ଷ୍ଟାଡିୟମର ଗ୍ୟାଲେରୀରୁ ଖସି ପଡି ଗୁରୁତର ଆହତ ହେଲେ କଂଗ୍ରେସ ବିଧାୟିକା

ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଷ୍ଟାଡିୟମର ଗ୍ୟାଲେରୀରୁ ଖସିପଡ଼ିବା ପରେ କେରଳର ଥ୍ରିକ୍କାରାରୁ କଂଗ୍ରେସ ବିଧାୟିକା ଉମା ଥୋମାସ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଥିବାବେଳେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

accident

ନୂଆଦିଲ୍ଲୀ: ରବିବାର ସନ୍ଧ୍ୟାରେ ଜବାହରଲାଲ ନେହେରୁ ଅନ୍ତର୍ଜାତୀୟ ଷ୍ଟାଡିୟମର ଗ୍ୟାଲେରୀରୁ ଖସିପଡ଼ିବା ପରେ କେରଳର ଥ୍ରିକ୍କାରାରୁ କଂଗ୍ରେସ ବିଧାୟିକା ଉମା ଥୋମାସ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଥିବାବେଳେ ଏବେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ଦୁର୍ଘଟଣା ପରେ ବିଧାୟିକାଙ୍କୁ ଷ୍ଟାଡିୟମ ନିକଟ ଏକ ଘରୋଇ ଡାକ୍ତରଖାନାରେ ସ୍ୱେଚ୍ଛାସେବୀ ଏବଂ ଅନ୍ୟମାନେ ଭର୍ତ୍ତି କରିଥିଲେ। ସୂଚନା ଥାଉ କି ଯେ ଉମା ଥୋମାସ ହେଉଛନ୍ତି କଂଗ୍ରେସର ଦିବଂଗତ ନେତା ପିଟି ଥୋମାସଙ୍କ ପତ୍ନୀ ଏବଂ ଥ୍ରିକ୍କରା ବିଧାନସଭା ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରନ୍ତି | ୨୦୨୧ରେ ପିଟି ଥୋମାସଙ୍କ ମୃତ୍ୟୁ ପରେ କଂଗ୍ରେସ ଉମାଙ୍କୁ ନିର୍ବାଚନରେ ​​ପ୍ରାର୍ଥୀ କରିଥିଲା ଓ ସେ ଜିତିଥିଲେ |

ଡାକ୍ତରଖାନା ଦ୍ୱାରା ଜାରି କରାଯାଇଥିବା ମେଡିକାଲ ବୁଲେଟିନ୍ ଅନୁଯାୟୀ, ତାଙ୍କ ମୁଣ୍ଡ ଏବଂ ମେରୁଦଣ୍ଡରେ ଆଘାତ ଲାଗିଛି | ଏହା ସହ ଫୁସଫୁସରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଛି। ଡାକ୍ତରଖାନାର ଅଧିକାରୀମାନେ କହିଛନ୍ତି ଯେ ବିଧାୟିକାଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି ଏବଂ ତାଙ୍କୁ 'ଭେଣ୍ଟିଲେଟର ସହାୟତା'ରେ ରଖାଯାଇଛି। ସୂତ୍ରରୁ ପ୍ରକାଶ ଯେ ଷ୍ଟାଡିୟମର 'ଭିଆଇପି ଗ୍ୟାଲେରୀ' ଠାରୁ ପ୍ରାୟ ୧୫ ଫୁଟ ଉଚ୍ଚତାରୁ ଖସିଯିବା ପରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା |

ସୂତ୍ରରୁ ପ୍ରକାଶ ଯେ ଏକ ନୃତ୍ୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାକୁ ଉମା ଥୋମାସ ଷ୍ଟାଡିୟମରେ ପହଞ୍ଚିଥିଲେ। ତେବେ ସେ ଗ୍ୟାଲେରୀରୁ ଖସିପଡିଥିଲେ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe