Advertisment

Paradip: ପାରାଦୀପରେ ବ୍ଲୁ ଫ୍ଲାଗ ବିଚ୍ ସମୀକ୍ଷା କଲେ ମୁଖ୍ୟ ସଚିବ, ସେପ୍ଟେମ୍ବର ସୁଦ୍ଧା ସରିବ କାମ

Advertisment

ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି।

ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି।

WhatsApp Image 2026-02-13 at 11.00.59 AM

ଜଗତସିଂହପୁର : ପାରାଦୀପରେ ଆଜି ସକାଳୁ ମୁଖ୍ଯ ଶାସନ ସଚିବ ଅନୁ ଗର୍ଗ ସମୀକ୍ଷା କରିଛନ୍ତି। ପ୍ରଥମେ ବେଳାଭୂମିକୁ ଯାଇ ସମୀକ୍ଷା କରିବା ସହ ସେପ୍ଟେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ଯ ରଖାଯାଇଥିବା ଶ୍ରୀମତୀ ଗର୍ଗ ଗଣମାଧ୍ଯମକୁ ସୂଚନା ଦେଇ କହିଛନ୍ତି। ଦୀର୍ଘ ୭ କିଲୋମିଟର ବେଳାଭୂମିରେ ଉନ୍ନୟନ କରାଯିବା ସହ ସେଥିରୁ କିଛି ଅଂଶ ବ୍ଲୁ ଫ୍ଲାଗ ବିଚ୍ ରହିବ। ବେଳାଭୂମିର ଉନ୍ନତି ହେଲେ ପର୍ଯ୍ଯଟକ ଅଧିକ ଆକୃଷ୍ଟ ହେବେ |

ସ୍ଥାନୀୟ ଅଧିବାସୀମାନେ ମଧ୍ୟ ଏହାର ସୁଫଳ ପାଇ ପାରିବେ | ଚଳିତବର୍ଷ ସେପ୍ଟେମ୍ବର ସୁଦ୍ଧା ଏହି କାମ ସାରିବାକୁ ଲକ୍ଷ୍ଯ ରଖାଯାଇଛି। ଏହା ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଲକ୍ଷ୍ଯ ରଖାଯାଇଛି। ପାରାଦୀପକୁ ନେଇ ବହୁତ ବଡ ଭିଜନ ତିଆରି କରାଯାଇଛି। ଭୁବନେଶ୍ୱର-କଟକ-ପୁରୀ-ପାରାଦୀପକୁ ନେଇ ଅର୍ଥନୈତିକ ଜୋନ୍ ପ୍ରତିଷ୍ଠା କରାଯିବ। 

ଆହୁରି ପଢନ୍ତୁ: Road Romeo: ରୋଡ଼ରୋମିଓଙ୍କୁ ଗଛରେ ବାନ୍ଧି ପୁଲିସ ଜିମା ଦେଲେ ଗ୍ରାମବାସୀ

୨୦୪୭ ସୁଦ୍ଧା ଏହି ଅର୍ଥନୈତିକ ଜୋନରୁ ରାଜ୍ଯ ରାଜକୋଷକୁ ୩୩ ପ୍ରତିଶତ ଅର୍ଥ ଆସିବାକୁ ଲକ୍ଷ୍ଯ ରଖାଯାଇଛି। ପାରାଦୀପରେ ବନ୍ଦର, ଶିଳ୍ପ ସହ ପର୍ଯ୍ଯଟନକୁ ମଧ୍ଯ ପ୍ରାଧାନ୍ଯ ଦିଆଯାଉଛି। ସେହିପରି ପୁରୀରେ ପର୍ଯ୍ଯଟନ, କଟକକୁ ଐତିହାସିକ ସହର ଓ ଭୁବନେଶ୍ବରକୁ ଶିକ୍ଷା, ସ୍ବାସ୍ଥ୍ଯ ଭିତ୍ତିଭୂମି ଭାବେ ପରିଗଣିତ କରାଯିବାକୁ ଲକ୍ଷ୍ଯ ରଖାଯାଇଛି। ପାରାଦୀପ ବନ୍ଦର ପଣ୍ଯ କାରାବାରକୁ ଦୁଇଗୁଣା କରିବାକୁ ଯୋଜନା ରହିଛି। ଏ ନେଇ ପାରାଦୀପ ବନ୍ଦର ଅଧ୍ଯକ୍ଷଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ | ଯଦି କଣ ସମସ୍ୟା ରହିଛି ତାହେଲେ ତାହାର ସମାଧାନ ପାଇଁ ଚେଷ୍ଟା କରାଯିବ | ସେହିପରି ଇଣ୍ଡିଆନ ଅଏଲ ରିଫାଇନାରୀରେ ମଧ୍ଯ ସମୀକ୍ଷା କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe