ନିର୍ବାଚନ ଆଚରଣ ବିଧି ଆଳରେ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଟଙ୍କା ରୋକୁଛନ୍ତି: ବିଜେଡି

Advertisment
ନିର୍ବାଚନ ଆଚରଣ ବିଧି ଆଳରେ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନା ଟଙ୍କା ରୋକୁଛନ୍ତି: ବିଜେଡି

ଭୁବନେଶ୍ୱର: ଆଜି ବିଜୁ ଜନତା ଦଳ ପକ୍ଷରୁ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କ ବିରୋଧରେ ଅଭିଯୋଗ ଅଣାଯାଇଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଅଭିଯୋଗ କରିଛନ୍ତି ଯେ କାଳିଆ ଯୋଜନା ଅନ୍ତର୍ଗତ ସହାୟତା ରାଶି ହିତାଧିକାରୀଙ୍କ ପାଖରେ ପହଞ୍ଚାଇବାକୁ ରୋକିଛନ୍ତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ। ନିର୍ବାଚନ ଆଚରଣରେ ବିଧି ଲାଗିବା ପରେ କାଳିଆ ଯୋଜନା ଟଙ୍କା ବିତରଣକୁ ମୁଖ୍ୟ ନିର୍ବାଚନ ଅଧିକାରୀ ବନ୍ଦ କରିଦେଇଛନ୍ତି। ଏହା ଫଳରେ ଲକ୍ଷ ଲକ୍ଷ ଚାଷୀଙ୍କ ଜୀବିକା ଓ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି।

publive-image

ଅନ୍ୟ ପଟେ କେନ୍ଦ୍ର ସରକାରଙ୍କ ପିଏମ୍‌ କିଷନ ଯୋଜନା ଚାଲୁ ରହିଥିବା ବେଳେ କାଳିଆ ଯୋଜନା ଟଙ୍କା ବିତରଣ କାହିଁକି ବନ୍ଦ ରହିବ ବୋଲି ପ୍ରଶ୍ନ ଉଠାଇଛନ୍ତି ସସ୍ମିତ ପାତ୍ର। ସେ ଅଭିଯୋଗ କରିଛନ୍ତି ଯେ ମୁଖ୍ୟ ନିର୍ବାଚନ ଅଧିକାରୀ ବିଜେପି ଦ୍ୱାରା ପ୍ରଭାବିତ ହୋଇ ଏପରି ନିଷ୍ପତ୍ତି ନେଇଛନ୍ତି। ଏ ନେଇ ବିଜେଡି ପକ୍ଷରୁ ନିର୍ବାଚନ କମିଶନଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେଡି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe