ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ କହିଥିବା କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗା

Advertisment
ନାଥୁରାମ ଗଡ଼ସେଙ୍କୁ ଆତଙ୍କବାଦୀ କହିଥିବା କମଲ ହାସନଙ୍କ ଉପରକୁ ଚପଲ ଫିଙ୍ଗା

Image Source: Hindustan Times

ମଦୁରାଇ: ବୁଧବାର ସନ୍ଧ୍ୟା ବେଳେ ତାମିଲନାଡୁର ତିରୁପ୍ପାରାଙ୍କୁଦ୍ରମ୍‌ ବିଧାନ ନିର୍ବାଚନ ମଣ୍ଡଳୀ ଠାରେ ଗୋଟାଏ ନିର୍ବଚାନୀ ସଭାରେ ଗାଡ଼ି ଉପରେ ଉଦ୍‌ବୋଧନ ଦେଉଥିବା ବେଳେ ଅଭିନେତାରୁ ରାଜନେତା ହୋଇଥିବା କମଲ ହାସନଙ୍କୁ ଲକ୍ଷ୍ୟ କରି ଚପଲ ଫିଙ୍ଗା ଯାଇଥିବା କଥା ପୁଲିସ କହିଛି।

କିନ୍ତୁ ଚପଲଗୁଡ଼ିକ ଧାର୍ଯ୍ୟ ଲକ୍ଷ୍ୟସ୍ଥଳରେ ନ ବାଜି ସମବେତ ଜନତାଙ୍କ ଉପରେ ପଡ଼ିଥିଲା। ଏ ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଅଟକ ରଖାଯାଇଥିବା କଥା ପୁଲିସ କହିଛି।

ସ୍ୱାଧୀନ ଭାରତର ପ୍ରଥମ ଆତଙ୍କବାଦୀ ଜଣେ ହିନ୍ଦୁ ବୋଲି କହି ଏ ସପ୍ତାହରେ ନୂତନ ରାଜନୈତିକ ସଂଗଠନ ‘ଏମ୍‌ଏନ୍‌ଏମ୍‌’ର ସଂସ୍ଥାପକ ହାସନ୍‌ ବିବାଦୀୟ ହୋଇପଡ଼ିଛନ୍ତି। ମହାତ୍ମା ଗାନ୍ଧୀଙ୍କୁ ନାଥୁରାମ ଗଡ଼ସେ ହତ୍ୟା କରିଥିବା ପ୍ରସଙ୍ଗରେ ସେ ଏ କଥା କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe