Image Source: India Today
ବଲାଙ୍ଗୀର: ଲାଇସେନ୍ସ ପାଇଁ ଲାଞ୍ଚ ମାଗି ଧରାପଡ଼ିଲେ କିରାଣୀ। ବଲାଙ୍ଗୀର ଜିଲ୍ଲା ଶ୍ରମ ବିଭାଗରେ କିରାଣୀ ଭାବେ କାର୍ଯ୍ୟ କରୁଥିବା ବଲ୍ଲଭ ନାଗ ଶ୍ରମିକ ନିୟୋଜନ ଲାଗି ଲାଇସେନ୍ସ ଜାରି ଲାଗି ଳଶ ଦାବି କରି ଧରାପଡ଼ିଛନ୍ତି।
ସରକାରୀ କିରାଣୀ ହୋଇ ମଧ୍ୟ ଲାଇସନ୍ସ ଟିଏ ପାଇଁ ଲୋକଙ୍କୁ ଲାଂଚ ଦେବାକୁ ବାଧ୍ୟ କରୁଛନ୍ତି । ଆଉ ଲାଂଚ ନେବାର ଦୃଶ୍ୟ କଏଦ ହୋଇଯାଇଛି କ୍ୟାମେରାରେ । ଗୋଟେ ପଟେ ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ଜିରୋ ଟୋଲେରାନ୍ସ ନୀତି ଆପଣାଇଛନ୍ତି ସରକାର । ସେ ସେପଟେ ସାମ୍ନାକୁ ଆସିଛି ଏପରି ଲାଂଚ ଘଟଣା । କିରାଣୀ ବାବୁ ନିଜେ କହୁଛନ୍ତି ଶ୍ରମ ବିଭାଗରେ ତଳୁ ଉପର ଯାଏଁ ବିନା ଲାଂଚରେ କାମ ହେଉନି । ଆଉ ଯଦି କେହି ବିନା ଲାଂଚରେ କାମ କରିଦିଏ, ତେବେ ସେ ହାତ କାଟି ଦେବେ ।
କିରାଣୀଙ୍କ ଅଫିସ୍ ଭିତରେ ଯେତେ ନେହୁରା ହେଲେ ମଧ୍ୟ କିରାଣୀ ଶୁଣି ନଥିଲେ । ଶେଷରେ ଦୁଇଟି ଖଡଖଡିଆ ୫୦୦ ଟଙ୍କିଆ ଗାନ୍ଧୀ ନୋଟ୍ ଧରିବା ପରେ ଫାଇଲ୍ ଖୋଲିଥିଲେ । ବଲାଙ୍ଗିର ଜିଲ୍ଲାର ଶ୍ରମ ବିଭାଗର କିରାଣୀଙ୍କ ଏହି ଲାଂଚ ଭିଡିଓ ଏବେ ବେଶ୍ ଭାଇରାଲ ହେଉଛିି । ଗୋଟିଏ ପଟେ ସରକାର ଫାଇଭ୍ ଟି ନାଁରେ ସରକାରୀ କଳକୁ ଅଧିକ ପାରଦର୍ଶୀ କରିବାକୁ ବ୍ୟବସ୍ଥା କରୁଛନ୍ତି । ଏବେ ଦେଖିବା କଥା ବଲାଙ୍ଗିର ଶ୍ରମ ବିଭାଗର ଲାଂଚୁଆ କିରାଣୀ ବଲ୍ଲଭ ନାଗଙ୍କ ଲାଂଚ ନେବାର ଖବର ସାମ୍ନାକୁ ଆସିବା ପରେ କି ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।
Follow Us