଡ଼ ଥାନା ଅନ୍ତର୍ଗତ ସମସରପୁର ପଞ୍ଚାୟତର ହୋଇଥିବା ସୂଚନା ମିଳିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe