ଜଲନ୍ଧର: ଖ୍ରୀଷ୍ଟଧର୍ମାବଲମ୍ବୀମାନଙ୍କ ଅସନ୍ତୋଷର ଶିକାର ହୋଇଛନ୍ତି ବଲିଉଡ ଅଭିନେତା ସନ୍ନି ଦେଓଲ ଏବଂ ରଣଦୀପ ହୁଡା। ପଞ୍ଜାବରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଦ୍ୱାରା କିଛି ଦିନ ତଳେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲ ଏବଂ ରଣଦୀପ ହୁଡାଙ୍କ ଫିଲ୍ମ ‘ଜାଟ୍’ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଏହାପରେ ଜଲନ୍ଧରରେ ଏକ ମାମଲା ପଞ୍ଜିକୃତ ହୋଇଛି। ଅଭିଯୋଗ ହୋଇଛି ଯେ ଏହି ଚଳଚ୍ଚିତ୍ରରେ ଅଭିନେତା ରଣଦୀପ ହୁଡା ଯୀଶୁ ଖ୍ରୀଷ୍ଟ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବ୍ୟବହୃତ ପବିତ୍ର ଜିନିଷକୁ ଅସମ୍ମାନ କରିଛନ୍ତି।
ବଲିଉଡ ଅଭିନେତା ସନ୍ନି ଦେଓଲ, ରଣଦୀପ ହୁଡା, ବିନୀତ କୁମାର ସିଂହ, ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନି, ନିର୍ମାତା ନବୀନ ମଲିନେନି ପ୍ରମୂୁଖଙ୍କ ବିରୋଧରେ ଜଲନ୍ଦର ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଗତ କିଛି ଦିନ ହେବ ବିରୋଧ କରିଆସୁଥିଲେ।
ସୂଚନାନୁସାରେ, ବଲିଉଡ ଅଭିନେତା ସନ୍ନି ଦେଓଲ, ରଣଦୀପ ହୁଡା, ବିନୀତ କୁମାର ସିଂହ, ନିର୍ଦ୍ଦେଶକ ଗୋପୀଚାନ୍ଦ ମଲିନେନି, ନିର୍ମାତା ନବୀନ ମଲିନେନି ପ୍ରମୂୁଖଙ୍କ ବିରୋଧରେ ଜଲନ୍ଦର ସଦର ଥାନାରେ ଏକ ମାମଲା ରୁଜୁ ହୋଇଛି। ଖ୍ରୀଷ୍ଟିଆନ ସମ୍ପ୍ରଦାୟ ଗତ କିଛି ଦିନ ହେବ ବିରୋଧ କରିଆସୁଥିଲେ।
Follow Us