ପୁଣି ଆରମ୍ଭ ହେଲା ରଥଟଣା, ଗତକାଲି ଅଧାବାଟରେ ଅଟକିଥିଲେ ଶ୍ରୀଜିଉ

ଆଜି ପୁଣିଥରେ ଆରମ୍ଭ ହୋଇଛି ରଥଟଣା | ଦ୍ଵିତୀୟଦିନରେ ବଡ଼ଦାଣ୍ଡରେ ଗଡୁଛି ମହାପ୍ରଭୁଙ୍କ ରଥ | ମିଳିଥିବା ସୂଚନା ମୁତାବକ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଗଡିଥିବାବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ବି ଗଡିଛି |

ratha jatra

ପୁରୀ: ଆଜି ପୁଣିଥରେ ଆରମ୍ଭ ହୋଇଛି ରଥଟଣା | ଦ୍ଵିତୀୟଦିନରେ ବଡ଼ଦାଣ୍ଡରେ ଗଡୁଛି ମହାପ୍ରଭୁଙ୍କ ରଥ | ମିଳିଥିବା ସୂଚନା ମୁତାବକ ପ୍ରଥମେ ବଡ଼ଠାକୁର ବଳଭଦ୍ରଙ୍କ ରଥ ଗଡିଥିବାବେଳେ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ବି ଗଡିଛି | ଘଣ୍ଟ, ହୁଳହୁଳିରେ ବଡଦାଣ୍ଡ ପ୍ରକମ୍ପିତ ହେଉଥିବାବେଳେ ଲକ୍ଷାଧିକ ଶ୍ରଦ୍ଧାଳୁ ସମବେତ ହୋଇଛନ୍ତି |

 ବାସ୍ତବରେ ଗତକାଲି ସିଂହଦ୍ବାରରେ ଅଟକିରହିଥିଲେ ମହାବାହୁ। ବଳଭଦ୍ରଙ୍କଙ୍କ ରଥ ବଳଗଣ୍ଡି ଓ ଦେବୀ ସୁଭଦ୍ରାଙ୍କ ରଥ ମାର୍କେଟ୍‌ ଛକ ନିକଟରେ ଅଟକି ରହିଥିଲା । ଉଲ୍ଲେଖ ଥାଉ କି ଗତକାଲି ବାରମ୍ବାର ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ମୋଡ଼ ନେଇଥିଲା। ଡାହାଣ ପାର୍ଶ୍ବକୁ ମୋଡ଼ ଖାଇଥିଲା ବଡ଼ ଠାକୁରଙ୍କ ରଥ। ବାରମ୍ବାର ଫାଳି ଲାଗିବାରୁ ୪୦୦ ମିଟର ବାଟ ପାଇଁ ଅଢ଼େଇ ଘଣ୍ଟା ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe