ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା ନ ହେବା ପୂର୍ବରୁ ତେଜସ୍ୱୀଙ୍କ ସମର୍ଥନରେ ବାହାରିଲେ କଂଗ୍ରେସ ନେତା

ବିହାର ବିଧାନସଭା ନିର୍ବାଚନ ନେଇ କୌଣସି ବିଧିବଦ୍ଧ ଭାବେ ଘୋଷଣା ନ ହୋଇଥିଲେ ବି ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି | କଂଗ୍ରେସ-ଆରଜେଡି କିଭଳି କ୍ଷମତାକୁ ଆସିବେ ତାହାକୁ ନେଇ ଚେଷ୍ଟା କରୁଥିବାବେଳେ ଏନଡିଏ ବି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି |

07e884cd-3767-4ade-870e-61e1ef99f015 (1)

ପାଟନା: ବିହାର ବିଧାନସଭା ନିର୍ବାଚନ ନେଇ କୌଣସି ବିଧିବଦ୍ଧ ଭାବେ ଘୋଷଣା ନ ହୋଇଥିଲେ ବି ରାଜନୈତିକ ଦଳମାନେ ଜୋରସୋରରେ ପ୍ରଚାର ଅଭିଯାନ ଚଳାଇଛନ୍ତି | କଂଗ୍ରେସ-ଆରଜେଡି କିଭଳି କ୍ଷମତାକୁ ଆସିବେ ତାହାକୁ ନେଇ ଚେଷ୍ଟା କରୁଥିବାବେଳେ ଏନଡିଏ ବି ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡ଼ିଛି | ତେବେ କିଛିଦିନ ହେଲା ବିହାରରେ କଂଗ୍ରେସ-ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବ ତାହାକୁ ନେଇ ଆଲୋଚନା ଜୋର ଧରିଥିବାବେଳେ କଂଗ୍ରେସ ହାଇକମାଣ୍ଡ ଏନେଇ ମୁହଁ ଖୋଲିନାହାନ୍ତି |

ତେବେ ବରିଷ୍ଠ କଂଗ୍ରେସ ସାଂସଦ ଅଖିଳେଶ ପ୍ରସାଦ ସିଂହ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସମ୍ପର୍କରେ ଏକ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି, "ଅନ୍ୟ କୌଣସି ବିକଳ୍ପ ନାହିଁ। ତେଜସ୍ୱୀ ଯାଦବ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ଚେହେରା ହେବେ।" ସାଂସଦ ଜନସାଧାରଣଙ୍କ ସମ୍ମୁଖରେ ମହାଗଠବନ୍ଧନର ଏକତା ଏବଂ ତେଜସ୍ୱୀ ଯାଦବଙ୍କ ନେତୃତ୍ୱ ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ ତାଙ୍କ ନାମ କେବଳ ବିହାରରେ ବିକାଶ ଏବଂ ପରିବର୍ତ୍ତନର ପ୍ରତୀକ।

ସେ ଏହା ମଧ୍ୟ କହିଛନ୍ତି ଯେ ସମସ୍ତ ମେଣ୍ଟ ଦଳ ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବା ପାଇଁ ଏକାଠି କାମ କରିବା ଉଚିତ। ଅଖିଳେଶ ପ୍ରସାଦ ସିଂହ ସ୍ପଷ୍ଟ କରିଛନ୍ତି ଯେ ମହାଗଠବନ୍ଧନରେ ଅନ୍ୟ କୌଣସି ନେତାଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଭାବରେ ଦେଖାଯାଉନାହିଁ ଏବଂ ତେଜସ୍ୱୀ ଯାଦବଙ୍କ ନେତୃତ୍ୱରେ ମେଣ୍ଟ ଅଧିକ ଶକ୍ତିଶାଳୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe