ଝାରପଡ଼ା ଜେଲ ଭିତରେ  କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ! ବ୍ଲେଡରେ ଜେଲରଙ୍କ ହାତ କାଟିଦେଲେ

Advertisment

ଝାରପଡ଼ା ଜେଲ ଭିତରେ  କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ତୁମୁଳ କାଣ୍ଡ ଘଟିଛି। ଜେଲ୍‌ ଭିତରେ ଜେଲ୍‌ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାଯାଇଛି। ଏମାନେ  ବ୍ଲେଡ୍‌ରେ ଜେଲରଙ୍କ ହାତ କାଟିଦେଥିବା ଜଣାଯାଇଛି।

ଝାରପଡ଼ା ଜେଲ ଭିତରେ  କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ତୁମୁଳ କାଣ୍ଡ ଘଟିଛି। ଜେଲ୍‌ ଭିତରେ ଜେଲ୍‌ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାଯାଇଛି। ଏମାନେ  ବ୍ଲେଡ୍‌ରେ ଜେଲରଙ୍କ ହାତ କାଟିଦେଥିବା ଜଣାଯାଇଛି।

କରୋନା ଭାଇରସ ପାଇଁ ଝାରପଡ଼ା ଜେଲରେ ସ୍ବତନ୍ତ୍ର ବ୍ୟବସ୍ଥା : ନୂଆ କଏଦୀ ଅସୁସ୍ଥ ଥିଲେ ଜେଲ୍ ବଦଳରେ ମେଡିକାଲ୍, ସମ୍ପର୍କୀୟଙ୍କ ସହ ସାକ୍ଷାତ ଉପରେ କଟକଣା

ଭୁବନେଶ୍ବର: ଝାରପଡ଼ା ଜେଲ ଭିତରେ  କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହେବା ଫଳରେ ତୁମୁଳ କାଣ୍ଡ ଘଟିଛି। କଏଦୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ପାଇଁ ଜେଲରେ ସାଇରନ୍ ବାଜିଥିବା ଜଣାପଡିଛି। ଦୁର୍ଦ୍ଦାନ୍ତ କଏଦୀ ନାରଣ ଓ କିଶନ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିବା ଫଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା କୁହାଯାଉଛି।

ଜେଲ ୱାର୍ଡନ୍ ଅଟକାଇବାକୁ ଯିବାରୁ ତାଙ୍କୁ ମାଡ଼ ମାରି ଗୁରୁତର କରିଛନ୍ତି କଏଦୀ। ତେଣେ ଜେଲ୍‌ ଭିତରେ ଜେଲ୍‌ରଙ୍କୁ ୩ କଏଦୀ ଆକ୍ରମଣ କରିଥିବା ଜଣାଯାଇଛି। ଏମାନେ  ବ୍ଲେଡ୍‌ରେ ଜେଲରଙ୍କ ହାତ କାଟିଦେଥିବା ଜଣାଯାଇଛି। ଏନେଇ ଲକ୍ଷ୍ମୀସାଗର ଥାନାରେ ମାମଲା ରୁଜୁ ହୋଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏଭଳି କାଣ୍ଡର ଅସଲି କାରଣ ଏଯାଏ ଜଣାଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe