ନାବାଳିକା ଛାତ୍ରୀଙ୍କୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ନିର୍ଯାତନା ଅଭିଯୋଗ

ପାରଳାଖେମୁଣ୍ଡି ସ୍ଥିତ ଅନ୍ୱେଷା ଛାତ୍ରାବାସ ପରିସରରେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ନିର୍ଯାତନା ସମ୍ପର୍କରେ ଅଭିଯୋଗ ଗତ କିଛିଦିନ ହେଲା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। 

School girl

ପାରଳାଖେମୁଣ୍ଡି: ପାରଳାଖେମୁଣ୍ଡି ସ୍ଥିତ ଅନ୍ୱେଷା ଛାତ୍ରାବାସ ପରିସରରେ ଆଦିବାସୀ ନାବାଳିକା ଛାତ୍ରୀଙ୍କୁ ହଷ୍ଟେଲ ସୁପରିଣ୍ଟେଣ୍ଡେଣ୍ଟଙ୍କ ଦ୍ୱାରା ନିର୍ଯାତନା ସମ୍ପର୍କରେ ଅଭିଯୋଗ ଗତ କିଛିଦିନ ହେଲା ଜିଲ୍ଲା ପ୍ରଶାସନ ନିକଟରେ ପହଞ୍ଚିଥିଲା। ସମାଜସେବୀ ମୋଜେସ ଦଳବେହେରା ଚଳିତ ମାସ ପହିଲା ଦିନ ଏପରି ଏକ ଗୁରୁତ୍ବପୂର୍ଣ୍ଣ ତଥା ସମ୍ବେଦନଶୀଳ ମାମଲାକୁ ନେଇ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। 

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଛନ୍ତି। ଏନେଇ କେତେକ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଉତ୍ପୀଡ଼ନର ଘଟଣାଗୁଡ଼ିକ ଅନ୍ୱେଷା ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ତଥା ଝିଅମାନଙ୍କ ପାଇଁ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି। ଅଧୀକ୍ଷକଙ୍କ ଆଚରଣ ଏମାନଙ୍କୁ ଭୟଭୀତ କରିଛି ଏବଂ ଅନେକ ଝିଅ ଅପମାନଜନକ ମନ୍ତବ୍ୟ ଏବଂ କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି ହଷ୍ଟେଲ୍ ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ  ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡିତାମାନଙ୍କୁ ସୁରକ୍ଷା ଏବଂ ପରାମର୍ଶ ଦେବା, ଆଇନ ଅନୁଯାୟୀ ଅଧୀକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ । ତେବେ ଅଭିଯୋଗ ହେବାର ଆଠଦିନ ମଧ୍ୟରେ ଦୁଇ ଦୁଇ ଥର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ଅନୁସନ୍ଧାନ ହୋଇଛି ଏବଂ ପୀଡ଼ିତାମାନଙ୍କ ବୟାନ ରେକର୍ଡ ଆଦି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାର ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ଯେ ତଦନ୍ତରେ ବାଧା ନଉପୁଜୁ, ସେଥି ନିମନ୍ତେ ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ବଦଳି କରାଯାଇଛି। ସବିଶେଷ ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅଭିଯୋଗ ଅନୁଯାୟୀ, ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠରେ ଥିବା ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁ ଅନ୍ତେବାସୀଙ୍କୁ ନିର୍ଯାତନା ଦେଉଛନ୍ତି। ଏନେଇ କେତେକ ଅଭିଭାବକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏପରି ଉତ୍ପୀଡ଼ନର ଘଟଣାଗୁଡ଼ିକ ଅନ୍ୱେଷା ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ତଥା ଝିଅମାନଙ୍କ ପାଇଁ ଏକ ପ୍ରତିକୂଳ ପରିବେଶ ସୃଷ୍ଟି କରିଛି। ଅଧୀକ୍ଷକଙ୍କ ଆଚରଣ ଏମାନଙ୍କୁ ଭୟଭୀତ କରିଛି ଏବଂ ଅନେକ ଝିଅ ଅପମାନଜନକ ମନ୍ତବ୍ୟ ଏବଂ କାର୍ଯ୍ୟର ସମ୍ମୁଖୀନ ହୋଇଛନ୍ତି। ତେଣୁ ଏହି ହଷ୍ଟେଲ୍ ର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ତୁରନ୍ତ ନିଲମ୍ବନ କରାଯିବା ସହ  ଘଟଣାର ନିରପେକ୍ଷ ତଦନ୍ତ କରାଯିବା, ପୀଡିତାମାନଙ୍କୁ ସୁରକ୍ଷା ଏବଂ ପରାମର୍ଶ ଦେବା, ଆଇନ ଅନୁଯାୟୀ ଅଧୀକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବୀ କରିଥିଲେ ।

ତେବେ ଅଭିଯୋଗ ହେବାର ଆଠଦିନ ମଧ୍ୟରେ ଦୁଇ ଦୁଇ ଥର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ନେଇ ଅନୁସନ୍ଧାନ ହୋଇଛି ଏବଂ ପୀଡ଼ିତାମାନଙ୍କ ବୟାନ ରେକର୍ଡ ଆଦି କରାଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ଦୃଢ କାର୍ଯ୍ୟାନୁଷ୍ଠାନ ହୋଇ ନଥିବାର ଚର୍ଚ୍ଚା ଜୋର୍ ଧରିଛି । ଏନେଇ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାଶ କହିଛନ୍ତି ଯେ ତଦନ୍ତରେ ବାଧା ନଉପୁଜୁ, ସେଥି ନିମନ୍ତେ ଅନ୍ୱେଷା ଛାତ୍ରାବାସ ସୁପରିଣ୍ଟେଣ୍ଡେଣ୍ଟ ରାଜେନ୍ଦ୍ର ସାହୁଙ୍କୁ ବଦଳି କରାଯାଇଛି। ସବିଶେଷ ଅନୁସନ୍ଧାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe