ବାଘ ଆକ୍ରମଣରେ ବାଛୁରୀ ମୃତ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ସରସରା ବଲାଙ୍ଗ ସେକ୍ସନ ଦଲକି ଗ୍ରାମ ନିକଟରେ ବାଘ ଆକ୍ରମଣରେ ବାଛୁରୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି।

New Project (9)

ବଣାଇଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣାଇ ରେଞ୍ଜ ଅନ୍ତର୍ଗତ ସରସରା ବଲାଙ୍ଗ ସେକ୍ସନ ଦଲକି ଗ୍ରାମ ନିକଟରେ ବାଘ ଆକ୍ରମଣରେ ବାଛୁରୀର ମୃତ୍ୟୁ ହୋଇଥିବା କୁହାଯାଉଛି। ଗ୍ରାମର ଗଣେଶ କିସାନ ଗୁରୁବାର ସକାଳେ ଗାଈ ଚରାଇବାକୁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ବାଘ ବାଛୁରୀକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ବେକରେ କାମୁଡ଼ି ଦେବାରୁ ବାଛୁରୀର ମୃତ୍ୟୁ ହୋଇଥିବା ଗଣେଶ କହିଛନ୍ତି। ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି। ସମଗ୍ର ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବା ସହ ଜଙ୍ଗଲର ବିଭିନ୍ନସ୍ଥାନରେ ବାଘର ଗତିବିଧି ଜାଣିବା ପାଇଁ ଟ୍ରାପ୍‌ କ୍ୟାମେରା ଖଞ୍ଜାଯାଇଛି। 

ଗଣେଶ କିସାନ ଗୁରୁବାର ସକାଳେ ଗାଈ ଚରାଇବାକୁ ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ଏହି ସମୟରେ ଏକ ବାଘ ବାଛୁରୀକୁ ଆକ୍ରମଣ କରିଥିବା ଜଣାପଡ଼ିଛି। ବେକରେ କାମୁଡ଼ି ଦେବାରୁ ବାଛୁରୀର ମୃତ୍ୟୁ ହୋଇଥିବା ଗଣେଶ କହିଛନ୍ତି। ଗ୍ରାମବାସୀ ଏନେଇ ବନବିଭାଗକୁ ଖବର ଦେବା ପରେ ବିଭାଗ ପକ୍ଷରୁ ଅନୁଧ୍ୟାନ ଆରମ୍ଭ ହୋଇଛି। ସମଗ୍ର ଅଞ୍ଚଳରେ ଲୋକଙ୍କୁ ସଚେତନ କରାଯିବା ସହ ଜଙ୍ଗଲର ବିଭିନ୍ନସ୍ଥାନରେ ବାଘର ଗତିବିଧି ଜାଣିବା ପାଇଁ ଟ୍ରାପ୍‌ କ୍ୟାମେରା ଖଞ୍ଜାଯାଇଛି। 

କିଛିଦିନ ପୂର୍ବରୁ ବଣାଇ ରେଞ୍ଜର ଘୋଷରା ନିକଟସ୍ଥ ବେଲଡିହି ଜଙ୍ଗଲରେ ବାଘର ପଦଚିହ୍ନ ଠାବ କରାଯାଇଥିଲା। ତେଣୁ ପରବର୍ତ୍ତୀ ସମୟରେ ସେହି ବାଘ ହୁଏତ ଦଲକି ଜଙ୍ଗଲକୁ ପଳାଇ ଆସିଥିବା ସନ୍ଦେହ କରୁଛନ୍ତି ସ୍ଥାନୀୟଲୋକେ। ସ୍ଥାନୀୟ ଅଞ୍ଚଳରେ ବନବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe