ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା: ରାଜ୍ୟର ୧୬ଟି ଲୋକସଭା ଆସନରେ ବିଜେଡି ଓ ୫ଟିରେ ବିଜେପି ଆଗୁଆ, ବିଧାନସଭାରେ ବିଜେଡି ୧୧୫ ଓ ବିଜେପି ୨୧ରେ ଆଗୁଆ

Advertisment
ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା: ରାଜ୍ୟର ୧୬ଟି ଲୋକସଭା ଆସନରେ ବିଜେଡି ଓ ୫ଟିରେ ବିଜେପି ଆଗୁଆ, ବିଧାନସଭାରେ ବିଜେଡି ୧୧୫ ଓ ବିଜେପି ୨୧ରେ ଆଗୁଆ

ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ହସ୍ତଗତ ହୋଇଥିବା ସର୍ବଶେଷ ଖବର ଅନୁଯାୟୀ ରାଜ୍ୟର ୨୧ଟି ଲୋକସଭା ଆସନ ମଧ୍ୟରୁ ୧୬ଟିରେ ବିଜୁ ଜନତା ଦଳ ଏବଂ ୫ଟିରେ ଭାରତୀୟ ଜନତା ପାର୍ଟି ଆଗୁଆ ରହିଛନ୍ତି। ବିଜେଡି ଆଗୁଆ ଥିବା ଆସନଗୁଡ଼ିକ ହେଲା ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, କନ୍ଧମାଳ, କଟକ, କେନ୍ଦ୍ରାପଡ଼ା, ଜଗତ୍‌ସିଂହପୁର, ପୁରୀ, ଆସ୍କା, ବ୍ରହ୍ମପୁର ଏବଂ କୋରାପୁଟ।

ସେହିପରି ବିଜେପି ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କଳାହାଣ୍ଡି ଓ ଭୁବନେଶ୍ୱର ଲୋକସଭା ଆସନରେ ଆଗୁଆ ରହିଛି।

୧୪୬ଟି ବିଧାନସଭା ଆସନ ମଧ୍ୟରୁ ବିଜୁ ଜନତା ଦଳ ୧୧୫, ବିଜେପି ୨୧, କଂଗ୍ରେସ ୮ ଏବଂ ଅନ୍ୟ ଦଳ ୨ଟି ଆସନରେ ଆଗୁଆ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି।

ଏହି ଖବର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅପରାହ୍ନ ୧.୨୦ ସୁଦ୍ଧା ପହଞ୍ଚିଛି। ଯେଉଁଠି ଭୋଟ୍‌ ଗଣତି ଟିକେ ବିଳମ୍ବିତ ହୋଇଛି ସେଠାରେ ଗଣତି କାର୍ଯ୍ୟ ତ୍ୱରାନ୍ଵିତ କରିବାକୁ ତାଗିଦ କରାଯାଇଛି ବୋଲି ଶ୍ରୀ କୁମାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe