ବେଦବ୍ୟାସରେ ହେବନି କାଚ ଝୁଲାପୋଲ, ନିର୍ମାଣ ହେବ ପାଦଚଲା ସିମେଣ୍ଟ ବ୍ରିଜ୍‌

କାଚପୋଲ ପରିବର୍ତ୍ତେ ନିର୍ମାଣ ହେବ ପାଦଚଲା ସିମେଣ୍ଟ ବ୍ରିଜ୍‌। ହଠାତ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରଚାରିତ ହେବା ପରେ ସହରର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।

Prithviraj Harichandan

ରାଉରକେଲା: ପ୍ରାୟ ୪୫୦ ମିଟର ଦୂରତା ବେଦବ୍ୟାସ ଝୁଲା ପୋଲ ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗତ ୨୦୧୪ରେ ପ୍ରାୟ ୨୫‌କୋଟି ମଞ୍ଜୁର ହୋଇଥିଲା। ତତ୍କାଳୀନ ବିଜେଡି ସରକାର ଅନୁମତି ନଦେବାରୁ ଟଙ୍କା ପଡ଼ି ରହି ଶେଷକୁ ଫେରିଗଲା।  ନିକଟରେ ଅର୍ଥାତ୍‌ ଗତ  ମାର୍ଚ୍ଚ ୨୯ରେ ରାଜ୍ୟ ଆଇନ, ରାସ୍ତା ଓ ଗୃହ ନିର୍ମାଣ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ରାଉରକେଲା ଗସ୍ତ ଅବସରରେ ବେଦବ୍ୟାସରେ ଅତ୍ୟାଧୁନିକ କାଚ ଝୁଲାପୋଲ ନିର୍ମାଣ କରିବାକୁ ଘୋଷଣା କଲେ। ଏ ବାବଦରେ ପ୍ରାୟ ୩୫ ‌କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଥିଲା। ଘୋଷଣାକୁ ୬ ମାସ ବିତିଗଲା। ନିର୍ମାଣ ପାଇଁ ଇଟା ଖଣ୍ଡିଏ ବି ପଡ଼ିଲାନି। ଏବେ ସୁରକ୍ଷା ଦୃଷ୍ଟିରୁ ସରକାର ନିଷ୍ପତ୍ତି ପରିବର୍ତ୍ତନ କରିଛନ୍ତି। କାଚପୋଲ ପରିବର୍ତ୍ତେ ନିର୍ମାଣ ହେବ ପାଦଚଲା ସିମେଣ୍ଟ ବ୍ରିଜ୍‌। ହଠାତ୍‌ ସରକାରଙ୍କ ଏଭଳି ନିଷ୍ପତ୍ତି ପ୍ରଚାରିତ ହେବା ପରେ ସହରର ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବେଦବ୍ୟାସ ପୀଠ ବିକାଶ ମଞ୍ଚର ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ କହିଛନ୍ତି, ଯଦି ସରକାର ଏଭଳି କରନ୍ତି, ମଞ୍ଚ ପକ୍ଷରୁ କଡ଼ା ବିରୋଧ କରାଯିବ। ସୁରକ୍ଷା ଦୃଷ୍ଟିରୁ ଯଦି ଏଭଳି ନିଷ୍ପତ୍ତି ନିଆଯାଉଛି, ତେବେ‌ ଘୋଷଣା ପୂର୍ବର ବିଭାଗୀୟ ମନ୍ତ୍ରୀ ସହରବାସୀଙ୍କୁ ଅତ୍ୟାଧୁନିକ କାଚପୋଲ ସଂକ୍ରାନ୍ତରେ ନ କହିଥିଲେ ଭଲ ହୋଇଥାନ୍ତା। ସରକାର ଝୁଲାପୋଲ ପ୍ରକଳ୍ପ ଉପରେ ପୁନର୍ବିଚାର  କରି ଝୁଲାପୋଲକୁ ଦୃଶ୍ୟମାନ କରାଇବାରେ ନୀତିଗତ ନିଷ୍ପତ୍ତି ନିଅନ୍ତୁ। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି କହିଛନ୍ତି, ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ସେ ଜାଣି ନାହାନ୍ତି।  ବିଧାନସଭାରେ ତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଖୁବ୍‌ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଯଦି ଏଭଳି କିଛି ହେଉଥାଏ ସେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ଯଦି ଏଭଳି ନିଷ୍ପତ୍ତି ନିଆଯାଉଛି, ତେବେ‌ ଘୋଷଣା ପୂର୍ବର ବିଭାଗୀୟ ମନ୍ତ୍ରୀ ସହରବାସୀଙ୍କୁ ଅତ୍ୟାଧୁନିକ କାଚପୋଲ ସଂକ୍ରାନ୍ତରେ ନ କହିଥିଲେ ଭଲ ହୋଇଥାନ୍ତା। ସରକାର ଝୁଲାପୋଲ ପ୍ରକଳ୍ପ ଉପରେ ପୁନର୍ବିଚାର  କରି ଝୁଲାପୋଲକୁ ଦୃଶ୍ୟମାନ କରାଇବାରେ ନୀତିଗତ ନିଷ୍ପତ୍ତି ନିଅନ୍ତୁ। ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତି କହିଛନ୍ତି, ଏଭଳି ନିଷ୍ପତ୍ତି ସଂକ୍ରାନ୍ତରେ ସେ ଜାଣି ନାହାନ୍ତି।  ବିଧାନସଭାରେ ତାଙ୍କ ପ୍ରଶ୍ନରେ ବିଭାଗୀୟ ମନ୍ତ୍ରୀ ଖୁବ୍‌ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ ବୋଲି କହିଥିଲେ। ଯଦି ଏଭଳି କିଛି ହେଉଥାଏ ସେ ବିଭାଗୀୟ ମନ୍ତ୍ରୀଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାର୍ଚ୍ଚ ୨୯ରେ ରାଉରକେଲା ଦିବସ ପାଳନ ଉତ୍ସବରେ ଆଇନ ଓ ନିର୍ମାଣ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଅତିଥି ଭାବେ ଯୋଗଦେଇ ବେଦବ୍ୟାସରେ ପ୍ରାୟ ୩୮ କୋଟିର ମୂଲ୍ୟର ଝୁଲନ୍ତା ପୋଲ, ରାଉରକେଲାରେ ଏକ ନୂତନ ରିଙ୍ଗ ରୋଡ୍ ଓ ରାଉରକେଲାରୁ ଜଳେଶ୍ୱର ପର୍ଯ୍ୟନ୍ତ ଏକ ଚାରି ଲେନ୍ ରାସ୍ତା ସମେତ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବିଷୟରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହା ପୂର୍ବରୁ  କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଉରକେଲାର ପୂର୍ବତନ ବିଧାୟକ ଦିଲୀପ ରାୟ ଝୁଲାପୋଲ ନିର୍ମାଣ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଅନେକବାର ଚିଠି ଲେଖିଥିଲେ। କେବଳ ଏତିକି ନୁହେଁ ବେଦବ୍ୟାସ ପୀଠ ବିକାଶ ମଞ୍ଚର ପ୍ରତିନିଧି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କୁ ଭେଟି ଦାବି ଜଣାଇଥିଲେ। ବିଧାୟକ ଶ୍ରୀ ନାୟକଙ୍କ ହସ୍ତକ୍ଷେପ ପରେ ରାଉରକେଲା ପୂର୍ତ୍ତବିଭାଗ ପକ୍ଷରୁ ବ୍ରାହ୍ମଣୀନଦୀରେ ସର୍ଭେ କରାଯାଇଥିଲା। କେନ୍ଦୁଝର (ଆର୍‌ଆଣ୍ଡବି)ର ମୁଖ୍ୟ ଅଧୀକ୍ଷଣ ଯନ୍ତ୍ରୀଙ୍କ ଦ୍ବାରା ପ୍ରାୟ ୭୬ କୋଟି ଖର୍ଚ୍ଚ ହେବ ବୋଲି ଆକଳନ  କରାଯାଇଥିଲା। ସମସ୍ତ କାର୍ଯ୍ୟ ଶେଷ ହୋଇଥିଲେ ହେଁ କାମ ହୋଇପାରିନଥିଲା। ବିଜେପି ସରକାର ଆସିବା ପରେ ଝୁଲାପୋଲ ହେବ ବୋଲି ଘୋଷଣା କରାଗଲା। ଏବେ କାଚ ପରିବର୍ତ୍ତେ ସିମେଣ୍ଟ ପୋଲ ନିର୍ମାଣ କରିବାକୁ ନିଷ୍ପତ୍ତିକୁ ନିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe