Bus Strike in Jagatsinghpur: ଘରୋଇ ବସ୍ ଧର୍ମଘଟ ଧର୍ମଘଟ ଜାରି, ଯାତ୍ରୀ ହନ୍ତସନ୍ତ

Advertisment

ମୁଖ୍ୟମନ୍ତ୍ରୀ ବସ ସେବା ରୁଟକୁ ନେଇ ଘରୋଇ ବସ ମାଲିକ ସଂଘରେ ଅସନ୍ତୋଷ ଦେଖାଦେଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ମାଲିକ ସଂଘ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରା ଦ୍ବିତୀୟ ଦିନରେ ପହଞ୍ଚିଛି ।

ମୁଖ୍ୟମନ୍ତ୍ରୀ ବସ ସେବା ରୁଟକୁ ନେଇ ଘରୋଇ ବସ ମାଲିକ ସଂଘରେ ଅସନ୍ତୋଷ ଦେଖାଦେଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ମାଲିକ ସଂଘ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରା ଦ୍ବିତୀୟ ଦିନରେ ପହଞ୍ଚିଛି ।

e1f3af21-cdb1-492c-999a-5b25eedc7ce8

bus strike Photograph: (Photo: sambad.in)

ଜଗତସିଂହପୁର: ମୁଖ୍ୟମନ୍ତ୍ରୀ ବସ ସେବା ରୁଟକୁ ନେଇ ଘରୋଇ ବସ ମାଲିକ ସଂଘରେ ଅସନ୍ତୋଷ ଦେଖାଦେଇଛି। ଯାହାଫଳରେ ଜଗତସିଂହପୁର ଜିଲ୍ଲାରେ ମାଲିକ ସଂଘ ପକ୍ଷରୁ ଦିଆ ଯାଇଥିବା ବନ୍ଦ ଡାକରା ଦ୍ବିତୀୟ ଦିନରେ ପହଞ୍ଚିଛି । କୌଣସି ବସ ଚଳାଚଳ କରି ନ ଥିବା ବେଳେ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

 ଜଣେ ମାଲିକଙ୍କ ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ବସ୍ ସେବା ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଥିଲା। କିନ୍ତୁ ଏବେ ମୁଖ୍ୟାଳୟ ସହ ଯୋଡ଼ା ଯାଇଥିବା ବେଳେ ଅନ୍ୟ ପ୍ରମୁଖ ରାସ୍ତାରେ ମଧ୍ୟ ଯାତାୟତ କରୁଛି। ଏ ନେଇ ପରିବହନ ଅଧିକାରୀଙ୍କୁ ପଚାରି ବୁଝିବାରୁ ଜିଲ୍ଲାପାଳ ନିର୍ଦ୍ଦେଶନାମା ଦେଇଥିବା ସେ କହିଛନ୍ତି। ବାସ୍ତବରେ କିଏ ନିୟମ କଲା ତାହା ଜଣାପଡ଼ୁ ନାହିଁ ବୋଲି ମାଲିକ କହିଛନ୍ତି।

ଯାହାଫଳରେ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ଜଗତସିଂହପୁର, ପାରାଦୀପ ବସ ଷ୍ଟାଣ୍ଡରେ ଆଜି ବସ୍ ଚଳାଚଳ ନ କରି ଛିଡ଼ା ହୋଇ ରହିଥିଲା। ଯାତ୍ରୀମାନଙ୍କ ଯାତାୟତରେ ଅସୁବିଧା ସୃଷ୍ଟି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe