ନୂଆଦିଲ୍ଲୀ: ୧୦ ମିନିଟ୍ରେ ଡେଲିଭରି ସେବା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସରକାରଙ୍କ ଶ୍ରମ ମନ୍ତ୍ରାଳୟ ଆଜି ଜୋମାଟୋ, ସ୍ବିଗି, ବ୍ଲିଙ୍କିଟ୍ ଏବଂ ଜେପ୍ଟୋକୁ ନିର୍ଦ୍ଦେଶ ଦେଇଛି। ସୂଚନା ଅନୁଯାୟୀ ସରକାରଙ୍କ ଉକ୍ତ ନିର୍ଦ୍ଦେଶନାମାକୁ ବ୍ଲିଙ୍କିଟ୍ ତୁରନ୍ତ କାର୍ଯ୍ୟକାରୀ କରି ୧୦ ମିନିଟ୍ରେ ଡେଲିଭରି ପ୍ରତିଶ୍ରୁତିକୁ ହଟାଇ ଦେଇଛି।
ଅନ୍ୟ କମ୍ପାନିଗୁଡ଼ିକ ମଧ୍ୟ ଆଗାମୀ ଦିନରେ ଏହାକୁ କାର୍ଯ୍ୟକାରୀ କରିବେ ବୋଲି ଆଶା କରାଯାଉଛି। ଗିଗ୍ ଶ୍ରମିକମାନଙ୍କ ସୁରକ୍ଷା ଏବଂ କର୍ମ ସଂସ୍କୃତିରେ ଉନ୍ନତି ଆଣିବା ପାଇଁ ଏହା କରାଯାଇଛି। ଉତ୍ତମ ପାରିଶ୍ରମିକ ଏବଂ ଉନ୍ନତ କାର୍ଯ୍ୟ ପରିବେଶ ଦାବିରେ ଗତ ଡିସେମ୍ବର ମାସରେ ଗିଗ୍ ଆଣ୍ଡ୍ ପ୍ଲାଟଫର୍ମ ସର୍ଭିସ ୱାର୍କସ ସଂଘ ଧର୍ମଘଟ କରିଥିଲା।
ଆହୁରି ପଢନ୍ତୁ: Iran Protests: ଇରାନରେ ନିଆଁ ଲଗାଇଛି ମୋସାଦ: ଖେମିନିଙ୍କ ବିରୋଧରେ ଇସ୍ରାଏଲ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ
ଏହା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି। ଶ୍ରମମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଏସବୁ କମ୍ପାନିର ପ୍ରତିନିଧିମାନଙ୍କୁ ଭେଟିବା ସହିତ ଡେଲିଭରି ପାର୍ଟନରମାନଙ୍କ ସୁରକ୍ଷାକୁ ଅଗ୍ରାଧିକାର ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/09/XITI7cPpQMwPtbvUIqn7.jpg)