ପଞ୍ଜାବରେ କଂଗ୍ରେସ ଡ୍ରଗ୍‌ ସେବନ ବିସ୍ତାର କରିଥିବା ବେଳେ ‘ଆପ୍‌’ ଯୁବକଙ୍କୁ ମଦ୍ୟପ କରାଉଛି: ପ୍ରଧାନମନ୍ତ୍ରୀ ମ‌ୋଦୀ

Advertisment
ଭାରତରେ କରତାରପୁର ସାହିବ ରଖିବାରେ କଂଗ୍ରେସ ବିଫଳ ହୋଇଥିଲା: ମୋଦୀ

Image Courtesy of India Today

ଲୁଧିଆନା: ପଞ୍ଜାବରେ କଂଗ୍ରେସ ଡ୍ରଗ୍‌ ବିପତ୍ତି ବିସ୍ତାର କରିଥିବା ବେଳେ ‘ଆପ୍‌’ ଯୁବକଙ୍କୁ ମଦରେ ବୁଡ଼ାଇବାକୁ ଉଦ୍ୟମ କରୁଛି ବୋଲି ଆଜି ପ୍ରଧାନମନ୍ତ୍ରୀ ମ‌ୋଦୀ କହିଛନ୍ତି।

ପଞ୍ଜାବର ପଠାନ୍‌କ‌ୋଟ୍‌ରେ ଆୟୋଜି ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ‘ଆମ୍‌ ଆଦ୍‌ମି ପାର୍ଟି’ ଏବଂ ‘କଂଗ୍ରେସ’ ହେଉଛନ୍ତି ‘ଅପରାଧର ଅଂଶୀଦାର’। ଯଦି ସେମାନେ ‘ଡବ୍ଲୁଡବ୍ଲୁଏଫ୍‌’ରେ ଥାଆନ୍ତେ,ତେବେ ‘ନୂରା କୁସ୍ତି’ କରିଥାଆନ୍ତେ। ‘ଆପ୍‌’ ହେଉଛି ‘କଂଗ୍ରେସ’ର ଜେରକ୍ସ୍‌ କପି।

ସେ ଆହୁରି ମଧ୍ୟ କହିଛନ୍ତି, କଂଗ୍ରେସ ପାର୍ଟି ପଞ୍ଜାବକୁ ଅପମାନିତ କରିଛି। ପଠାନ୍‌କୋଟ୍‌ ଘଟଣାରେ କଂଗ୍ରେସ ନେତାମାନେ ଆମ ଯବାନମାନଙ୍କ ଶୌର୍ଯ୍ୟ ଉପରେ ସନ୍ଦେହ ପ୍ରକଟ କରିଛନ୍ତି। ସେମାନେ ଆମ ସହିଦଙ୍କୁ ଅପଦସ୍ତ କରିଛନ୍ତି। ପୁଲ୍‌ୱାମା ଘଟଣାରେ ମଧ୍ୟ ସେମାନେ ଆମ ଯବାନଙ୍କ ସାହସିକତା ଉପରେ ସନ୍ଦେହ ପ୍ରକାଶ କରିଛନ୍ତି। ଯଦି ସେମାନେ ଆଉ ଥରେ ସୁଯୋଗ ପାଇବେ, ସେମାନେ ପଞ୍ଜାବର ନିରାପତ୍ତାକୁ ବିପଦ୍‌ଗ୍ରସ୍ତ କରିପକାଇବେ।

କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂହଙ୍କୁ ପ୍ରଶଂସା କରି ସେ କହିଛନ୍ତି ଯେ, ପୂର୍ବରୁ ସେ କଂଗ୍ରେସରେ ଥିଲାବେଳେ ଦଳ ଏଭଳି ମନୋଭାବକୁ ରୋକିଥିଲେ। କିନ୍ତୁ, ‌ଏବେ ସେ ମଧ୍ୟ ଦଳ ତ୍ୟାଗ କରିଛନ୍ତି।

publive-image Image Courtesy of The Print

୧୯୮୪ ଶିଖ୍‌ ଦଙ୍ଗା ପ୍ରସଙ୍ଗରେ କହିବାକୁ ଯାଇ ମୋଦୀ କହିଲେ ଯେ, ଅଭିଯୁକ୍ତମାନଙ୍କୁ ‘ବିଜେପି’ ସରକାର ଜେଲ୍‌ରେ ଭର୍ତ୍ତି କରିଛି। ୧୯୪୭ରେ ବିଭାଜନ ସମୟରେ କର୍ତାରପୁର ସାହିବ୍ ପାକିସ୍ତାନ ପଟକୁ ଯିବାରେ କଂଗ୍ରେସର ଭୂମିକା ଉପରେ ମଧ୍ୟ ମୋଦୀ ସନ୍ଦେହ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ୧୯୬୫ ଯୁଦ୍ଧ ବେଳେ ମଧ୍ୟ କଂଗ୍ରେସ ସେ ସ୍ଥାନ ଫେରାଇ ଆଣିବା ବିଷୟରେ ଚିନ୍ତିତ ନ ଥିଲା। ୧୯୭୧ ଯୁଦ୍ଧ‌ ବେଳେ କର୍ତାର୍‌ପୁର ସାହିବ୍‌ ଗୁରଦ୍ବାର ଫେରାଇବା ସର୍ତ୍ତ ରଖି ଭାରତ ୯୦,୦୦୦ ପାକିସ୍ତାନୀ ସୈନିକଙ୍କୁ ଫେରାଇବା ଉଚିତ ଥିଲା।

କେନ୍ଦ୍ର ସରକାର ସନ୍ଥ ରବିଦାସଙ୍କ ନୀତି ଅନୁସରଣ କରି କାର୍ଯ୍ୟ କରୁଛି ବୋଲି କହିବା ସହ ମୋଦୀ ପଞ୍ଜାବର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା କଥା କହିଥିଲେ। କେନ୍ଦ୍ର ସରକାର ମାଗଣାରେ କୋଭିଡ୍‌ ଟିକା ଯୋଗାଇ ପଞ୍ଜାବବାସୀଙ୍କ ଜୀବନ ରକ୍ଷା କରିଥିବା କଥା ମଧ୍ୟ ସେ କହିଥିଲେ।

ରାଲିରେ ଯୋଗ ଦେବା ପୂର୍ବରୁ ‌ପ୍ରଧାନମନ୍ତ୍ରୀ ରବିଦାସ ଜୟନ୍ତୀ ଅବସରରେ ଦିଲ୍ଲୀର କାରୋଲ୍‌ ବାଗରେ ଥିବା ଶ୍ରୀଗୁରୁ ରବିଦାସ ବିଶ୍ରାମ ଧାମ ମନ୍ଦିରକୁ ଯାଇ ପ୍ରାର୍ଥନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe