ମହଦା ପୋଲ ନିକଟରେ କାର୍ ଦୁର୍ଘଟଣାଗ୍ରସ୍ତ, ଚାଳକ ଫେରାର

ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁର ଥାନା ଅନ୍ତର୍ଗତ ମହଦା ପୋଲ ନିକଟରେ ଆଜି ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛିl ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତିl 

ୁଂଦମ

ବୀରମହାରାଜପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ବୀରମହାରାଜପୁର ଥାନା ଅନ୍ତର୍ଗତ ମହଦା ପୋଲ ନିକଟରେ ଆଜି ସକାଳେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛିl ଫଳରେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତିl 

ସୂଚନା ଅନୁସାରେ ଆଜି  ସକାଳୁ ଏକ  କାର ସୋନପୁର ପଟରୁ ବୀରମହାରାଜପୁର ପଟକୁ ଯାଉଥିବା ବେଳେ ମହଦା ପୋଲ ନିକଟରେ ଚକ ଫାଟି  ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲାl କାରରେ ଥିବା ଯାତ୍ରୀମାନେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ କେତେ ଜଣ ଥିଲେ ତାହା ସ୍ପଷ୍ଟ ହୋଇନାହିଁl

ଦୁର୍ଘଟଣା ପରେ ଗାଡ଼ି ଚାଳକ ଫେରାର ହୋଇଯାଇଥିବା ପୁଲିସ୍ ସୂଚନା ଦେଇଛି। ଖବର ପାଇ ବୀରମହାରାଜପୁର ପୁଲିସ  ଘଟଣାସ୍ଥଳରେ ପହଞ୍ଚି  ଅଧିକ ତଦନ୍ତ ଜାରି ରଖିଛିl

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe