ଭାରତରେ ୪୫ ହଜାର କୋଟି ଟଙ୍କା ବିନିଯୋଗ କରିବ ସିଙ୍ଗାପୁରର କ୍ୟାପିଟାଲଣ୍ଡ କମ୍ପାନୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ଅବତରଣ କରିବା ମାତ୍ରେ ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି।

modi

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସିଙ୍ଗାପୁରରେ ଅବତରଣ କରିବା ମାତ୍ରେ ସିଙ୍ଗାପୁରର ଅଗ୍ରଣୀ ରିଏଲ୍ ଇଷ୍ଟେଟ୍ କମ୍ପାନୀ ୨୦୨୮ ସୁଦ୍ଧା ଭାରତରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବାକୁ ଘୋଷଣା କରିଛନ୍ତି। ସିଙ୍ଗାପୁରର କ୍ୟାପିଟାଲଣ୍ଡ , ଯାହା ଏସିଆର ସର୍ବବୃହତ ରିଅଲ୍ ଇଷ୍ଟେଟ୍ ଗ୍ରୁପ, ତାହା ଆଗାମୀ ଚାରି ବର୍ଷରେ ଭାରତରେ ୪୫,୦୦୦ କୋଟି ଟଙ୍କା ବିନିଯୋଗ କରିବ ଏବଂ ଏହା ପରେ ଭାରତରେ ଏହି ଗ୍ରୁପ୍ ର ମୋଟ ପୁଞ୍ଜିନିବେଶ ୯୦୨୮୦ କୋଟି ଟଙ୍କାକୁ ବୃଦ୍ଧି ପାଇବ |

ସିଙ୍ଗାପୁରରେ ଭାରତର ହାଇ କମିଶନର ସାଇମନ୍ ୱଙ୍ଗ ସୋସିଆଲ ମିଡିଆରେ ପୋଷ୍ଟ କରି କ୍ୟାପିଟାଲଣ୍ଡ ଇନଭେଷ୍ଟମେଣ୍ଟର ଏହି ବିନିଯୋଗ ବିଷୟରେ ସୂଚନା ସେୟାର କରିଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି ଯେ ସିଙ୍ଗାପୁର କମ୍ପାନୀଗୁଡିକ ଭାରତରେ ନିବେଶକୁ ଦ୍ୱିଗୁଣିତ କରୁଛନ୍ତି। କ୍ୟାପିଟାଲଣ୍ଡ ଇନଭେଷ୍ଟମେଣ୍ଟର ଗ୍ରୁପ୍ ସିଇଓ ଲି ଚି କୁନ୍ କହିଛନ୍ତି ଯେ ଭାରତ ଆମ ପାଇଁ ଏକ ରଣନୀତିକ ବଜାର ଏବଂ କ୍ୟାପିଟାଲଣ୍ଡ ନିବେଶର ସାମଗ୍ରିକ ବ୍ୟବସାୟରେ ଏହା ହେଉଛି ପ୍ରମୁଖ ଯୋଗଦାନକାରୀ।

ସେ କହିଛନ୍ତି, ଗତ ସାତ ବର୍ଷ ମଧ୍ୟରେ ଆମର ପୁଞ୍ଜି ବିନିଯୋଗ ତିନି ଗୁଣ ବୃଦ୍ଧି ପାଇଛି | ସେ କହିଛନ୍ତି, ୨୦୨୪ ମସିହାରେ ଭାରତର ଜିଡିପି ୭ ପ୍ରତିଶତ ହେବ ଏବଂ ଆଗାମୀ ପାଞ୍ଚ ବର୍ଷରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତି ହେବ | ଉଲ୍ଲେଖ ଥାଉ କି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରୁନେଇ ଦାରୁସଲାମ ଗସ୍ତ ସାରି ଆଜି ସିଙ୍ଗାପୁରରେ ପହଂଚିଛନ୍ତି | 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe