ନକଲି ସର୍ଭେ ପ୍ରଚାର କରି ମତଦାତାଙ୍କୁ ଆପ୍‌ ଭୁଆଁ ବୁଲାଉଛି ବୋଲି ଅଭିଯୋଗ ଆଣି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

Advertisment
ନକଲି ସର୍ଭେ ପ୍ରଚାର କରି ମତଦାତାଙ୍କୁ ଆପ୍‌ ଭୁଆଁ ବୁଲାଉଛି ବୋଲି ଅଭିଯୋଗ ଆଣି ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା କଂଗ୍ରେସ

(Photo: Facebook/ShielaDikshit)

ନୂଆଦିଲ୍ଲୀ: ଷଷ୍ଠ ପର୍ଯ୍ୟାୟ ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଆମ୍‌ ଆଦମୀ ପାର୍ଟି(ଆପ୍‌) ବିରୋଧରେ ଅଭିଯୋଗ ନେଇ ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହୋଇଛି କଂଗ୍ରେସ। କଂଗ୍ରେସ ଅଭିଯୋଗ ଆଣି କହିଛି ଯେ ଆପ୍‌ ଜାତୀୟ ରାଜଧାନୀରେ ମିଛ ପ୍ରଚାର କରି ମତଦାତାଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବା ଉଦ୍ୟମ କରୁଛି।

କଂଗ୍ରେସର ଦିଲ୍ଲୀ ୟୁନିଟ୍‌ ପକ୍ଷରୁ ଅଭିଯୋଗ ଆସିଛି ଯେ ନିର୍ବାଚନୀ ପ୍ରଚାର ବନ୍ଦ ହେବା ନିର୍ଦ୍ଦେଶ ପରେ ମଧ୍ୟ ଆପ୍‌ ମତଦାତାଙ୍କୁ ଫୋନ୍‌ ଜରିଆରେ ଭଡ଼କାଇ ନିଜ ପାଇଁ ପ୍ରତ୍ୟେକ୍ଷରେ ଭୋଟ୍‌ ମାଗୁଛି। ଆହୁରି ବି ଅଭିଯୋଗ ହୋଇଛି ଯେ ଏକ ନକଲି ସର୍ଭେ ରିପୋର୍ଟ ବିଷୟରେ ଖବର ପ୍ରଚାର କରି ଲୋକଙ୍କୁ ଭୁଆଁ ବୁଲାଉଛି।

ଏକ ଟ୍ଵିଟ୍‌ରେ ନ୍ୟୁଜ୍‌ ଏଜେନ୍ସି ଏଏନ୍‌ଆଇ ପକ୍ଷରୁ କୁହାଯାଇଛି ଯେ ଉତ୍ତର-ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଥିବା କଂଗ୍ରେସ ନେତ୍ରୀ ଶିଲା ଦିକ୍ଷିତ୍‌ ନିର୍ବାଚନ ଆୟୋଗଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ‘ ନିର୍ବାଚନକୁ ନେଇ ଲୋକଙ୍କୁ ଭୁଆଁ ବୁଲାଇବା ଉଦେଶ୍ୟରେ ଆପେ ଆପେ ଫୋନ୍‌କୁ ଏକ କଲ୍‌ ଆସୁଛି। ଯାହାକି ଏକ ନକଲି ସର୍ଭେ ବିଷୟରେ କହୁଥିବାର ଶୁଣିବାକୁ ମିଳୁଛି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe