‘୧୦୦ ମିଷ୍ଟେକ୍‌ସ ଅଫ୍‌ ମୋଦୀ’ ଶୀର୍ଷକ ପୁସ୍ତକ ପ୍ରକାଶ କଲା କଂଗ୍ରେସ; ୧୦୦ ପୃଷ୍ଠାରେ ରହିଛି ମୋଦୀଙ୍କ ୧୦୦ ଭୁଲ୍‌

Advertisment
‘୧୦୦ ମିଷ୍ଟେକ୍‌ସ ଅଫ୍‌ ମୋଦୀ’ ଶୀର୍ଷକ ପୁସ୍ତକ ପ୍ରକାଶ କଲା କଂଗ୍ରେସ; ୧୦୦ ପୃଷ୍ଠାରେ ରହିଛି ମୋଦୀଙ୍କ ୧୦୦ ଭୁଲ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଏକ ବହି ପ୍ରକାଶ କରିଛି କଂଗ୍ରେସ। ମୋଦୀଙ୍କୁ ନେଇ ତିଆରି ହୋଇଥିବା ଏହି ପୁସ୍ତକର ଶୀର୍ଷକ ହେଉଛି ‘୧୦୦ ମିଷ୍ଟେକ୍‌ସ ଅଫ୍‌ ମୋଦୀ’। ଏହା ସହିତ ସେଥିରେ ମୋଦୀଙ୍କ ଉଦ୍ଦେଶ୍ୟରେ ‘ବିଜେପିର ଶିଶୁପାଳ’ ବୋଲି ଏକ ଟ୍ୟାଗ୍‌ ଲାଇନ୍‌ ବି ରହିଛି। ଏହି ବହିଟିରେ ସମୁଦାୟ ୧୦୦ ପୃଷ୍ଠା ରହିଛି। ଏହି ୧୦୦ ପୃଷ୍ଠାରେ ମୋଦୀଙ୍କ ୧୦୦ ଭୁଲ୍‌ ସଂପର୍କରେ ଲେଖାଯାଇଛି। ଏହି ପୁସ୍ତକର ପ୍ରକାଶକ ମହାରାଷ୍ଟ୍ର ଷ୍ଟେଟ୍‌ କଂଗ୍ରେସ କମିଟି।

publive-image

କଂଗ୍ରେସ ନିଜର ଶୀର୍ଷ ଦଳୀୟ ନେତା ମଲ୍ଲିକାର୍ଜୁନ ଖର୍ଗେ, କେସି ଭେନ୍ୟୁ ଗୋପାଲ ଓ ଅଶୋକ ଚୌହ୍ଵାନଙ୍କୁ ନେଇ ଏକ ବୈଠକ ଡାକି ଏହି ପୁସ୍ତକ ଉନ୍ମୋଚନ କରିଛି। ‘ଦାଦର’ଠାରେ ଥିବା ଗାନ୍ଧୀ ଭବନଠାରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପୁସ୍ତକରେ ମୋଦୀଙ୍କ ପ୍ରଥମ ଭୁଲ୍‌ ‘ରାଫେଲ୍‌’ ବୋଲି ଉଲ୍ଲେଖ କରାଯାଇଛି। ଏହାବ୍ୟତୀତ ମିଛ ପ୍ରତିଶ୍ରୁତି, ବିମୁଦ୍ରାକରଣ, ଜିଏସ୍‌ଟି ଆଦି ମୋଦୀଙ୍କ ଅନ୍ୟତମ ଭୁଲ୍‌ ଭାବେ ଦର୍ଶଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe