ନୂଆଦିଲ୍ଲୀ: କାର୍ ବିକ୍ରୟ ତାଲିକାରେ ଭାରତରେ ମାରୁତି ସୁଜୁକି ପ୍ରଥମ ସ୍ଥାନରେ ରହିଥିବା ବେଳେ ଟାଟା ମୋଟର୍ସକୁ ପଛରେ ପକାଇ ମହିନ୍ଦ୍ରା ଦ୍ୱିତୀୟ ସ୍ଥାନ ଅଧିକାର କରିପାରିଛି। କାର କିଣିବା ପ୍ରାୟ ସମସ୍ତଙ୍କ ସ୍ବପ୍ନ ଥାଏ। ସମସ୍ତେ ନିଜ ବଜେଟ ହିସାବରେ ନିଜ ସ୍ବପ୍ନର କାର କିଣିବାକୁ ପସନ୍ଦ କରିଥାଆନ୍ତି। ତେବେ ଅକ୍ଟୋବରରେ ଜିଏସଟି ହାର ହ୍ରାସ ଏବଂ ପାର୍ବଣ ଋତୁ ଯୋଗୁଁ କାର କିଣିବାକୁ ଆଶା କରିଥିବା ଅନେକ ଲୋକ କାର କିଣିଥିଲେ।
 

Advertisment

ନଭେମ୍ବର ମାସରେ କେତେ ହେଲା କାର୍ ବିକ୍ରୟ?  
ଭାରତୀୟ ବଜାରରେ ଯାନବାହାନ ବିକ୍ରୟର ପରିଣାମ ନିରନ୍ତର ବୃଦ୍ଧି ପାଉଛି। ଯାନବାହାନ ପୋର୍ଟାଲରୁ ପ୍ରାପ୍ତ ସୂଚନା ଅନୁଯାୟୀ, ନଭେମ୍ବର ମାସରେ ୩,୮୮,୬୨୪ ଟି ଯାନବାହାନ, ଅକ୍ଟୋବର ମାସରେ ୫,୬୫,୩୨୬ ଟି ଏବଂ ଜାନୁଆରୀ ମାସରେ ୪,୭୩,୫୨୦ ଯାନବାହନ ବିକ୍ରି ହୋଇଥିଲା। ସେହିପରି ଅକ୍ଟୋବର ମାସରେ ସର୍ବାଧିକ ଯାନବାହାନ ବିକ୍ରି ହୋଇଥିବା ବେଳେ ନଭେମ୍ବର ମାସରେ ଅକ୍ଟୋବର ମାସ ଠାରୁ ଟିକେ କମ ଏବଂ ଜାନୁଆରୀ ମାସରେ ସବୁଠାରୁ କମ ଯାନବାହାନ ବିକ୍ରି ହୋଇଥିଲା। 

ଆହୁରି ପଢନ୍ତୁ: Sanchar Sathi APP: ସଞ୍ଚାର ସାଥୀ ଆପ୍ ବିବାଦ: ସିନ୍ଧିଆ କହିଲେ କେହି ଗୁପ୍ତଚରୀ କରୁ ନାହାନ୍ତି, ଲୋକେ ଚାହିଁଲେ ହଟାଇ ପାରିବେ

କାର୍ କମ୍ପାନୀରେ କିଏ ନମ୍ବର ୱାନ୍ ହେଲେ?

ମାରୁତି ସୁଜୁକି ଭାରତରେ କାର୍ ବିକ୍ରୟ ତାଲିକାରେ ଆଗରେ ଅଛି। ନଭେମ୍ବର ୨୦୨୫ରେ, ମାରୁତି ୧୫୫,୩୧୭ ୟୁନିଟ୍ ବିକ୍ରି କରିଥିଲା । ଯାହା ବଜାର ଅଂଶର ପ୍ରାୟ ୪୦ ଶତକଡା ରହିଥିଲା । ସେହିପରି ନଭେମ୍ବରରେ କାର୍ ବିକ୍ରୟରେ ମହିନ୍ଦ୍ରା ଟାଟା ମୋଟର୍ସକୁ ପଛରେ ପକାଇ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲା। ନଭେମ୍ବର ୨୦୨୫ ରେ ମହିନ୍ଦ୍ରା ୫୪,୦୦୫ SUV ବିକ୍ରି କରିଥିଲା, ଯେଉଁଥିରେ ୨,୭୬୭ ଇଲେକ୍ଟ୍ରିକ୍ SUV ଅନ୍ତର୍ଭୁକ୍ତ ରହିଥିଲା । ନଭେମ୍ବର ୨୦୨୪  ତୁଳନାରେ ମହିନ୍ଦ୍ରାର ବିକ୍ରୟ ୨୦ ପ୍ରତିଶତ ବୃଦ୍ଧି ପାଇଛି। ନଭେମ୍ବରରେ ଟାଟା ମୋଟର୍ସ ୫୧,୬୭୨ ଯାନ ବିକ୍ରି କରିଥିବା ବେଳେ  ଟାଟା ମହିନ୍ଦ୍ରା ଠାରୁ ମାତ୍ର ୨,୩୩୩ ୟୁନିଟ୍ ପଛରେ ରହିଥିଲା।

ଆହୁରି ପଢନ୍ତୁ: Groom Missing: ଚତୁର୍ଥୀ ଦିନ ଘର ଛାଡି ଚାଲିଗଲେ ବର, ୫ ଦିନ ପରେ ହରିଦ୍ବାରରୁ ହେଲେ ଉଦ୍ଧାର

ଟାଟାକୁ ପଛରେ ପକାଇଲା ମହିନ୍ଦ୍ରା


ଯାତ୍ରୀବାହୀ ଯାନ ବିକ୍ରୟରେ ମହିନ୍ଦ୍ରା ଏବଂ ଟାଟା ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ନଭେମ୍ବରରେ ଟାଟା ମୋଟର୍ସ ଦ୍ୱାରା ବିକ୍ରି ହୋଇଥିବା ୫୧,୬୭୨ ଯାନ ମଧ୍ୟରୁ୬,୦୮୩ ଇଲେକ୍ଟ୍ରିକ୍ କାର ଥିଲା। ନଭେମ୍ବର ୨୦୨୪ ରେ ବିକ୍ରି ହୋଇଥିବା ୪୨,୨୩୪ ଯାନ ତୁଳନାରେ ମହିନ୍ଦ୍ରା ଚଳିତ ବର୍ଷ ୨୨ ପ୍ରତିଶତ ବିକ୍ରୟ ବୃଦ୍ଧି ହାସଲ କରିଛି।