Advertisment

‘ବିଶ୍ବାସଘାତକ’ କହିଥିବା ‘ଏଏମ୍‌ଏମ୍‌କେ’ ପାର୍ଟି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପଲାନିସ୍ବାମୀଙ୍କ ନାଁରେ ମାମଲା

Advertisment
‘ବିଶ୍ବାସଘାତକ’ କହିଥିବା ‘ଏଏମ୍‌ଏମ୍‌କେ’ ପାର୍ଟି କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ପଲାନିସ୍ବାମୀଙ୍କ ନାଁରେ ମାମଲା

Image Courtesy of India Today

ମଦୁରାଇ: ମଦୁରାଇ ବିମାନ ବନ୍ଦରରେ ‘ଅମ୍ମା ମକ୍କଲ ମୁନ୍ନେତ୍ତ୍ର କଡ଼ଗମ୍‌’ (ଏଏମ୍‌ଏମ୍‌କେ) ଦଳର ଜଣେ କର୍ମକର୍ତ୍ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ଆଜି ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଇ. ପଲାନିସ୍ବାମୀଙ୍କ ନାମରେ ପୁଲିସ ମାମଲା ରୁଜୁ କରାଯାଇଛି।

‘ଏଆଇଏଡିଏମ୍‌କେ’ର ଅନ୍ତରୀଣ ସାଧାରଣ ସମ୍ପାଦକ ଇ. ପଲାନିସ୍ବାମୀ ଶିବଗଙ୍ଗାରେ ଆୟୋଜିତ ଦଳୀୟ ବୈଠକରେ ଯୋଗ ଦେବା ଲାଗି ଚେନ୍ନାଇରୁ ମଦୁରାଇ ଯାଉଥିବା ବେଳେ ଘଟଣାଟି ଘଟିଛି। ବିମାନ ବନ୍ଦରରୁ ସେ ଗୋଟାଏ ସଟଲ୍‌ ବସ୍‌ରେ ଆସୁଥିବା ବେଳେ ରାଜେଶ୍ବରନ୍ ନାମରେ ଜଣେ ବ୍ୟକ୍ତି ବସ୍‌ ଭିତରେ ତାଙ୍କୁ ଉପହାସ କରିବା ସହିତ ‘ବିଶ୍ବାସଘାତକ’ ବୋଲି କହିଥିଲେ।

ସ୍ବର୍ଗତ ମୁଖ୍ୟମନ୍ତ୍ରୀ ଜେ. ଜୟଲଳିତାଙ୍କ ଅନ୍ୟତମ ଘନି‌ଷ୍ଠ ସହଯୋଗୀ ‘ଏଆଇଏଡିଏମ୍‌କେ’ ନେତ୍ରୀ ଶଶୀକଳାଙ୍କ ପ୍ରତି ଇ. ପଲାନିସ୍ବାମୀ ବିଶ୍ବାସଘାତକତା କରିଥିବା କଥା ୪୨ ବର୍ଷିୟ ରାଜେଶ୍ବସରନ୍‌ ଅଭିଯୋଗ କରିବା ସହିତ ‘ଫେସ୍‌ବୁକ୍‌’‌ରେ ଲାଇଭ୍‌ ଆରମ୍ଭ କରିଥିଲେ।

publive-image Image Courtesy of NDTV

ତେଣୁ, ଇ. ପଲାନିସ୍ବାମୀଙ୍କ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ରାଜେଶ୍ବରନ୍‌ଙ୍କ ହାତରୁ ଫୋନ୍‌ ଛଡ଼ାଇ ଆଣି ପରେ ପୁଲିସକୁ ହସ୍ତାନ୍ତର କରିଥିଲେ।

‘ଏଆଇଏଡିଏମ୍‌କେ’ କ୍ୟାଡର୍‌ମାନେ ବିମାନ ବନ୍ଦରରେ ପହଞ୍ଚି ଏ ଘଟଣା ଜାଣିବା ପରେ ରାଜେଶ୍ବରନ୍‌ଙ୍କୁ ଘେରିଯାଇ ଆକ୍ରମଣ କରିଥିବା କଥା କୁହାଯାଉଛି।

ଉଭୟ ଦଳ ପକ୍ଷରୁ କୌଣିସ ଅଭିଯୋଗ ଦାଏର ହୋଇ ନ ଥିବା କଥା ପ୍ରଥମେ ଅବନିୟପୁରମ୍‌ ଥାନା କହିଥିଲା। ପରେ ରାଜେଶ୍ବରନ୍‌ ଇ. ପଲାନିସ୍ବାମୀ, ତାଙ୍କ ‘ପିଏସ୍‌ଓ’ କ୍ରିଷ୍ଣନ୍‌, ଶିବଗଙ୍ଗାଇ ବିଧାୟକ ସେନ୍ତିନାଥନ ଏବଂ ପୂର୍ବତନ ମନ୍ତ୍ରୀ ମଣିକନ୍ଦନଙ୍କ ନାଁରେ ଅଭିଯୋଗ ଦାଏ କରିଥିଲେ।

ସର୍ବସାଧାରଣରେ ଇ. ପଲାନିସ୍ବାମୀଙ୍କୁ ଏଣୁତେଣୁ କହିଥିବାରୁ ରାଜେଶ୍ବରନ୍‌ଙ୍କ ନାଁରେ ମଧ୍ୟ ଅବନୀୟପୁରମ୍‌ ଥାନାରେ ମାମଲା ରୁଜୁ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe