ଆଜି ସନ୍ଧ୍ୟାରେ କ୍ୟାବିନେଟ୍‌ ଓ କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ ବୈଠକ: ଶପଥ ଗ୍ରହଣ ପୂର୍ବରୁ ମାଆଙ୍କୁ ଭେଟିବେ ମୋଦି

Advertisment
ଆଜି ସନ୍ଧ୍ୟାରେ କ୍ୟାବିନେଟ୍‌ ଓ କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ ବୈଠକ: ଶପଥ ଗ୍ରହଣ ପୂର୍ବରୁ ମାଆଙ୍କୁ ଭେଟିବେ ମୋଦି

Image Source: India Today

ନୂଆଦିଲ୍ଲୀ: ଶୁକ୍ରବାର ସନ୍ଧ୍ୟାରେ କ୍ୟାବିନେଟ୍‌ ଓ କେନ୍ଦ୍ର ମନ୍ତ୍ରୀ ପରିଷଦ୍‌ର ବୈଠକ ବସୁଛି। ଏଥିରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଏବଂ ଦେଶର ବିଭିନ୍ନ ଅଞ୍ଚଳକୁ ପ୍ରଧାନମନ୍ତ୍ରୀ ମୋଦିଙ୍କର ଗସ୍ତ ତାରିଖ ଆଦି ସ୍ଥିର କରାଯିବ।

ଶପଥ ଗ୍ରହଣ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଗୁଜୁରାଟ ଗସ୍ତରେ ଯାଇ ତାଙ୍କ ମାଆଙ୍କ ଆଶିର୍ବାଦ ଗ୍ରହଣ କରିବେ ଏବଂ ବାରାଣସୀ ଯାଇ ଲୋକମାନଙ୍କୁ ଧନ୍ୟବାଦ ଅର୍ପଣ କରିବେ।

ମେ ୨୮ ତାରିଖ ଦିନ ମୋଦି ବାରାଣସୀ ଗସ୍ତ କରିବେ। ବାରାଣସୀ ପରେ ସେ ଆଶୀର୍ବାଦ ପାଇଁ ମାଆଙ୍କୁ ଭେଟିବେ। ସେ ଗୋଟିଏ ଦିନ ପାଇଁ ଗାନ୍ଧୀନଗର ଯିବେ ବୋଲି ଜଣାପଡୁଛି। ଏହା ପରେ ଯାଇ ସେ ଶପଥ ଗ୍ରହଣ କରିବେ।

ଆଜି ସନ୍ଧ୍ୟାସୁଦ୍ଧା ବିଜେପି ଏ ସବୁ ପ୍ରସଙ୍ଗ ଚୂଡ଼ାନ୍ତ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe