ଉହାନରେ ଗବେଷଣା କରିବାକୁ ଆମେରିକା ମାଗିଥିବା ଅନୁମତିକୁ ପ୍ରତ୍ୟାଖ୍ୟାନ କଲା ଚୀନ

Advertisment
ଉହାନରେ ଗବେଷଣା କରିବାକୁ ଆମେରିକା ମାଗିଥିବା ଅନୁମତିକୁ  ପ୍ରତ୍ୟାଖ୍ୟାନ କଲା ଚୀନ

Steemit

ବେଜିଂ: କରୋନା ଭାଇରସ୍‌ର ଅନ୍ତୁଡ଼ିଶାଳ ଚୀନର ଉହାନ ସହରରେ ଗବେଷଣା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ମାଗିଥିବା ଅନୁମତିକୁ ସୋମବାର ପ୍ରତ୍ୟାଖ୍ୟାନ କରିଛି ଚୀନ। କରୋନାକୁ ଏକ ମହାମାରୀ ବୋଲି କହି ଟ୍ରମ୍ପ୍‌ ରବିବାର ଚୀନକୁ ଏଥିପାଇଁ ଦୋଷ ଦେଇ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ। ଗତ ଡିସେମ୍ବର ମାସରୁ ଏହି ଭାଇରସ୍‌ ଯେଉଁଭଳି ଭାବେ ସାରା ବିଶ୍ବରେ କାୟା ବିସ୍ତାର କରି ଚାଲିଛି ‌ସେ ବିଷୟରେ ମଧ୍ୟ ସେ ନିଜର ‌ମତ ରଖିଥିଲେ।

ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିଜର ମତ ରଖି ଟ୍ରମ୍ପ୍‌ କହିଛନ୍ତି, ‘ଦୀର୍ଘ ଦିନ ହେବ ଚୀନରେ ଆମ ଗବେଷକ ଦଳ ଯାଇ ଗବେଷଣା କରିବା ପାଇଁ ଆଗ୍ରହୀ ବୋଲି କୁହାଯାଇଛି। ବାସ୍ତବରେ ଉହାନରେ କ’ଣ ଅଛି ତାହା ଜାଣିବା ପାଇଁ ଚୀନକୁ ପ୍ରସ୍ତାବ ଦିଆ ଯାଇଥିଲେ ବି ଉତ୍ତର ନକାରାତ୍ମକ ଆସିଛି। ମୁଁ କେବଳ ଏତିକି କହିପାରିବି ‌ଯେ ଉହାନରେ ଗବେଷଣା କରିବା ପାଇଁ ଆମେରିକାର ଗବେଷକମାନଙ୍କୁ ଚୀନ ଅନୁମତି ଦେଇନାହିଁ।’

ଟ୍ରମ୍ପ୍‌ଙ୍କ କଥାରେ ନିଜ ପ୍ରତିକ୍ରିୟା ଜଣାଇ ଚୀନର ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଜେଙ୍ଗ୍‌ ସୁଆଙ୍ଗ୍‌ ଗଣମାଧ୍ୟମକୁ କହିଛନ୍ତି ଯେ, ‘ସମଗ୍ର ମାନବଜାତି ପାଇଁ ଭୂତାଣୁ ଏକ ସାଧାରଣ ଶତ୍ରୁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe