କରୋନାକୁ ହରାଇଲେ ଗଞ୍ଜାମର ୯୫ ବୟସ୍କ ବୃଦ୍ଧ

Advertisment
କରୋନାକୁ ହରାଇଲେ ଗଞ୍ଜାମର ୯୫ ବୟସ୍କ ବୃଦ୍ଧ

ଗଞ୍ଜାମ: ମହମାରୀ କରୋନାରେ ଆକ୍ରାନ୍ତ ହେବା ପରେ ଜଣେ ୯୫ବୟସ୍କ ବୃଦ୍ଧ ସୁସ୍ଥ ହୋଇ ଘରକୁ ଫେରିବା ପରେ ଗାଁରେ ଖୁସିର ଲହରି ଖେଳି ଯାଇଛି।

ସୂଚନାଯୋଗ୍ୟ, ଗଞ୍ଜାମ ସୋରଡା ଚାକୁଣ୍ଡା ଗାଁର ବୃଦ୍ଧ ଉଦୟନାଥ ବିଶୋୟୀ ବସବାସ କରନ୍ତି। କିଛିଦିନ ତଳେ ଉଦୟନାଥ କରୋନାରେ ଆକ୍ରାନ୍ତ ହେବା ପରେ ଟାଟା କୋଭିଡ ହସ୍ପିଟାଲରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ହେବା ପରେ ୯୫ବର୍ଷୀୟ ଉଦୟନାଥ ହସ୍ପିଟାଲରୁ ଆରୋଗ୍ୟ ହୋଇଥିଲେ। ତାଙ୍କର କୋଭିଡ-୧୯ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିବା ପରେ ଉଦୟନାଥଙ୍କୁ ହସପିଟାଲରୁ ଘରକୁ ଛୁଟି ମିଳିଛି।

publive-image

୯୫ବର୍ଷ ବୟସ୍କ ଉଦୟନାଥ ମହାମାରୀ କରୋନା ଆକ୍ରାନ୍ତ ହୋଇ ସୁସ୍ଥ ହେବା ପରେ ଅନ୍ୟମାନଙ୍କ ପାଇଁ ସେ ପ୍ରେରଣା ପାଲଟି ଯାଇଛନ୍ତି । ଉଦୟନାଥ କରୋନାକୁ ମାତ ଦେବା ପରେ ତାଙ୍କ ସୁସ୍ଥତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରିଛନ୍ତି । କରୋନାକୁ ହରାଇବା ପରେ ଉଦୟନାଥ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଥିବା ନବୀନ ପଟ୍ଟନାୟକ ଟୁଇଟ ଯୋଗେ କହିଛନ୍ତି ।

ଏପଟେ ଗଞ୍ଜାମରେ ଏଯାବତ ୫,୯୯୧ଟି କରୋନା ମାମଲା ସାମ୍ନାକୁ ଆସିଛି। ଏଥିସହିତ ୩,୮୭୧ଜଣ କରୋନାକୁ ମାତ ଦେଇ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି। ଏବେ ବି ୨,୦୫୭ଟି କରୋନା ସକ୍ରିୟ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe