ନବୀନ ପଟ୍ଟନାୟକ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ସୂର୍ଯ୍ୟ ନାରାୟଣ ପାତ୍ର

Advertisment
ନବୀନ ପଟ୍ଟନାୟକ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ: ସୂର୍ଯ୍ୟ ନାରାୟଣ ପାତ୍ର

ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତା ତଥା ଦଳୀୟ ଉପ-ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର। ଗଣମାଧ୍ୟମ ପ୍ରତିନିଧିଙ୍କ ସହ କଥା ହେବା ବେଳେ ଶ୍ରୀ ପାତ୍ର ଏହି ମତାମତ ରଖିଛନ୍ତି । ସେ କହିଛନ୍ତି କି, ‘ଏକଦା ଶୁଣିବାକୁ ମିଳୁଥିଲା ଯେ ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବେ। ଯଦି ତାଙ୍କ ପୁଅ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଏହା ଏକ ଅତ୍ୟନ୍ତ ଗର୍ବର କଥା ହେବ। ନବୀନବାବୁ ଜଣେ ଯୋଗ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ।  ଯଦି ନବୀନ ପଟ୍ଟନାୟକ  ପ୍ରଧାନମନ୍ତ୍ରୀ ହୁଅନ୍ତି ତେବେ ଓଡ଼ିଶା ଲୋକଙ୍କ ପାଇଁ ଏହା ଏକ ସୌଭାଗ୍ୟର କଥା ହେବ।’

‘ପ୍ରଧାନମନ୍ତ୍ରୀ ହେବା ପାଇଁ ନବୀନବାବୁ ଯେ ଜଣେ ଅତ୍ୟନ୍ତ ଯୋଗ୍ୟ ପ୍ରାର୍ଥୀ, ଏହା କେହି ଅସ୍ୱୀକାର କରିପାରିବେ ନାହିଁ’ ବୋଲି କହିବା ସହ ଶ୍ରୀ ପାତ୍ର ଆହୁରି ବି କହିଛନ୍ତି  ଏଣିକି ଦଳ ଆଉ ପୁରୁଣା ନୀତି ଆପଣେଇବ ନାହିଁ। ଯଦି ଆବଶ୍ୟକ ପଡ଼େ ତେବେ ଓଡ଼ିଶାର ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ଦଳକୁ ହିଁ ବିଜେଡି ସମର୍ଥନ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe