୫ ରାଜ୍ୟର ବିଧାନସଭା ଫଳାଫଳ ନେଇ ନବୀନ କହିଲେ- ଚାଷୀଙ୍କୁ ଅବହେଳା କରିବାର ପରିଣାମ ପାଇଛି ବିଜେପି

Advertisment
୫ ରାଜ୍ୟର ବିଧାନସଭା ଫଳାଫଳ ନେଇ ନବୀନ କହିଲେ- ଚାଷୀଙ୍କୁ ଅବହେଳା କରିବାର ପରିଣାମ ପାଇଛି ବିଜେପି

ଭୁବନେଶ୍ୱର: ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ରେ ଭାରତୀୟ ଜନତା ପାର୍ଟିର ଦୁର୍ଗ ଭୁଶୁଡ଼ିଛି। ୫ରାଜ୍ୟ ସହିତ ଏହି ୩ଟି ରାଜ୍ୟରେ ମଙ୍ଗଳବାର ବିଧାନସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିକ୍ରିୟା ଦେଇଛନ୍ତି।

କଂଗ୍ରେସକୁ ଶୁଭେଚ୍ଛା ଜଣାଇ ନବୀନ କହିଛନ୍ତି, ବିଜେପି ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କୃଷକଙ୍କ ଉନ୍ନତି ପାଇଁ ଦୃଷ୍ଟାନ୍ତମୂଳକ କାମ କରି ନାହିଁ। ତେଣୁ ବିଜେପିକୁ ପରିଣାମ ଭୋଗିବାକୁ ପଡ଼ିଛି। ବିଧାନସଭା ନିର୍ବାଚନରେ ପରାଜିତ ହେବାର ଅନ୍ୟତମ କାରଣ ହେଲା ଯେ, ବିଜେପି ସ୍ୱାମୀନାଥନ କମିସନକୁ ସୁପାରିଶ କରି ନାହିଁ। ନବୀନ କହିଛନ୍ତି, ଭାରତୀୟ ଜନତା ପାର୍ଟି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ରକ୍ଷା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe