ଶିଶୁ କଲ୍ୟାଣ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା; ମିଳିବ ୧୦ ଲକ୍ଷ ଟଙ୍କା

ଶିଶୁ କଲ୍ୟାଣ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା; ମିଳିବ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକ ପାଇଁ ବୁଧବାର ସହାୟତା ଘୋଷଣା କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରେ ଥିବା ଶିଶୁ କଲ୍ୟାଣ ଅନୁଷ୍ଠାନଗୁଡ଼ିକୁ ଏହି ସହାୟତା ମିଳିବ। ନବୀନଙ୍କ ଘୋଷଣା ଅନୁସାରେ ଶିଶୁମାନଙ୍କ ପାଇଁ ପ୍ରତି ଜିଲ୍ଲାକୁ ୧୦-୧୦ ଲକ୍ଷ ଟଙ୍କା ଲେଖାଏଁ  ମିଳିବ। ମୁଖ୍ୟମନ୍ତ୍ରୀ ୬ଟି ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଗଂଜାମ, ମୟୂରଭଞ୍ଜ, ବାଲେଶ୍ୱର, ସୁନ୍ଦରଗଡ଼, କେନ୍ଦୁଝର ଓ ସମ୍ବଲପୁର ଜିଲ୍ଲାକୁ ଅତିରିକ୍ତ ୧୦ ଲକ୍ଷ ଲେଖାଏଁ ଟଙ୍କା ଦିଅଯିବ ବୋଲି ଘୋଷଣା କରାଯାଇଛି।

ଗତ ଦୀପାବଳି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରସ୍ଥିତ ଏସଓସି ଭିଲେଜ ପରିଦର୍ଶନ କରି ପିଲାମାନଙ୍କ ସହିତ ଦୀପାବଳି ପାଳନ କରିଥିଲେ। ଏପରିକି ଶିଶୁ ସେବା ଅନୁଷ୍ଠାନ ପରିଦର୍ଶନ କରିବାକୁ ସମସ୍ତ ସରକାରୀ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଏପରିକି ଜିଲ୍ଲା ଗସ୍ତ ସମୟରେ ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନଙ୍କୁ ସ୍କୁଲ, ଅନାଥାଶ୍ରମ, ଭିନ୍ନକ୍ଷମ ସ୍କୁଲକୁ ଯାଇ ଭଲମନ୍ଦ ବୁଝିବା ସହ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ ପରାମର୍ଶ ଦେଇଥିଲେ । ଆଉ ପରିଦର୍ଶନ ପରେ ପିଲା ମାନଙ୍କ ମତାମତକୁ ଭିତ୍ତିକରି ରାଜ୍ୟର ସମସ୍ତ ଶିଶୁ କଲ୍ୟାଣ ସଂସ୍ଥାଗୁଡିକର ଉନ୍ନତି ପାଇଁ ରେଡକ୍ରସ ସୋସାଇଟି ଶାଖାକୁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe