ମୃତ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ସିଏଚ୍‌ ନରେଶଙ୍କ କାର୍ ଠାବ

Advertisment

ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୃତ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ସିଏଚ୍‌ ନରେଶଙ୍କ କାର୍ ଠାବ ହୋଇଛି। ୩୨୬ ନଂ ଜାତୀୟ ରାଜପଥର କଡ଼ ମହାରାଜପାଲି ଗାଁ ନିକଟରେ କାର୍ ଛାଡ଼ିଯାଇଛନ୍ତି ଦୁର୍ବୃତ୍ତ। 

ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୃତ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ସିଏଚ୍‌ ନରେଶଙ୍କ କାର୍ ଠାବ ହୋଇଛି। ୩୨୬ ନଂ ଜାତୀୟ ରାଜପଥର କଡ଼ ମହାରାଜପାଲି ଗାଁ ନିକଟରେ କାର୍ ଛାଡ଼ିଯାଇଛନ୍ତି ଦୁର୍ବୃତ୍ତ। 

car 8

ମାଲକାନଗିରି: ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅଞ୍ଚଳର ମୃତ ୱେବ୍‌ ଚ୍ୟାନେଲ୍‌ ସାମ୍ବାଦିକ ସିଏଚ୍‌ ନରେଶଙ୍କ କାର୍ ଠାବ ହୋଇଛି। ୩୨୬ ନଂ ଜାତୀୟ ରାଜପଥର କଡ଼ ମହାରାଜପାଲି ଗାଁ ନିକଟରେ କାର୍ ଛାଡ଼ିଯାଇଛନ୍ତି ଦୁର୍ବୃତ୍ତ। 

ଶନିବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ସିଏଚ ନରେଶ ମୃତ୍ଯୁବରଣ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ରାତିରେ ମୁରଲୀଗୁଡ଼ା ଗାଁ ନିକଟରେ ନରେଶଙ୍କ ସହ ଆଉ ଦୁଇ ଜଣ ସାମ୍ବାଦିକ ଏବଂ ଗାଁର ଦୁଇ ଜଣ ଯୁବକ କଥାବାର୍ତ୍ତା କରୁଥିଲେ।

ଶନିବାର ଦୁର୍ବୃତ୍ତଙ୍କ ଆକ୍ରମଣରେ ୱେବ ସାମ୍ବାଦିକ ସିଏଚ ନରେଶ ମୃତ୍ଯୁବରଣ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ଘଟଣା ରାତିରେ ମୁରଲୀଗୁଡ଼ା ଗାଁ ନିକଟରେ ନରେଶଙ୍କ ସହ ଆଉ ଦୁଇ ଜଣ ସାମ୍ବାଦିକ ଏବଂ ଗାଁର ଦୁଇ ଜଣ ଯୁବକ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ମୋଟର ସାଇକଲରେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ନରେଶଙ୍କୁ ଅତର୍କିତ ଭାବରେ ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଜଣେ ଦୁର୍ବୃତ୍ତ ସାମ୍ବାଦିକଙ୍କ କାର୍‌କୁ ବଳ ପୂର୍ବକ ନେଇଯାଇଥିଲେ। ନରେଶଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ମୋଟୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ନରେଶଙ୍କ ମୃତ୍ୟୁ ହୋଇଥିଲା।

ଏହି ସମୟରେ ମୋଟର ସାଇକଲରେ ୫ ଜଣ ଦୁର୍ବୃତ୍ତ ସେଠାରେ ପହଞ୍ଚି ନରେଶଙ୍କୁ ଅତର୍କିତ ଭାବରେ ଖଣ୍ଡା ଓ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଏହାପରେ ଜଣେ ଦୁର୍ବୃତ୍ତ ସାମ୍ବାଦିକଙ୍କ କାର୍‌କୁ ବଳ ପୂର୍ବକ ନେଇଯାଇଥିଲେ। ନରେଶଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ପ୍ରଥମେ ମୋଟୁ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଡାକ୍ତରଙ୍କ ସମସ୍ତ ପ୍ରୟାସ ସତ୍ତ୍ବେ ନରେଶଙ୍କ ମୃତ୍ୟୁ ହୋଇଥିଲା। ହତ୍ୟାକାଣ୍ଡର କାରଣ ସମ୍ପର୍କରେ କିଛି ଜଣାପଡ଼ିନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe