ବାଧକ ସାଜିପାରିଲାନି ସ୍ୱାମୀଙ୍କ ମୃତ୍ୟୁ; ଅନ୍ତିମ ସଂସ୍କାର ସାରି ମତଦାନ କରିବାକୁ ଭୋଟିଂ କେନ୍ଦ୍ରରେ ପହଞ୍ଚିଲେ ସଦ୍ୟ ବିଧବା ପତ୍ନୀ!

Advertisment
ବାଧକ ସାଜିପାରିଲାନି ସ୍ୱାମୀଙ୍କ ମୃତ୍ୟୁ; ଅନ୍ତିମ ସଂସ୍କାର ସାରି ମତଦାନ କରିବାକୁ ଭୋଟିଂ କେନ୍ଦ୍ରରେ ପହଞ୍ଚିଲେ ସଦ୍ୟ ବିଧବା ପତ୍ନୀ!

ରାୟପୁର: ଏଥର ନିର୍ବାଚନର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଥିବା ବେଳେ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ପାଲଟିଛନ୍ତି ବସ୍ତର ସଂସଦୀୟ କ୍ଷେତ୍ରର ଜଣେ ମହିଳା। ଜାଣିବାକୁ ମିଳିଛି, ନିର୍ବାଚନର ମାତ୍ର ୨ ଦିନ ପୂର୍ବରୁ ଅର୍ଥାତ ଏପ୍ରିଲ୍‌ ୯ ତାରିଖରେ ଦନ୍ତେଓ୍ଵାଡ଼ାର ଶ୍ୟାମଗିରିଠାରେ ନକ୍ସଲ ଆକ୍ରମଣରେ ବିଧାୟକ ଭୀମା ମଣ୍ଡାବି, ତାଙ୍କ ଗାଡ଼ି ଚାଳକ ଓ ୩ ପୁଲିସ୍‌ କର୍ମୀ ନିହତ ହୋଇଥିଲେ। ତେବେ ନକ୍ସଲ ଆକ୍ରମଣରେ ୨ ଦିନ ତଳେ ଜୀବନ ହରାଇଥିବା ବିଧାୟକ ଭୀମା ମଣ୍ଡାବିଙ୍କ ପତ୍ନୀ ନିଜର ନାଗରିକ ଅଧିକାର ସାବ୍ୟସ୍ତ କରିବାକୁ ମତଦାନ କେନ୍ଦ୍ରରେ ପହଞ୍ଚିବା କଥା ଏକ ଉଦାହରଣ ପାଲଟିଛି।

ତେବେ, ଭୀମା ମଣ୍ଡାବିଙ୍କ ମୃତ୍ୟୁ ୨ ଦିନ ତଳୁ ହୋଇଥିଲେ ବି ଅନ୍ତିମ ସଂସ୍କାର ହୋଇପାରି ନ ଥିଲା। ଜାଣିବାକୁ ମିଳିଛି ଭୀମାଙ୍କ ପତ୍ନୀ, ତାଙ୍କ ବାପା, ମାଆ ଭୋଟିଂ ଦିନ ହିଁ ତାଙ୍କର ଶେଷ କୃତ୍ୟ ସଂପନ୍ନ କରି ମତଦାନ କେନ୍ଦ୍ରରେ ନିଜର ମତ ରଖିବାକୁ ଯାଇ ପହଞ୍ଚିଥିଲେ। ପୁଅର ଅନ୍ତିମ ସଂସ୍କାର କରି ଭୋଟ ଦେବାକୁ ଯାଇଥିବା ତାଙ୍କ ବାପାମାଆ ଏବେ ସମାଜ ପାଇଁ ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି।

publive-image news18

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ, ଉକ୍ତ ଅଞ୍ଚଳରେ ପୂର୍ବରୁ ଭୋଟ ବର୍ଜନ କରିବା ପାଇଁ ନକ୍ସଲମାନେ ଧମକ ଦେଇଥିଲେ। ଏପରିକି ଭୀମାଙ୍କ ମୃତ୍ୟୁର ୨ ଘଣ୍ଟା ପୂର୍ବରୁ ନକ୍ସଲମାନେ ତାଙ୍କ ବାପାଙ୍କ ପାଖକୁ ଏକ ପତ୍ର ଲେଖି ତୁମ ପୁଅର ମୃତ ଦେହ ତୁମ ପାଖରେ ପହଞ୍ଚୁଛି ବୋଲି କହିଥିଲେ। ଭୀମାଙ୍କ ମୃତ୍ୟୁ ପରେ ବି ନକ୍ସଲମାନଙ୍କ ଧମକକୁ ଡରି ଯାଇ ନ ଥିଲେ ସ୍ଥାନୀୟ ଲୋକ। ଏପରିକି ସଂଧ୍ୟା ୬ଟା ପରେ ବି ମତଦାନ ଜାରି ରହିଥିଲା। ବିପୁଳ ସଂଖ୍ୟକ ମତଦାତା ନିଜର ମତଦାନ କରିଛନ୍ତି। ଜାଣିବାକୁ ମିଳିଛି ବସ୍ତର ସଂସଦୀୟ କ୍ଷେତ୍ରରେ ୪୦ ପ୍ରତିଶତ ମତଦାନ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe