Call Recording tricks : ଆପଣଙ୍କ କଲ୍ ରେକର୍ଡିଂ ହେଉଥିଲେ ଜାଣିବେ କିପରି

ଯାହା ସହ କଥା ହେଉଛନ୍ତି, ସେ ଆପଣଙ୍କ କଥାକୁ ରେକର୍ଡିଙ୍ଗ କରୁନାହାନ୍ତି ତ? ଯଦି କରୁଛନ୍ତି ତେବେ ଆପଣ ଜାଣିବେ କେମିତି? ଆଜି ଆମେ ଆପଣଙ୍କୁ ସେ ବାବଦରେ ସବିଶେଷ ତଥ୍ୟ ଦେବୁ | ଆମେ କଷ୍ଟମର କେୟାର ସହ ଯାହା କଥା ହୋଇଥାଉ ତାହା କେବଳ ରେକର୍ଡିଂ ହେବାର ନିୟମ ରହିଛି

record

record Photograph: (sambad.in)

ନୂଆଦିଲ୍ଲୀ: ଯାହା ସହ କଥା ହେଉଛନ୍ତି, ସେ ଆପଣଙ୍କ କଥାକୁ ରେକର୍ଡିଙ୍ଗ କରୁନାହାନ୍ତି ତ? ଯଦି କରୁଛନ୍ତି ତେବେ ଆପଣ ଜାଣିବେ କେମିତି? ଆଜି ଆମେ ଆପଣଙ୍କୁ ସେ ବାବଦରେ ସବିଶେଷ ତଥ୍ୟ ଦେବୁ | ଆମେ କଷ୍ଟମର କେୟାର ସହ ଯାହା କଥା ହୋଇଥାଉ ତାହା କେବଳ ରେକର୍ଡିଂ ହେବାର ନିୟମ ରହିଛି। କଲ୍ ରେକର୍ଡିଂ କେବଳ ଆଣ୍ଡ୍ରଏଡ୍ ଏବଂ iOS ରେ ଉପଲବ୍ଧ ରହିଥାଏ। କାହାର ବିନା ଅନୁମତିରେ କଲ୍ ରେକର୍ଡିଂ କରିବା ଏକ ଦଣ୍ଡନୀୟ ଅପରାଧ ହୋଇଥାଏ। ଯଦି କେହି ଆପଣଙ୍କ ଅଜାଣତରେ ଆପଣଙ୍କ କଲ୍କୁ ରେକର୍ଡିଂ କରୁଛି ତେବେ ଜାଣିବେ କିପରି ? ଆସନ୍ତୁ ଜାଣିବା ।

ବର୍ତ୍ତମାନ ସମୟରେ ସମସ୍ତେ ଆଣ୍ଡ୍ରଏଡ୍ ଫୋନ ବ୍ୟବହାର କରୁଛନ୍ତି। ନିତ୍ୟଜୀବନରେ ଏହା ଏକ ଆବଶ୍ୟକୀୟ ସାମଗ୍ରୀରେ ପରିଣତ ହୋଇଯାଇଛି। ସେ ଅଫିସ କାର୍ଯ୍ୟ ହେଉ ବା କୌଣସି ବ୍ୟକ୍ତିଗତ କଥାବାର୍ତ୍ତା ସବୁଥିରେ ଆମେ ଫୋନକୁ ବ୍ୟବହାର କରିଥାଉ।କିନ୍ତୁ କଣ ସତରେ ଆପଣଙ୍କ ବିନା ଅନୁମତିରେ କିଏ ଆପଣଙ୍କ କଲ୍ ରେକର୍ଡ ହେଉଥିଲେ ଆପଣ ଜାଣିପାରିବେ? ଆସନ୍ତୁ କିଛି ସହଜ ଉପାୟ ଜାଣିବା ଯେଉଁଥିରେ ସହଜରେ  ଆପଣଙ୍କ କଲ୍ ରେକର୍ଡ ହେଉଛି ନା ନାହିଁ ସହଜରେ ଜାଣିହେବ ।

କଲ୍ ରେକର୍ଡ ହେଉଛି ନା ନାହିଁ ଜାଣିବେ କିପରି  
ଯଦି କଥା ହେବାବେଳେ ଆପଣଙ୍କ ଫୋନ ବିପ ବା ଇକୋ କରିବାକୁ ଲାଗେ ସେତେବେଳେ ଆପଣ ଜାଣିପାରିବେ କି ଆପଣଙ୍କ କଲ ରେକର୍ଡିଂ ହେଉଛି। ଅପରପକ୍ଷରେ ଅନେକ ଫୋନରେ କଲ୍ ରେକର୍ଡିଂ ଅନ୍ କରିବା ବେଳେ କଲ୍ ରେକର୍ଡିଂ ଷ୍ଟାଟେଡ ବା କଲ୍ ରେକର୍ଡିଂ ଅନ୍ ବୋଲି କହିବାକୁ ଲାଗିଥାଏ। କିଛି ଏକ୍ସପର୍ଟଙ୍କ କହିବା ମୁତାବକ ଯେତେବେଳେ ଫୋନର ନେଟଓ୍ବାର୍କରେ ବାରମ୍ବାର ତ୍ରୁଟି ଦେଖାଯାଇଥାଏ, ସେତେବେଳେ ଏହା ସିଧାସଳଖ ଭାବରେ ଫୋନର ରେକର୍ଡିଙ୍ଗ ସିଷ୍ଟମର ପାର୍ଶ୍ବପ୍ରତିକ୍ରିୟା ବୋଲି ଅନୁମାନ କରାଯାଇଥାଏ। ଯଦିଓ ସବୁସମୟରେ ଏହା ଠିକ ହୁଏ ନାହିଁ କିନ୍ତୁ ସତର୍କ ରହିବା ଜରୁରୀ । ସେହିପରି ହ୍ଵାଟ୍ସଆପ, ଟେଲିଗ୍ରାମ ପରି ଆପ୍ପରେ ଅଡିଓ କଲ୍ ରେ କଥାବାର୍ତ୍ତା କରିବାବେଳେ କୌଣସି ରେକର୍ଡିଙ୍ଗ ହୋଇପାରେ ନାହିଁ। କିନ୍ତୁ ଭିଡିଓ କଲରେ କଥାବାର୍ତ୍ତା ହେବାବେଳେ ଯଦି କିଏ ସ୍କ୍ରିନ ରେକର୍ଡିଙ୍ଗ କରନ୍ତି ତେବେ ତାହା ରେକର୍ଡ ହୋଇଥାଏ । ଏହି ସମୟରେ ଆପଣଙ୍କ ଫୋନ୍ ରେ ଆସୁଥିବା ନୋଟିଫିକେସନ ଉପରେ ଧ୍ୟ୍ୟାନ ଦେବାକୁ ପଡିବ ଯେପରି ଆପଣଙ୍କ କୌଣସି ତଥ୍ୟ ଜଣାପଡିବ ନାହିଁ ।  

କେଉଁ ସେଟିଙ୍ଗକୁ କରିବେ ପରିବର୍ତ୍ତନ 
ଯଦି ଆପଣଙ୍କ ଫୋନ୍କୁ ସୁରକ୍ଷା ଦେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଫୋନର Settings → Apps → Permissions → Microphone Access କୁ ଯାଇ ମାଇକ୍ରୋଫୋନ୍ ଅନ୍ ହୋଇଥିଲେ ତାକୁ ଅଫ୍ କରନ୍ତୁ।  ଯେଉଁ ଆପ୍ପକୁ ଆପଣ ଆଗରୁ ଦେଖିନାହାନ୍ତି ତାକୁ ସଙ୍ଗେସଙ୍ଗେ ଡିଲିଟ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe