ଭୁବନରେ ବସ ସେବା ଠପ୍:  ବିନା ନୋଟିସରେ ବନ୍ଦ

Advertisment

୨/୩ ମାସ ହେଲା ଦରମା ନପାଇ ବସ ଆଗରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କର୍ମଚାରୀ। ଫଳରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଗ୍ରାମ୍ୟ ବସ ସେବାପୂର୍ବର (ଲକ୍ଷ୍ମୀ)ଯୋଜନା ଠପ୍ ହୋଇଯାଇଛି।

୨/୩ ମାସ ହେଲା ଦରମା ନପାଇ ବସ ଆଗରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କର୍ମଚାରୀ। ଫଳରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଗ୍ରାମ୍ୟ ବସ ସେବାପୂର୍ବର (ଲକ୍ଷ୍ମୀ)ଯୋଜନା ଠପ୍ ହୋଇଯାଇଛି।

bus46

ଢେଙ୍କାନାଳ: ୨/୩ ମାସ ହେଲା ଦରମା ନପାଇ ବସ ଆଗରେ ଧାରଣାରେ ବସିଛନ୍ତି ଡ୍ରାଇଭର ଓ କର୍ମଚାରୀ। ଫଳରେ ଢେଙ୍କାନାଳ ଜିଲ୍ଲା ଭୁବନରେ ଗ୍ରାମ୍ୟ ବସ ସେବାପୂର୍ବର (ଲକ୍ଷ୍ମୀ)ଯୋଜନା ଠପ୍ ହୋଇଯାଇଛି। ପ୍ରତ୍ୟେକ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଲୋକମାନେ ସୁବିଧାରେ ଯାତାୟାତ କରିବା ପାଇଁ ଗତ ଫେବ୍ରୁଆରି ମାସଠାରୁ ତତକାଳୀନ ନବୀନ ସରକାର ଏହି ଲକ୍ଷ୍ମୀ ବସ ସେବା ଯୋଗାଇ ଦେଇଛନ୍ତି।

ଭୁବନ ବ୍ଲକରେ ମୋଟ ୭ଟି ବସ ଚାଲୁଛି। ଲୋକମାନେ ବହୁ ସୁବିଧାରେ ଯାତାୟତ କରୁଛନ୍ତି। କିନ୍ତୁ ଆଜି ବସ ବନ୍ଦ ହୋଇଥିବାରୁ ସାଧାରଣରେ ଅଞ୍ଚଳବାସୀ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି। ତେବେ ସ୍ଥାନୀୟ ସ୍ତରରେ ଏହାକୁ ବୁଝୁଥିବା ସୁପରଭାଇଜରଙ୍କ ମନମାନି ଓ ଠକାମି ମନୋବୃତ୍ତି କାରଣରୁ ଏହି ସମସ୍ୟା ଉପୁଜିଥବା ପ୍ରତିକ୍ରିୟାରେ ପ୍ରକାଶ ପାଇଛି।

 ବ୍ଲକ ସୁପରଭାଇଜର କୁହନ୍ତି ଦରମା ପ୍ରତି ମାସ ଦିଆଯାଉଛି।  ଦୁଷ୍ମନ୍ତ କୁମାର କଅଁରଙ୍କର ଆଧାରରେ ତ୍ରୁଟି ଯୋଗୁ ଅସୁବିଧା ହେଉଛି। ଖୁବ୍ ଶ୍ରୀଘ୍ର ସମାଧାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe