ଅଚଳ ହେଲାଣି ଭଦ୍ରକ ଶିକ୍ଷା ବିଭାଗ: କିରାଣି ଅଭାବ, ଡେପୁଟେସନରେ ଚାଲିଛି ଭଦ୍ରକ ବିଇଓ ଅଫିସ

Advertisment

ଭଦ୍ରକ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ଶିକ୍ଷା ବିଭାଗର ଅଫିସଗୁଡ଼ିକରେ କିରାଣି ଅଭାବ ଯୋଗୁଁ ବିଭାଗୀୟ କାର୍ଯ୍ୟ ଠିକ ଭାବରେ ହୋଇପାରି ନାହିଁ।  ଭଦ୍ରକ ବିଇଓ ଅଫିସର ଏଭଳି  ବାତାବରଣକୁ ନେଇ ବ୍ଲକ୍ ଶିକ୍ଷା ବିଭାଗର ଅଫିସକୁ ନେଇ ଅସନ୍ତୋଷ କୁହୁଳୁଛି। 

ଭଦ୍ରକ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ଶିକ୍ଷା ବିଭାଗର ଅଫିସଗୁଡ଼ିକରେ କିରାଣି ଅଭାବ ଯୋଗୁଁ ବିଭାଗୀୟ କାର୍ଯ୍ୟ ଠିକ ଭାବରେ ହୋଇପାରି ନାହିଁ।  ଭଦ୍ରକ ବିଇଓ ଅଫିସର ଏଭଳି  ବାତାବରଣକୁ ନେଇ ବ୍ଲକ୍ ଶିକ୍ଷା ବିଭାଗର ଅଫିସକୁ ନେଇ ଅସନ୍ତୋଷ କୁହୁଳୁଛି। 

Untitled
ଭଦ୍ରକ: ଭଦ୍ରକ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଭୁଶୁଡ଼ି ଗଲାଣି। ଶିକ୍ଷା ବିଭାଗର ଅଫିସଗୁଡ଼ିକରେ କିରାଣି ଅଭାବ ଯୋଗୁଁ ବିଭାଗୀୟ କାର୍ଯ୍ୟ ଠିକ ଭାବରେ ହୋଇପାରି ନାହିଁ।  କିରାଣି ନଥିବାରୁ କିଛି କାର୍ଯ୍ୟାଳୟରେ ଶିକ୍ଷକଙ୍କୁ ବର୍ଷ ବର୍ଷ ଧରି ଡେପୁଟେସନ୍ ରେ  ରଖା ଯାଇ କାମ କରାଯାଉଛି। ଜିଲ୍ଲାରେ ଶିକ୍ଷକ ଅଭାବ ରହିଥିବା ବେଳେ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଶିକ୍ଷକ ଦୀର୍ଘ ବର୍ଷ ଧରି  ଡେପୁଟେସନ୍ ରେ କାମ କରୁଥିବା ବେଳେ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବଡ଼ ବାବୁ ପଦବୀ ଖାଲି ପଡ଼ିଥିବା ବେଳେ ବରିଷ୍ଠ କିରାଣି ପଦବୀ ଖାଲି ପଡ଼ିଛି। କନିଷ୍ଠ କିରାଣି ପଦବୀ ମଧ୍ୟ ଖାଲି ପଡ଼ିଛି। ଏଠାରେ ଡେପୁଟେସନ୍  ରେ ଭଦ୍ରକ ବିଇଓ ଅଫିସ ଚାଲିଛି। ଡାଟା ଏଣ୍ଟ୍ରି ଅପରେଟର ପଦବୀ ମଧ୍ୟ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି। ଏହି ଠିକା କର୍ମଚାରୀ ଓ  ଡେପୁଟେସନ୍ କର୍ମଚାରୀଙ୍କ ମେରୀ ରାୟ ନୀତିରେ ଚାଲିଛି ଭଦ୍ରକ ବିଇଓ ଅଫିସ। ଶିକ୍ଷକମାନଙ୍କ ପଦୋନ୍ନତି , ଇନକ୍ରିମେଣ୍ଟ,  ଶିକ୍ଷକଙ୍କ ଏଚ ଆର ଏମ ଏସ  ଅଫ୍ ଟୁଡେଟ କାମ ,  ଶିକ୍ଷକଙ୍କ  ଅବସର  ପେନସନ ଫାଇଲ କାମ , ଏଲ୍ ଆସି ସି ପଲିସି ଡିପୋଜିଟ୍ କାମ, ଷ୍ଟେପ ଅଫ୍ ପେ କାର୍ଯ୍ୟ ଠିକ ସମୟରେ ହେଉ ନାହିଁ। ଶିକ୍ଷକମାନେ ବାରମ୍ବାର ଭଦ୍ରକ ବିଇଓ  ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ଭଦ୍ରକ ବିଇଓ ଅଫିସରେ ଏଭଲି ଅଚଳାବସ୍ଥାକୁ ନେଇ ଶିକ୍ଷକମାନେ ଅତିଷ୍ଠ ହୋଉପଡ଼ିଲେଣି। ଚାକିରି କରିବେ ନା ଫାଇଲ କାମ ପାଇଁ ଅଫିସ ଦୌଡ଼ିବେ। ଭଦ୍ରକ ବିଇଓ ଅଫିସର ଏଭଳି  ବାତାବରଣକୁ ନେଇ ବ୍ଲକ୍ ଶିକ୍ଷା ବିଭାଗର ଅଫିସକୁ ନେଇ ଅସନ୍ତୋଷ କୁହୁଳୁଛି। 

ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜଣେ ଶିକ୍ଷକ ଦୀର୍ଘ ବର୍ଷ ଧରି  ଡେପୁଟେସନ୍ ରେ କାମ କରୁଥିବା ବେଳେ ଭଦ୍ରକ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ବଡ଼ ବାବୁ ପଦବୀ ଖାଲି ପଡ଼ିଥିବା ବେଳେ ବରିଷ୍ଠ କିରାଣି ପଦବୀ ଖାଲି ପଡ଼ିଛି। କନିଷ୍ଠ କିରାଣି ପଦବୀ ମଧ୍ୟ ଖାଲି ପଡ଼ିଛି। ଏଠାରେ ଡେପୁଟେସନ୍  ରେ ଭଦ୍ରକ ବିଇଓ ଅଫିସ ଚାଲିଛି। ଡାଟା ଏଣ୍ଟ୍ରି ଅପରେଟର ପଦବୀ ମଧ୍ୟ ଠିକା କର୍ମଚାରୀଙ୍କୁ ନେଇ ଚାଲିଛି। ଏହି ଠିକା କର୍ମଚାରୀ ଓ  ଡେପୁଟେସନ୍ କର୍ମଚାରୀଙ୍କ ମେରୀ ରାୟ ନୀତିରେ ଚାଲିଛି ଭଦ୍ରକ ବିଇଓ ଅଫିସ। ଶିକ୍ଷକମାନଙ୍କ ପଦୋନ୍ନତି , ଇନକ୍ରିମେଣ୍ଟ,  ଶିକ୍ଷକଙ୍କ ଏଚ ଆର ଏମ ଏସ  ଅଫ୍ ଟୁଡେଟ କାମ ,  ଶିକ୍ଷକଙ୍କ  ଅବସର  ପେନସନ ଫାଇଲ କାମ , ଏଲ୍ ଆସି ସି ପଲିସି ଡିପୋଜିଟ୍ କାମ, ଷ୍ଟେପ ଅଫ୍ ପେ କାର୍ଯ୍ୟ ଠିକ ସମୟରେ ହେଉ ନାହିଁ। ଶିକ୍ଷକମାନେ ବାରମ୍ବାର ଭଦ୍ରକ ବିଇଓ  ଅଫିସ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି। ଭଦ୍ରକ ବିଇଓ ଅଫିସରେ ଏଭଲି ଅଚଳାବସ୍ଥାକୁ ନେଇ ଶିକ୍ଷକମାନେ ଅତିଷ୍ଠ ହୋଉପଡ଼ିଲେଣି। ଚାକିରି କରିବେ ନା ଫାଇଲ କାମ ପାଇଁ ଅଫିସ ଦୌଡ଼ିବେ। ଭଦ୍ରକ ବିଇଓ ଅଫିସର ଏଭଳି  ବାତାବରଣକୁ ନେଇ ବ୍ଲକ୍ ଶିକ୍ଷା ବିଭାଗର ଅଫିସକୁ ନେଇ ଅସନ୍ତୋଷ କୁହୁଳୁଛି। 

 
ସେହିପରି ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରୁଛି। ବିଭାଗର ସ୍ଥାୟୀ ଅଧିକାରୀଙ୍କ ସହ କର୍ମଚାରୀଙ୍କ ଅଭାବ ଯୋଗୁଁ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ସୂଚନା ଅନୁଯାୟୀ, କାର୍ଯ୍ୟାଳୟରେ ଦୀର୍ଘ ୧୭ ମାସ ହେବ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀ ନାହାନ୍ତି। ଫଳରେ ଜଣେ ଭାରପ୍ରାପ୍ତ  ଅଧିକାରୀଙ୍କୁ ନେଇ ବ୍ଳକ ଶିକ୍ଷା ବିଭାଗର କାର୍ଯ୍ୟ  ସମ୍ପାଦିତ ହେଉଛି। ୨୦୨୪ ମାର୍ଚ୍ଚ ୩୧ ତାରିଖରେ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀ ମଞ୍ଜୁଳାବାଳା ନାୟକଙ୍କର ଅବସର ପରେ ଆଉ ସ୍ଥାୟୀ ବ୍ଲକ ଶିକ୍ଷାଧିକାରୀଙ୍କୁ ନିଯୁକ୍ତି ଦିଆଯାଇ ଦିଆଯାଇ ନାହିଁ ।  ଶ୍ରୀମତୀ ନାୟକଙ୍କ ଅବସର ପରେ ପ୍ରଫୁଲ୍ଲ କୁମାର ସାହୁ ୧୦ ମାସ ଧରି ବି ଇ ଓ ଦାୟିତ୍ୱରେ ଥିଲେ । ଗତ ଫେବ୍ରୁଆରି ମାସରୁ ସୁକୀର୍ତ୍ତି କର ଭାରପ୍ରାପ୍ତ ବ୍ଲକ ଶିକ୍ଷାଧିକାରୀ ଭାବେ କାର୍ଯ୍ୟ କରିଆସୁଛନ୍ତି। ସେହିପରି ଏଠାରେ ୩ଟି ଏବିଇଓ ପଦ ଥିବା ବେଳେ ଗତ ମେ ମାସରୁ ଗୋଟିଏ ଏବିଇଓ ପଦ ଖାଲି ପଡିଛି। ଏଠାରେ  ୩ କିରାଣି ପଦ ଖାଲି ପଡିଛି। ଡେପୁଟେସନରେ ଜଣେ କିରାଣିଙ୍କ ଦ୍ବାରା କାର୍ଯ୍ୟାଳୟ ଚାଲିଛି।  ସେହିପରି ଏମଆଇଏସ କମ୍ କୋଡିନେଟର  ପଦ ଖାଲି ପଡ଼ିଛି। ଏଠାରେ ଅନେକ ପଦବୀ ଖାଲି ପଡିଥିବାରୁ ବନ୍ତ ବି ଇ ଓ କାର୍ଯ୍ୟାଳୟ କାର୍ଯ୍ୟ ମନ୍ଥର ଗତିରେ ଚାଲିଛି। ଏଠାରେ ୩ ଜଣ କମ୍ପ୍ୟୁଟର କମ୍ ସପୋର୍ଟି କର୍ମଚାରୀ ଓ ୨ ଜଣ ଡାଟା ଏଣ୍ଟ୍ରି ଅପରେଟର କାର୍ଯ୍ୟ   କରୁଛନ୍ତି। ଏହି କାର୍ଯ୍ୟଳୟ ଅଧୀନରେ  ଅଧୀନରେ ୧୮ଟି ଆଞ୍ଚଳିକ ସାଧନକେନ୍ଦ୍ର, ସହ ୧୭୮ଟି  ସରକାରୀ ବିଦ୍ୟାଳୟ ରହିଛି। ଆବଶ୍ୟକ ପଦବୀ ଖାଲି ପଡିଥିବାରୁ ବନ୍ତ ଓ ଭଦ୍ରକ ବି ଇ ଓ ଅଫିସ କାମରେ ବାଧା ସୃଷ୍ଠି ହେଉଛି।  ବର୍ଷା ଦିନ ପାଇଁ ବନ୍ତ ଓ ଭଦ୍ରକ ବିଇଓ କାର୍ଯ୍ୟାଳୟ ଆଗରେ ପାଣି ଜମି ରହିବାରୁ ଅଫିସ ଯିବାରେ ବାଧା ସୃଷ୍ଟି ହୋଇଛି। ଭଦ୍ରକ ବି ଇ ଓ ଅଫିସ  ପରିତ୍ୟକ୍ତ ଅବସ୍ଥାରେ ରହିଥିବା ବେକେ ଏହି ବିଲଡ଼ିଂ କେତେବେଳେ ଭୁଶୁଡ଼ି ପଡ଼ିବାର ସମ୍ଭାବନା ରହିଛି। ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବିହୀତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe