ପରିବହନ ନିୟମ ମାନୁନାହାନ୍ତି ମାଲିକ,  ଜଣେ ଡ୍ରାଇଭର ଚଳାଉଛନ୍ତି ନାଇଟ୍‌କୋଚ୍‌ ବସ୍‌

Advertisment

କିଛି ମାସରେ ବ୍ୟବଧାନ ପରେ ପୁଣି ନାଇଟ୍‌କୋଚ୍‌ ବସ୍‌ରେ ଦେଖାଦେଇଛି ବ୍ୟତିକ୍ରମ। ପରିବହନ ନିୟମ ମାନୁନାହାନ୍ତି କିଛି ନାଇଟ୍‌କୋଚ୍‌ ବସ୍‌ ମାଲିକ। ଯାହା ଫଳରେ ବଢ଼ୁଛି ଦୁର୍ଘଟଣା।

କିଛି ମାସରେ ବ୍ୟବଧାନ ପରେ ପୁଣି ନାଇଟ୍‌କୋଚ୍‌ ବସ୍‌ରେ ଦେଖାଦେଇଛି ବ୍ୟତିକ୍ରମ। ପରିବହନ ନିୟମ ମାନୁନାହାନ୍ତି କିଛି ନାଇଟ୍‌କୋଚ୍‌ ବସ୍‌ ମାଲିକ। ଯାହା ଫଳରେ ବଢ଼ୁଛି ଦୁର୍ଘଟଣା।

bus

ରାଉରକେଲା: କିଛି ମାସରେ ବ୍ୟବଧାନ ପରେ ପୁଣି ନାଇଟ୍‌କୋଚ୍‌ ବସ୍‌ରେ ଦେଖାଦେଇଛି ବ୍ୟତିକ୍ରମ। ପରିବହନ ନିୟମ ମାନୁନାହାନ୍ତି କିଛି ନାଇଟ୍‌କୋଚ୍‌ ବସ୍‌ ମାଲିକ। ଯାହା ଫଳରେ ବଢ଼ୁଛି ଦୁର୍ଘଟଣା। ଯାଉଛି ଅନେକଙ୍କ ଜୀବନ। ରାତି ଅନିଦ୍ରା ହୋଇ ଡ୍ରାଇଭରମାନେ ରାଉରକେଲାଠୁ ୪୦୦ରୁ ୬୦୦ କିମି ଦୂରରେ ଥିବା ସହରକୁ ଏକାକୀ ଗାଡ଼ି ନେଇ ଯାଉଛନ୍ତି। ଏମିତି ମାସ ମାସ ଧରି ଚାଡ଼ି ଚଳାଉଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବସ୍‌ ମାଲିକମାନେ ଏହାକୁ  ପ୍ରାଥମିକତା ଦେବା ଦରକାର। କିନ୍ତୁ ଅର୍ଥ ଲୋଭରେ ବସ୍‌ ମାଲିକମାନେ ଯାତ୍ରୀଙ୍କ ସୁରକ୍ଷାକୁ ସମ୍ପୂର୍ଣ୍ଣ ଭୁଲି ଯାଉଛନ୍ତି। ରାଉରକେଲାରୁ ବ୍ରହ୍ମପୁର, ଭୁବନେଶ୍ବର, ବାରିପଦା ଆଦି ବିଭିନ୍ନ ଦୂର ସହରକୁ ଦୈନିକ ଯାତାୟାତ କରୁଥିବା କିଛି ନାଇଟ୍‌ କୋଚ୍‌ରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି। ଅନେକ ସମୟରେ ଯାତ୍ରୀମାନେ ବସ୍‌ରେ ଜଣେ ମାତ୍ର ଡ୍ରାଇଭରଙ୍କୁ ଗାଡ଼ି ଚଳାଉଥିବା ‌ଦେଖି ପ୍ରତିବାଦ କରିଛନ୍ତି। କାହିଁକି ଦୁଇଜଣ ଡ୍ରାଇଭର ରଖୁ ନାହାନ୍ତି ବୋଲି କଣ୍ଡକ୍ଟରଙ୍କୁ ଯାତ୍ରୀମାନେ ପ୍ରଶ୍ନ କରୁଛନ୍ତି। ହେଲେ ମାଲିକମାନେ ଏଥିପ୍ରତି ଧ୍ୟାନ ଦେଉ ନାହାନ୍ତି। ପରିବହନ ବିଭାଗର ଅଧିକାରୀମାନେ ଜଣେ ଲେଖାଏଁ ଡ୍ରାଇଭରରେ ଚାଲୁଥିବା ଏସବୁ ନାଇଟ୍‌କୋଚ୍‌ ବସ୍‌କୁ ଯାଞ୍ଚ କରୁନଥିବା ଯାତ୍ରୀମାନେ ଅଭିଯୋଗ କରୁଛନ୍ତି। ସହରରୁ ଦୈନିକ ବିଭିନ୍ନ ସହରକୁ ୪୦ରୁ ଅଧିକ ନାଇଟ୍‌ ବସ୍‌ ଯାତାୟାତ କରୁଛି। ପ୍ରତିଦିନ ପ୍ରାୟ ୨୦୦୦  ଯାତ୍ରୀ ବିଭିନ୍ନ ଅଞ୍ଚଳକୁ ଯାଉଛନ୍ତି।

ରାଉରକେଲାରୁ କଟକ, ଭୁବନେଶ୍ବର, ବାଲେଶ୍ବର, ବାରିପଦା, ବ୍ରହ୍ମପୁର, କୋରାପୁଟ, ରାୟଗଡ଼ା, ପାରାଦୀପ, ଜଗତସିଂହପୁର, ଯାଜପୁର, ରାଜକନିକା, ଭଦ୍ରକ, ଚାନ୍ଦବାଲି, ପୁରୀ, କାକଟପୁର, ଫୁଲବାଣୀ ଆଦି ଅଞ୍ଚଳକୁ ଏହି ନାଇଟ୍‌କୋଚ୍‌ ଗୁଡ଼ିକ ଯିବାଆସିବା କରୁଛି। ଦୈନିକ ଯେତିକ ବସ୍‌ ଯାଉଛି, ତାର ଏକ ତୃତୀୟାଂଶରୁ ଅଧିକ କେବଳ କଟକ ଓ ଭୁବନେଶ୍ବର ଯାଉଛି। ରାଉରକେଲାରୁ ରାଜ୍ୟର ଯେଉଁ ଅଞ୍ଚଳକୁ ଜଣେ‌ ଲେଖାଏଁ ଡ୍ରାଇଭରରେ ବସ୍‌ ଯାତାୟାତ କରୁଛି, ତା’ ଉପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ସହରବାସୀ। କାରଣ ବିଗତ ଦିନରେ ଜଣେ ଡ୍ରାଇଭର ଚଳାଉଥିବା କିଛି ବସ୍‌ ଦୁର୍ଘଟଣା ହୋଇଛି। ଅନେକ ଯାତ୍ରୀଙ୍କ ଜୀବନ ଯାଇଛି। ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe